ETV Bharat / state

ଜାତୀୟ କର୍କଟ ସଚେତନତା ଦିବସ ପାଳିଲା ସଂକଳ୍ପ ପରିବାର

ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଜନସାଧାରଣଙ୍କୁ ସଚେତନତାର ଵାର୍ତା ଦେବାପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର । ଅଧିକ ପଢନ୍ତୁ...

author img

By

Published : Nov 8, 2021, 9:11 AM IST

Cancer awareness day celebrated by sankalp paribar of bargarh
ଜାତୀୟ କର୍କଟ ସଚେତନତା ଦିବସ ପାଳନ କଲା ସଂକଳ୍ପ ପରିବାର

ବରଗଡ: ଜାତୀୟ କର୍କଟ ସଚେତନତା ଦିବସ । ଏହି ଅବସରରେ ଜନସାଧାରଣଙ୍କୁ ସଚେତନତାର ଵାର୍ତ୍ତା ଦେବାପାଇଁ ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର ତରଫରୁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏନେଇ ବରଗଡ ସ୍ଥାନୀୟ ମିନି ଷ୍ଟାଡିୟମ ଠାରୁ ଏକ ସଚେତନତା ରାଲି ଆରମ୍ଭ ହୋଇଯାଇଥିଲା । ଏହି ସଚେତନତା ରାଲିକୁ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବରଗଡ ଫାଇଟର୍ସ ଗୃଫର ସଦସ୍ୟା ମିନତୀ ପତି ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ । ସକାଳ 7 ଟାରୁ ମିନି ଷ୍ଟାଡିୟମ ଠାରୁ ସଚେତନତା ରାଲି ବାହାରି ବରଗଡ଼ ସହର ପରିକ୍ରମା କରିଥିଲା ପରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଠାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

ଜାତୀୟ କର୍କଟ ସଚେତନତା ଦିବସ ପାଳନ କଲା ସଂକଲ୍ପ ପରିବାର

ଏହି ସଚେତନତା ସଭାରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରଗଡ ବିକାଶ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ଅଙ୍କୋ ସର୍ଜନ (Onco-surgen ) ଡ଼ା. ଭରତ ଚନ୍ଦ୍ର ମିଶ୍ର, ଜିଲ୍ଲା ମୁଖ୍ୟ କୋଷାଗାରର ମୁଖ୍ୟ ଅଧିକାରିଣୀ ମିନତୀ ପତି, ଡକ୍ଟର ରାଜେଶ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ |

ବରଗଡରେ ଅନେକ ଗରିବ ଅସହାୟ ରୋଗୀଙ୍କ ସୁବିଧା ନିମନ୍ତେ କ୍ୟାନ୍ସର ହସ୍ପିଟାଲ ନିତାନ୍ତ ଆବଶ୍ୟକ ବୋଲି ମତ ରଖିଥିଲେ ମିନତୀ ପତି । ସେ ନିଜେ କ୍ୟାନସର ସରଭାଇଭର ହୋଇଥିବା ବେଳେ ନିଜର ଅଭିଜ୍ଞତା ଜଣାଇଥିଲେ ଏବଂ କ୍ୟାନସର ରୋଗର ଯଥା ଶୀଘ୍ର ଚିହ୍ନଟ ହେବା ନିହାତି ଜରୁରୀ ଅଟେ ଯାହା ବରଗଡ ଜିଲ୍ଲାରେ ତାହାର ସୁବିଧା ନାହି । କ୍ୟାନ୍ସର ରୋଗର ଶୀଘ୍ର ଚିହ୍ନଟ ସହିତ ଶୀଘ୍ର ଚିକିତ୍ସା ପାଇଁ ବରଗଡରେ କେନ୍ସର ହସ୍ପିଟାଲ ନିହାତି ଆବଶ୍ୟକ ବୋଲି ମତ ରଖିଥିଲେ ।

ଅନ୍ୟପଟେ କ୍ୟାନସର ରୋଗରେ ଆକ୍ରାନ୍ତ ହେବାପରେ ଧର୍ଯ୍ୟ ନ ହରାଇ ଦୃଢତାର ସହିତ ସଂଗ୍ରାମ ଜାରି ରଖିବା ପାଇଁ ଜନସାଧାରଣଙ୍କୁ ଵାର୍ତ୍ତା ଦେଇଥିଲେ । କ୍ୟାନସର ଦୂରାରୋଗରୁ ରକ୍ଷା ପାଇବା ପାଇଁ ଶୀଘ୍ର କ୍ୟାନସର ରୋଗର ଚିହ୍ନଟିକରଣ , ଶୀଘ୍ର ଚିକିତ୍ସା ସହିତ ବାରମ୍ବାର ବ୍ୟବଧାନରେ ରୋଗୀଙ୍କୁ ଚିକିତ୍ସା କରାଇବା ଜରୁରୀ ଅଟେ । ତେବେ କ୍ୟାନସର ରୋଗୀମାନେ ସ୍ୱାସ୍ଥ୍ୟକର ଖାଦ୍ୟ,ସକାରାତ୍ମକ ଚିନ୍ତା ଧାରା, ନିୟମିତ ବ୍ୟାୟମ ଏବଂ ଅବହେଳା ନକରି ଚିକିତ୍ସା ଜାରି ରଖିବାକୁ ଉପଦେଶ ଦେଇଥିଲେ ଡ଼ା. ଭରତ ଚନ୍ଦ୍ର ମିଶ୍ର ।

ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ରାଜନୈତିକ ସ୍ତରରେ ବରଗଡରେ କ୍ୟାନସର ହସ୍ପିଟାଲ ସ୍ଥାପନ ପାଇଁ ତାଙ୍କର ଉଦ୍ୟମ ଜାରିରହିଥିବା ଜଣାଇଥିଲେ। ଆସନ୍ତା ୧୩ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବରଗଡକୁ ଆସିବେ ଏବଂ ନିଜେ ଆସି କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଶୁଭ ଦେବାର କାର୍ଯ୍ୟକ୍ରମ ରହିଥିବା ବିଷୟରେ ଜଣାଇଥିଲେ । ତେବେ ରାଜନୀତିରୁ ଊର୍ଦ୍ଧ୍ବରେ ରହି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବଂ କ୍ୟାନସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ କରିବା ତାଙ୍କର ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ ବିଧାୟକ ।

ବରଗଡରୁ ରାଜେସ ସରାପ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.