ETV Bharat / state

ବିଜେପୁରରେ ଦାମଙ୍କ ହାଇ ଭୋଲଟେଜ ଡ୍ରାମା - drama

ବିଜେପୁରରେ ଦାମ ରାଉତଙ୍କ ସୁପର ଶୋ। ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ, ଆଉ ବର୍ଷି ହିଁ ଚାଲିଲେ । ଆଉ ନବୀନ ପଟ୍ଟନାୟକଙ୍କୁ କଲେ ସିଧାସଳଖ ଟାର୍ଗେଟ।

ଫଟୋ ସୌଜନ୍ୟ: ସମ୍ବାଦଦାତା ବରଗଡ
author img

By

Published : Mar 21, 2019, 7:33 AM IST

ବରଗଡ: ବିଜେପୁରରେ ଦାମ ରାଉତଙ୍କ ସୁପର ଶୋ। ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ, ଆଉ ବର୍ଷି ହିଁ ଚାଲିଲେ । ଆଉ ନବୀନ ପଟ୍ଟନାୟକଙ୍କୁ କଲେ ସିଧାସଳଖ ଟାର୍ଗେଟ। ବିଜେପି ଉଡି ଉଡି ଆସୁଛି ବୋଲି ଦମ୍ଭୋକ୍ତି ପ୍ରକାଶ କଲେ ଦାମ।

ଜିଲ୍ଲାର ବିଜେପୁର ନିର୍ବାଚନ ମଣ୍ଡଳୀରେ ବୁଧବାର ବିଜେପିର ବିଜୟ ସଂକଳ୍ପ ସାମବେଶରେ ଦାମ ରାଉତ ଯୋଗଦେଇ ବିଜେଡି ଦଳର କୁଶାସନ, ଭ୍ରଷ୍ଟାଚାର ଓ ଦୁର୍ନୀତି ବିଷୟରେ ତୀବ୍ର ସମାଲୋଚନା କରିଥିଲେ।

"ନବୀନ ସରକାର ଗତ ୧୯ ବର୍ଷ ହେଲା ଓଡିଶାବାସୀଙ୍କୁ ଶୋଷଣ କରିଆସିଛନ୍ତି । ମହିଳାଙ୍କ ପ୍ରତି ଦୁଷ୍କର୍ମ ବଢିଚାଲିଛି ଏବଂ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଦୁଷ୍କର୍ମକାରୀଙ୍କୁ ସୁରକ୍ଷା ପ୍ରଦାନ କରାଯାଉଛି । " ଏପରି ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ ବିଜେପୁର ବାସୀ ଖଣ୍ଡେ ହେଲେ ଭୋଟ ନଦେବାକୁ ଲୋକଙ୍କୁ ଦାମ ରାଉତ ଆହ୍ବାନ ଜଣାଇଛନ୍ତି ।

ଏହାସହ ନବୀନ ପଟ୍ଟନାୟକ ବିଜେପୁର ନିର୍ବାଚନ ମଣ୍ଡଳୀକୁ ଆସିଲେ ଏଠାକାର ଲୋକେ ନବୀନଙ୍କ ମୁହଁରେ ଚୂନ ବୋଳିବେ ଏବଂ ଚଳିତ ସାଧାରଣ ନିର୍ବାଚନରେ ଓଡିଶାବାସୀ ନବୀନ ସରକାରଙ୍କୁ ସମାଧି ଦେବେ ବୋଲି କହିଛନ୍ତି ଦାମ। ତେବେ ବିଜେପୁରରେ ନବୀନ ପଟ୍ଟନାୟକଙ୍କୁ ହରାଇବାକୁ ଯଦି ବିଜେପି ଦଳ ତାଙ୍କୁ ବିଜେପୁରରେ ପ୍ରାର୍ଥୀ କରେ ତାହାହେଲେ ସେ ନବୀନଙ୍କ ବିରୋଧରେ ନିର୍ବାଚନରେ ଲଢିବେ ବୋଲି ମଧ୍ୟ ଦମ୍ଭୋକ୍ତି ପ୍ରଦାନ କହିଛନ୍ତି ।

ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ କେବଳ ବିଜେଡି ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଥିବାବେଳେ କଂଗ୍ରେସ ଓ ବିଜେପି ଉଭୟ ଦଳ ଆଜିଯାଏ ତାଙ୍କର ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । କିନ୍ତୁ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜେ ନିର୍ବାଚନରେ ଲଢିବେ ବୋଲି ଘୋଷଣା କରିବାପରେ ବିଜେଡି ଦଳକୁ ସମାଧିରେ ଲୀନ କରିବା ପାଇଁ ସଂକଳ୍ପ କରିଥିବା କହିଛନ୍ତି ଦାମ । ସେ ବୁଧବାର ବିଜେପୁର ନିର୍ବାଚନ ମଣ୍ଡଳୀର ଲାଉମୁଣ୍ଡାକୁ ଆସି ନବୀନ ସରକାରଙ୍କ ବିରୋଧରେ ଗର୍ଜନ କରିଛନ୍ତି।

"ବିଜେପୁରବାସୀ ସ୍ବାଭିମାନୀ। ଏହି ମାଟି କେବେବି ବାହାର ନେତାକୁ ଗ୍ରହଣ କରିନାହିଁ ଓ ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ବାହାର ଲୋକ କେବେବି ନିର୍ବାଚନ ଲଢି ଜିତି ନାହାଁନ୍ତି। ତେବେ ନବୀନ ପଟ୍ଟନାୟକ ଭୁବନେଶ୍ବରୁ ଆସି ଏଠାରେ କେମିତି ଲୋକଙ୍କ ସ୍ବାଭିମାନକୁ ଜିତିପାରିବେ । ଯିଏକି ନିଜେ ଓଡିଆ ମଧ୍ୟ ଠିକସେ କହିପାରୁନାହାନ୍ତି ସେ ସମ୍ବଲପୁରୀ ଭାଷା କେମିତି ବୁଝିବେ ଓ ଲୋକଙ୍କ ଦୁଖ ଦୂର କରିବେ" ବୋଲି କହିଛନ୍ତି ଦାମ।

"ଏହି ସରକାର ୧୯ ବର୍ଷ ଶାସନରେ ମହିଳାମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି, ଚାଷୀ ଆତ୍ମହତ୍ୟାର କାରଣ ସାଜିଛି । ନବୀନ ସରକାରଙ୍କ ମନ୍ତ୍ରୀ ଓ ବିଧାୟକମାନେ ଚିଟଫଣ୍ଡ ଦୁର୍ନୀତିରେ ସାମିଲ ହୋଇ ଜନସାଧାରଣଙ୍କ ବହୁ କଷ୍ଟରେ ଅର୍ଜିତ ଅର୍ଥ ଲୁଟିନେଇଛନ୍ତି ଓ ନିର୍ବାଚନୀ ବୈତରଣୀ ପାର ହେବାପାଇଁ ବାରମ୍ବାର ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଚାଲିଛନ୍ତି ।" ଏପରି ସରକାରକୁ ଭୋଟ ନଦେଇ ବିଜେପିକୁ ଭୋଟ ଦେବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଦାମ ।

ତେବେ ଲାଉମୁଣ୍ଡା ପଞ୍ଚାୟତ ପଡିଆରେ ବିଜେପି ଦଳ ବୁଧବାର ଏହି ବିଜୟ ସଂକଳ୍ପ ସମାବେଶରେ ଦାମ ରାଉତଙ୍କ ସମେତ ବିଶ୍ବଭୂଷଣ ହରିଚନ୍ଦନ, ଅନୁ ଚୌଧୁରୀ ମଧ୍ୟ ଯୋଗଦେଇ ବିଜେଡିକୁ ହଟାଇ ବିଜେପିକୁ ଭୋଟ ଦେବାପାଇଁ ଲୋକଙ୍କୁ ନିବେଦନ କରିଛନ୍ତି । ତେବେ ବିଜେପୁରରେ ନବୀନ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲକରିବା ପୂର୍ବରୁ ଏଠାରେ ହାଇ ଭୋଲଟେଜ ଡ୍ରାମା ଆରମ୍ଭ ହୋଇଗଲାଣି । ତେବେ ଏହି ହାଇ ଭୋଲଟେଜ ଡ୍ରାମା ଭୋଟରମାନଙ୍କୁ କେତେ ପ୍ରଭାବିତ କରୁଛି ତାହା ସମୟ ହିଁ କହିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.