ETV Bharat / state

ବରଗଡରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମାଗିଲା ବିଜେପି - ଇସ୍ତଫା ଦିଆନ୍ତୁ ମୁଖ୍ୟମନ୍ତ୍ରୀ

ବରଗଡ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା କଲା ଦାବି । ଅଧିକ ପଢନ୍ତୁ

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି କୁନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି

author img

By

Published : Jun 8, 2023, 10:10 AM IST

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେପି

ବରଗଡ: ବରଗଡ ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଗର୍ଜିଲା ବିଜେପି । ବରଗଡ଼ ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ଅସାମାଜିକ କାର୍ଯ୍ୟକଳାପକୁ ରୋକ ଲଗାଇବାରେ ପୋଲିସ ବିଭାଗ ଫେଲ ମାରିଥିବା ଅଭିଯୋଗ କରିଛି ବଜେପି । ଜିଲ୍ଲାରେ ଅସାମାଜିକ ବ୍ୟକ୍ତିଙ୍କ ପ୍ରବେଶ ଏବଂ ଚୋରି ଡ଼କାୟତି ବଢ଼ିଚାଲିଛି । ବରଗଡରେ ଜନସାଧାରଣ ସୁରକ୍ଷା ଏବେ ବିପଦରେ ରହିଛି । ସାଇବର କ୍ରାଇମ ବଢିବାରେ ଲାଗିଛି । ନା ସରକାର ନା ପୋଲିସ ଏହା ପ୍ରତି ନିଘା ଦେଉଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେପି । ଏନେଇ ରାଜ୍ୟ ସରକାର ଉପରେ ବର୍ଷିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ ।

ବିଜେପି ଜିଲ୍ଲା ସଂଯୋଜକ ମାନଭଞ୍ଜନ ତ୍ରିପାଠୀ କହିଛନ୍ତି,‘‘ ବିଜେପି ଦଳ ପକ୍ଷରୁ ମଗାଯାଇଥିବା ଆର.ଟି.ଆଇ ତଥ୍ୟ ଅନୁଯାୟୀ ୨୦୨୧ ମସିହାରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୧୫୫୨ଟି ମୋବାଇଲ ସେଟ୍ ଚୋରି ଘଟଣା ରେଜିଷ୍ଟ୍ରି ହୋଇଛି । ସେଥିମଧ୍ୟରୁ ମାତ୍ର ୨୧୨ଟି ମୋବାଇଲ ପୋଲିସ ଦ୍ବାରା ଉଦ୍ଧାର କରାଯାଇଛି । ଜିଲ୍ଲାରେ ମୋବାଇଲ ଚୋରି ଏକ ନୀତି ଦିନିଆ ଘଟଣାରେ ପରିଣତ ହେଲାଣି । ଜିଲ୍ଲାରେ ଅବାଧ ଭାବରେ ବେଆଇନ ମଦ, ଜୁଆ, ସଟ୍ଟା, କୋରେଏକ୍ସ କାରବାର ବୃଦ୍ଧି ଯୋଗୁଁ, ଯୁବ ଗୋଷ୍ଠୀ ଏହାର ଶିକାର ହୋଇ ବିଭିନ୍ନ ପ୍ରକାରର ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି । ଯଦ୍ଵାରା ସାଧାରଣ ଜନତା ନିଜକୁ ସୁରକ୍ଷିତ ମନେକରୁ ନାହାନ୍ତି । ବିଭିନ୍ନ ସମୟରେ ଅପରାଧୀମାନଙ୍କ ଦ୍ଵାରା ଲୁଣ୍ଠିତ ହେଉଛନ୍ତି । ବରଗଡ ସହରରେ ନିକଟରେ ଚୋର ମାନେ ଜୁଡ଼ିସିଆଲ ମାଜିଷ୍ଟ୍ରେଟଙ୍କ ଠାରୁ ମଧ୍ୟ ସୁନା ଚେନ୍ ଲୁଟି ନେବାରେ ସକ୍ଷମ ହୋଇଥିଲେ । ସେହିପରି ଟାଉନ ଥାନାର ଅତି ନିକଟରୁ ମହିଳାଙ୍କ ବେକରୁ, ସୁନା ଚେନ ଲୁଟ କରିଥିଲେ । ଯାହା ଆଇନ ଶୃଙ୍ଖଳାର ବିକୃତ ଚିତ୍ରକୁ ପ୍ରତିପାଦନ କରୁଛି ।’’

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି,‘‘ଜିଲ୍ଲାର ବିଭିନ୍ନ ଥାନାରେ ବିଜୁ ଜନତା ଦଳର ସ୍ଥାନୀୟ ନେତୃବୃନ୍ଦଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଥାନା ଅଧିକାରୀ ମାନେ, ନିରୀହ ଲୋକଙ୍କ ନାମରେ ମିଥ୍ୟା ମକଦ୍ଦମା କରୁଛନ୍ତି । ପ୍ରକୃତ ଦୋଷୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି ଏବଂ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ଠିକ୍ କରିବା ପରିବର୍ତ୍ତେ, ଦୁର୍ନୀତିରେ ଲିପ୍ତ ରହୁଛନ୍ତି । ଯାହାର ଜ୍ୱଳନ୍ତ ଉଦାହରଣ ଗାଇସିଲେଟ ଥାନା ଅଧିକାରୀ ଯେ କି, ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲରେ ଅଛନ୍ତି । ଜନସାଧାରଣଙ୍କୁ ଆବଶ୍ୟକ ସୁରକ୍ଷା ଦେବାରେ ବିଫଳ ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ଯେ କି ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି, ତୁରନ୍ତ ଇସ୍ତଫା ଦେବା ଦିଅନ୍ତୁ ।’’ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ଜିଲ୍ଲା ମିଡ଼ିଆ ପ୍ରଭାରୀ ଅଶୋକ ପଣ୍ଡା, ଜିଲ୍ଲା ଆଇନ ସେଲର ସଦସ୍ୟ ମହେଶ୍ୱର ପାଣ୍ଡେ, ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.