ETV Bharat / state

ଉପନିର୍ବାଚନ ଆସୁଥିବାରୁ ସର୍ବସ୍ୱ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି - by election round the corner

ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ 458 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ପଛରେ ରହିଛି ଭୋଟ ହାତେଇବାର ଷଡଯନ୍ତ୍ର । ବିକାଶ ପାଇଁ ବିଧାୟକଙ୍କ ମୃତ୍ୟୁକୁ କାହିଁକି ଅପେକ୍ଷା କରିଥାଏ ବିଜେଡି । 22 ବର୍ଷ ଭିତରେ କାହିଁକି ଥରୁଟିଏ ପଦ୍ମପୁର ବିକାଶ କଥା ମନେ ପଡିଲା ନାହିଁ । ଉପନିର୍ବାଚନ ଆସିଲେ ନବୀନ ବାବୁଙ୍କୁ ବିକାଶ କଥା ମନେ ପଡେ । ଅଧିକ ପଢନ୍ତୁ

ଉପନିର୍ବାଚନ ଆସୁଥିବାରୁ ସର୍ବସ୍ବ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ:  ବିଜେପି

author img

By

Published : Oct 29, 2022, 7:23 PM IST

ଭୁବନେଶ୍ବର: ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ 458 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବା ପଛରେ ରହିଛି ଭୋଟ ହାତେଇବାର ଷଡଯନ୍ତ୍ର । ବିକାଶ ପାଇଁ ବିଧାୟକଙ୍କ ମୃତ୍ୟୁକୁ କାହିଁକି ଅପେକ୍ଷା କରିଥାଏ ବିଜେଡି । 22 ବର୍ଷ ଭିତରେ କାହିଁକି ଥରୁଟିଏ ପଦ୍ମପୁର ବିକାଶ କଥା ମନେ ପଡିଲା ନାହିଁ । ଉପନିର୍ବାଚନ ଆସିଲେ ନବୀନ ବାବୁଙ୍କୁ ବିକାଶ କଥା ମନେ ପଡେ । ଏମିତି କହି ରାଜ୍ୟ ସରକାର ଓ ବିଜେଡିକୁ କଡା ସମାଲୋଚନା କରିଛନ୍ତି ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ।

ଉପନିର୍ବାଚନ ଆସୁଥିବାରୁ ସର୍ବସ୍ବ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ପ୍ରଦୀପ କହିଛନ୍ତି, "ଅତୀତରେ ବିଜେପୁରରେ ସୁବଳ ସାହୁଙ୍କ ଦେହାନ୍ତ କାରଣରୁ ଉପନିର୍ବାଚନ ହେଲା । ନବୀନ ବାବୁ ବିଜେପୁରକୁ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ । ହସ୍ପିଟାଲରେ ଡାକ୍ତର ପହଞ୍ଚିଗଲେ, ସ୍କୁଲରେ ଶିକ୍ଷକ ପହଞ୍ଚିଗଲେ ଆଉ ବିକାଶର ସୁଲେନି ସ୍ୱପ୍ନ ଦେଖାଇ ନିର୍ବାଚନ ଜିତିଲେ । ଆଜି ବିଜେପୁର ନିର୍ବାଚନ ମଣ୍ଡଳୀର ଲୋକେ ପଚାରୁଛନ୍ତି ନବୀନ ବାବୁଙ୍କୁ ନିର୍ବାଚନ ପୂର୍ବରୁ ଆସିଥିବା ଡାକ୍ତର ଓ ଶିକ୍ଷକ ଗଲେ କୁଆ। ନିର୍ବାଚନ ପୂର୍ବରୁ ଯେଉଁ ଯେଉଁ ଘୋଷଣା ହୋଇଥିଲା ତାହା ଗଲା କୁଆଡେ ?"

ଏପରିକି ମୁଖ୍ୟମନ୍ତ୍ରୀ କହିଥିଲେ ବିଜେପୁର ଦାୟିତ୍ୱ ମୋର । କିନ୍ତୁ ବିଜେପୁରରେ ମରୁଡ଼ି ପଡ଼ିଲା ମୁଖ୍ୟମନ୍ତ୍ରୀଙ୍କର ଦେଖା ମିଳିଲାନି । ଚାଷୀଙ୍କ ମଣ୍ଡିରେ ଧାନ ବିକିବା ପାଇଁ ଟୋକନ ଲାପସ ହେଲା ନବୀନ ବୁଝିଲେ ନାହିଁ । ହସ୍ପିଟାଲରେ ଡାକ୍ତର ନାହିଁ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ନବୀନ ବାବୁଙ୍କର ଦେଖା ନାହିଁ । ଆଉ ଏବେ ପୁଣି ପଦ୍ମପୁର ବାସୀଙ୍କୁ ବୋକା ବନେଇବାକୁ ବିଜେଡି ଯୋଜନା ଆରମ୍ଭ କରିଛି । ପଦ୍ମପୁର ପାଇଁ ପ୍ରାୟ 500 କୋଟି ଟଙ୍କାର ଘୋଷଣା କରାଯାଉଛି । 22 ବର୍ଷ ଭିତରେ କାହିଁକି ଥରୁଟିଏ ପଦ୍ମପୁର ବିକାଶ କଥା ମନେ ପଡ଼ିଲା ନାହିଁ । ବିଧାୟକଙ୍କର ମୃତ୍ୟୁ ହୋଇଥିବାରୁ ଭୋଟ ପାଇଁ ସ୍ୱପ୍ନ ଦେଖାଉଛନ୍ତି ନା ବିକାଶର ସ୍ୱପ୍ନ ଦେଖାଉଛନ୍ତି ? ବୋଲି ପ୍ରଦୀପ ପ୍ରଶ୍ନ ଉଠାଇଛନ୍ତି । ଭୋଟ ହାତେଇବା ପାଇଁ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନବୀନ ବାବୁଙ୍କ ଏହା ହେଉଛି ଷଡ଼ଯନ୍ତ୍ର । କିନ୍ତୁ ପଦ୍ମପୁର ବାସୀ ଏହି ଉପନିର୍ବାଚନରେ ବିଜେଡିକୁ ଠିକ ଜବାବ ଦେବେ ।

ପଦ୍ମପୁର ପାଇଁ ନବୀନ ପ୍ୟାକେଜ ଘୋଷଣାକୁ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମଧ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଆଗକୁ ପଦ୍ମପୁର ଉପନିର୍ବାଚନ ଆସୁଥିବାରୁ ପ୍ରଚାର ସର୍ବସ୍ବ ଘୋଷଣା କରୁଛନ୍ତି ନବୀନ ସରକାର । ନିର୍ବାଚନ ଆସିଲେ ନବୀନ ବାବୁଙ୍କ ବହୁ ଘୋଷଣା, ଉଦଘାଟନ କଥା ମନେପଡେ । ପରେ ମୁଖ୍ୟମନ୍ତ୍ରୀ ନିଜେ ବି ଜାଣି ନଥାନ୍ତି ସେ କଣ ଘୋଷଣା କରିଥିଲେ। ପଦ୍ମପୁର ଉପ ନିର୍ବାଚନରେ ଏହାର କିଛି ପ୍ରଭାବ ପଡିବନି ବୋଲି କହିଛନ୍ତି ଜୟନାରାୟଣ ମିଶ୍ର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.