ETV Bharat / state

ବରଗଡ ଚାଷୀଙ୍କ ଚିନ୍ତା ଛତିଶଗଡୀ ଧାନ

author img

By

Published : Jun 13, 2019, 9:05 AM IST

ବରଗଡ ଜିଲ୍ଲାରେ ସମସ୍ତ ମଣ୍ଡିଗୁଡିକରେ ଧାନ ପଡି ରହିଥିବା ବେଳେ ଛତିଶଗଡ ଧାନ ଚାଷୀଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଏହା ଦ୍ବାରା ଚାଷୀମାନଙ୍କ ଦ୍ବାରା ଉତ୍ପାଦିତ ଧାନର ଗୁରୁତ୍ବ କମିବା ସହିତ ଚାଷୀ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ପଡୋଶୀ ଛତିଶଗଡରୁ ଆସୁଛି ଧାନ ଟ୍ରକ । ଜିଲ୍ଲାରେ ସମସ୍ତ ମଣ୍ଡିଗୁଡିକରେ ଧାନ ପଡି ରହିଥିବା ବେଳେ ଛତିଶଗଡ ଧାନ ଚାଷୀଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଏହା ଦ୍ବାରା ଚାଷୀମାନଙ୍କ ଦ୍ବାରା ଉତ୍ପାଦିତ ଧାନର ଗୁରୁତ୍ବ କମିବା ସହିତ ଚାଷୀ ପ୍ରଭାବିତ ହେବା ଆଶଙ୍କା ରହିଛି । ଅନ୍ୟ ପଟେ ମିଲର୍ସଙ୍କ ଦ୍ବାରା ମଣ୍ଡିରୁ ଧାନ ଉଠାଇବାକୁ ବିଳମ୍ବ ହେଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ବେଆଇନ ଭାବେ ଜିଲ୍ଲାକୁ ପ୍ରବେଶ କରୁଥିବା ଧାନ ଟ୍ରକଗୁଡିକୁ ଜବତ କରିବାପାଇଁ ଜିଲ୍ଲାପାଳ ଏକ ସ୍ଵତନ୍ତ୍ର ଟିମ ଗଠନ କରିଥିବା ବେଳେ ଛତିଶଗଡରୁ ଧାନ ଅଣାଯାଉଥିବା ଅଭିଯୋଗକୁ ମିଲର୍ସଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡର ବିଭିନ୍ନ ରାଇସ ମିଲରେ ପୂର୍ବରୁ ଛତିଶଗଡର ବହୁ ଧାନ ଗଚ୍ଛିତ ରହିଥିବା ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଅଣାଯାଇଥିଲା । ହେଲେ ବହୁ ବିଳମ୍ବରେ ଜିଲ୍ଲାପାଳ ବେଆଇନ ଭାବେ ଜିଲ୍ଲାକୁ ପ୍ରବେଶ କରୁଥିବା ଧାନ ଟ୍ରକଗୁଡିକ ପାଇଁ ଏକ ସ୍ଵତନ୍ତ୍ର ଟିମ ଗଠନ କରିଛନ୍ତି । ଜିଲ୍ଲାରେ ରବି ଋତୁର ବହୁ ପରିମାଣର ଧାନ ଅମଳ ହୋଇଥିବା ବେଳେ ଅଧିକାଂଶ ମଣ୍ଡିଗୁଡ଼ିକରେ ହଜାର ହଜାର ଧାନ ବସ୍ତା ପଡିରହିଛି । ରାଇସ ମିଲର ଧାନ ଉଠାଇବା ପାଇଁ କୁଣ୍ଠାବୋଧ କରୁଥିବା ଚାଷୀ ଅଭିଯୋଗ ଆଣିଛନ୍ତି । ଦଶ ଦଶ ଦିନ ଧରି ମଣ୍ଡିରେ ଧାନ ସବୁ ପଡିରହୁଥିବା ବେଳେ, ମିଲର୍ସମାନେ ତିନି ଦିନ ଧାନ ଉଠାଇଲେ ସେମାନଙ୍କର ଧାନ ଉଠାଇବାର ଟାର୍ଗେଟ ଶେଷ ହୋଇଯାଉଛି ସେମାନେ କହୁଛନ୍ତି । ତେଣୁ ଧାନ ଉଠାଇବାକୁ ବିଳମ୍ବ ହେଉଥିବା ମିଲର୍ସ କହିଛନ୍ତି ।

ଆଉ ଅଳ୍ପ ଦିନ ମଧ୍ୟରେ ରାଜ୍ୟକୁ ମୌସୁମୀ ପ୍ରବେଶ କରି ପ୍ରବଳ ବର୍ଷା ହେବାକୁ ଥିବା ବେଳେ ବରଗଡ ଜିଲ୍ଲାର ଚାଷୀ ନିଜ ଧାନକୁ ବିକ୍ରି କରିବା ପାଇଁ ଚିନ୍ତାରେ ପଡିଯାଇଛି । ମଣ୍ଡିରେ ଧାନ ଉଠୁ ନ ଥିବା ବେଳେ ଧାନର ଅଭାବୀ ବିକ୍ରି ଆରମ୍ଭ ହୋଇଛି । ବହୁ ଚାଷୀଙ୍କ ଧାନ ବସ୍ତା ଖଳାରେ ପଡିରହିଛି, ବର୍ଷା ହେଲେ ଧାନ ସବୁ ଗଜା ହୋଇଯିବା ଭୟରେ ଚାଷୀ ବେପାରୀଙ୍କୁ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ତେବେ ଧାନମଣ୍ଡି ସମସ୍ୟାର ଶୀଘ୍ର ସମାଧାନ କରା ନ ଗଲେ ଚାଷୀ ଆତ୍ମହତ୍ୟା ଭଳି ଘଟଣା ଅଧିକ ଦେଖାଯିବାର ସମ୍ଭାବନା ରହିଛି ।

ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.