ETV Bharat / state

କ୍ୟାନସର ହସପିଟାଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲା ବିଜେଡି

ବରଗଡରେ କ୍ୟାନସର ହସ୍ପିଟାଲ ପାଇଁ ଅର୍ଥ ମଞ୍ଜୁରୀକୁ ନେଇ ବିଜେଡିର ସାମ୍ବାଦିକ ସମ୍ବିଳନୀ । ଅଧିକ ପଢନ୍ତୁ...

କ୍ୟାନସର ହସପିଟାଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ପରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

author img

By

Published : Aug 15, 2021, 11:54 AM IST

ବରଗଡ: ଜିଲ୍ଲାରେ କ୍ୟାନସର ହସ୍ପିଟାଲ ପାଇଁ ଅର୍ଥ ମଞ୍ଜୁରୀକୁ ନେଇ ବିଜେଡିର ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । କ୍ୟାନସର କେୟାର ସେଣ୍ଟର ସ୍ଥାପନ ପାଇଁ ସରକାରଙ୍କ ପ୍ରଶାସନିକ ଅନୁମୋଦନ ମିଳିବା ପରେ ବିଜେଡି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଏଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଜିଲ୍ଲାର ବିଧାୟକ ଓ ବିଧାୟିକା ମାନେ ।

କ୍ୟାନସର ହସପିଟାଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ପରେ ବିଜେଡିର ସାମ୍ବାଦିକ ସମ୍ମିଳନୀ

ଦୀର୍ଘବର୍ଷରୁ ବରଗଡବାସୀର କ୍ୟାନସର ହସପିଟାଲ କରିବା ପାଇଁ ଆନ୍ଦୋଳନ ହୋଇଆସୁଥିଲା । ହସ୍ପିଟାଲର ଦାବିକୁ ସରକାର ପୂରଣ କରି ୧ ଲକ୍ଷ ୩୬ ହଜାର ୫୦୮.୭୯ ବର୍ଗଫୁଟରେ ୫ ମହଲା ବିଶିଷ୍ଟ କ୍ୟାନସର କେୟାର ସେଣ୍ଟର ନିର୍ମାଣ ପାଇଁ ୯୦ କୋଟି ୨୭ଲକ୍ଷ ଟଙ୍କାର ମଞ୍ଜୁରୀ ଦେଇଛନ୍ତି ।

ବରଗଡରେ ନିର୍ମାଣ ହେବାକୁ ଥିବା ହସ୍ପିଟାଲର ତଳ ମହଲାରେ ରେଡ଼ିଏଶନ ଥେରାପି ୟୁନିଟ୍‌, ପ୍ରଥମ ମହଲାରେ ମେଡ଼ିକାଲ ଅଙ୍କୋଲୋଜି, ସର୍ଜିକାଲ ଅଙ୍କୋଲୋଜି ବହିର୍ବିଭାଗ ସହିତ ୨୦ଟି ଶଯ୍ୟା ରହିବ। ସେହିପରି ଦ୍ୱିତୀୟ ମହଲାରେ ପେଟ ସିଟି, ଗ୍ରାମା ହଟ୍‌ ଚ୍ୟାମ୍ବର, ତୃତୀୟ ମହଲାରେ ଅନ୍ତର୍ବିଭାଗ ମେଡ଼ିକାଲ ଅଙ୍କୋଲୋଜି, ଚତୁର୍ଥ ମହଲାରେ ଅନ୍ତର୍ବିଭାଗ ସର୍ଜିକାଲ ଅଙ୍କୋଲୋଜି ଏବଂ ପଞ୍ଚମ ମହଲରେ ୨ଟି ଅପରେସନ ଥିଏଟର(ଓଡ଼ି) ସହିତ ୨୦ଟି ଆଇସିୟୁ ଶଯ୍ୟା ରହିବ । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଘୋଷଣା କରାଯିବା ପରେ ବରଗଡରେ ଖୁସିର ଲହରୀ ଖେଳି ଯାଇଛି । ଏହି କାର୍ଯ୍ୟକ୍ରମରେ ଦଳର ବହୁ ଟାଣୁଆ ନେତା ସାମିଲ ହୋଇଥିଲେ ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.