ETV Bharat / state

ବରଗଡ଼ରେ ଧଳାଜହର କାରବାର, ଜଣେ ଗିରଫ

ବରଗଡରେ ଟାଉନ ପୋଲିସ 5 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ବରଗଡ଼
author img

By

Published : Nov 8, 2019, 2:46 AM IST

ବରଗଡ଼ : ଜିଲ୍ଲାରେ ବ୍ରାଉନ ସୁଗାର କାରବାର । ଟାଉନ ପୋଲିସ ଚଢାଉ କରି 5 ଗ୍ରାମ ବ୍ରାଉନସୁଗାର ସହ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ।

ଜିଲ୍ଲାରେ ଦିନକୁ ଦିନ ମଦ ଓ କୋରେକ୍ସ କାରବାର ବଢି ଚାଲିଥିବା ବେଳେ ଏବେ ବ୍ରାଉନ ସୁଗାର ବେପାର ଚାଲିଥିବା ଖବର ପୋଲିସର ନିଦ ହଜାଇଦେଇଛି । ତେବେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଜଣେ ବ୍ୟକ୍ତି ବ୍ରାଉନ ସୁଗାର କାରବାର କରୁଥିବା ଖବର ପାଇଥିଲା ପୋଲିସ । ଅଚାନକ ପୋଲିସ ଚଢାଉ କରି ମୟିଉଦ୍ଧିନ ନାମକ ଏକ ବ୍ୟକ୍ତିକୁ ଗିରଫ କରିବା ସହ ତା ନିକଟରୁ 5 ଗ୍ରାମ ବ୍ରାଉନସୁଗାର ଜବତ କରିଛି । ସେ ବ୍ରାଉନସୁଗାର ରାଜ୍ୟ ବାହାରୁ ମଗାଉଥିବା ପୋଲିସ ସମ୍ମୁଖରେ ସ୍ବୀକାର କରିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ବରଗଡ଼

ଏହି କାରବାରରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାହା ପୋଲିସ ତଦନ୍ତ କରୁଥିବା ବେଳେ ଧରାପଡିଥିବା ବ୍ରାଉନ ସୁଗାରର ସାମ୍ପୁଲକୁ ଲାବ୍ରୋଟୋରୀକୁ ପଠାଯିବ ବୋଲି ପୋଲିସ କହିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ ଟାଉନ ପୋଲିସ ଦ୍ୱାରା ୫ ଗ୍ରାମର ବ୍ରାଉନ ସୁଗର ଧରାପଡିଲା । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରି ବ୍ରାଉନ ସୁଗର ବ୍ୟବହାର କରୁଥିବା ଜଣେ ବ୍ୟକ୍ତକୁ ଟାଉନ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ କେଉଁ ଠାରୁ ଏହି ବ୍ରାଉନ ସୁଗର ବରଗଡକୁ ଆସୁଛି ଏବଂ କିଏ ଏହି ନିଶା ବ୍ୟାପରର ମାଷ୍ଟର ମାଇଣ୍ଡ ତାହାର ତଦନ୍ତ ଚଳାଇଛି ବରଗଡ଼ ପୋଲିସ ।

Body: ବରଗଡ଼ ଜିଲ୍ଲାରେ ଦିନକୁ ଦିନ ମଦ ଓ କୋରେକ୍ସ କାରବାର ବଢିଚାଲିଥିବା ବେଳେ ଏବେ ବ୍ରାଉନ ସୁଗର ବ୍ୟାପାରର ଚେର ଲମ୍ବିଥିବା ଖବର ପୋଲିସର ନିଦ ହଯାଇଦେଇଛି । ବରଗଡ଼ର ଯୁବପିଢ଼ି ହାତରେ ବ୍ରାଉନ ସୁଗର ଭବିଷ୍ୟତରେ ସମାଜ ପାଇଁ କ୍ଷତିକାରକ ହୋଇଥିବା ବେଳେ ଗୁପ୍ତ ଭାବରେ ଏହି ନିଶା କାରବାର ବଢ଼ିଛିଲିଥିବା ଜଣାପଡିଛି ।
ଗତକାଲି ସନ୍ଧ୍ୟାରେ ବରଗଡ଼ ପୋଲିସକୁ ସୂଚନା ମିଳିଥିଲା ଯେ ଜଣେ ବ୍ୟକ୍ତି ବ୍ରାଉନ ସୁଗର କାରବାର କରୁଛି ଏବଂ ବ୍ରାଉନ ସୁଗର ନିଜ ପାଖରେ ରଖିଛି । ତେବେ ପୋଲିସ ଖବର ପାଇ ସ୍ଥାନୀୟ ଷ୍ଟେଟବ୍ୟାଙ୍କ ପଛପଟେ ଥିବା ଗୌରୀଶଙ୍କର ମନ୍ଦିର ନିକଟରେ ଶେଖ ମୟୀଉଦ୍ଧିନ ନାମକ ଜଣେ ବ୍ୟକ୍ତିକୁ କାବୁକରିଥିଲା ଏବଂ ଯାଞ୍ଚ କରିବାରୁ ତାର ପକେଟରୁ ୫ ଗ୍ରାମର ବ୍ରାଉନ ସୁଗର ବାହାରିଥିଲା । ମୟୀଉଦ୍ଧିନ ନିଜେ ଏହି ବ୍ରାଉନ ସୁଗର ବ୍ୟବହାର କରିବାପାଇଁ ରାଜ୍ୟବାହାରୁ ବନାରସ ଠାରୁ ଏହି ବ୍ରାଉନ ସୁଗର ଆଣୁଥିବା ସ୍ୱୀକାର କରିଛି । ତେବେ ଶେଖ ମୟୀଉଦ୍ଧିନ ବରଗଡ଼ ମହାନ୍ତି ପଡ଼ାର ବାସିନ୍ଦା ହୋଇଥିବା ବେଳେ ଏହି
କାରବାରରେ ଆଉ କିଏ କିଏ ସଂପୃକ୍ତ ରହିଛନ୍ତି ତାହା ପୋଲିସ ତଦନ୍ତ କରୁଥିବା ବେଳେ ଧରାପଡିଥିବା ବ୍ରାଉନ ସୁଗରର ସେମ୍ପୁଲ କୁ ଲେବରୋଟରିକୁ ପଠାଯିବ ପୋଲିସ କହିଛି ।

ବାଇଟ ୧- ସଦାନନ୍ଦ ପୁଝାରୀ ( ବରଗଡ଼, ଆଇ.ଆଇ ସି)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.