ETV Bharat / state

ମାଟିର ଝିଅକୁ ଅପମାନ କରିଥିବା ବିଜେପିକୁ ଉଚିତ ଜବାବ ଦେବେ ପଦ୍ମପୁରବାସୀ: ବିଜେଡି - ବିଜେଡି ମହିଳା ମୋର୍ଚ୍ଚାର ପ୍ରେସମିଟ

ପଦ୍ମପୁର ଉପନିର୍ବାଚନରେ ପଦ୍ମପୁର ମାଟିର ଝିଅ ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ନିର୍ବାଚନରେ ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ବିଜେପି ହତାଶ ହୋଇପଡ଼ିଛି । ତେଣୁ ବିଜେପିର କିଛି ବଡ଼ ବଡ଼ ନେତା ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅତି ନିମ୍ନସ୍ତରର କୁତ୍ସାରଟନା କରୁଛନ୍ତି । ସଭାସମିତି ଓ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Dec 3, 2022, 8:23 PM IST

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନରେ ପଦ୍ମପୁର ମାଟିର ଝିଅ ବର୍ଷା ସିଂ ବରିହା ବିଜେଡି ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ନିର୍ବାଚନରେ ପରାଜୟ ନିଶ୍ଚିତ ବୋଲି ଜାଣିବା ପରେ ବିଜେପି ହତାଶ ହୋଇପଡ଼ିଛି । ତେଣୁ ବିଜେପିର କିଛି ବଡ଼ ବଡ଼ ନେତା ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅତି ନିମ୍ନସ୍ତରର କୁତ୍ସାରଟନା କରୁଛନ୍ତି । ସଭାସମିତି ଓ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ସେମାନଙ୍କର ଉଦ୍ଦେଶ୍ୟ କେବଳ ବର୍ଷାଙ୍କୁ ଅପମାନିତ କରିବା ନୁହେଁ, ସମଗ୍ର ଓଡ଼ିଶାର ନାରୀ ଜାତିର ସମ୍ମାନକୁ ଭୂଲୁଣ୍ଠିତ କରିବା । ନାରୀଙ୍କୁ ଘରର ଲକ୍ଷ୍ମୀ ବୋଲି ଭାବୁଥିବା ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ନିଚା ଦେଖାଇବା । ବିଜେପିର ଏହା ହୀନ ରାଜନୀତି ବୋଲି ବିଜେଡି ଅଭିଯୋଗ କରିଛି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ସୁଲତା ଦେଓ, ମୁଖପାତ୍ର ଏଲିନା ଦାସ ଏବଂ ଇପସିତା ସାହୁ ପ୍ରମୁଖ ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ନିନ୍ଦା କରିଛନ୍ତି ।

ମାଟିର ଝିଅକୁ ଅପମାନ କରିଥିବା ବିଜେପିକୁ ଉଚିତ ଜବାବ ଦେବେ ପଦ୍ମପୁରବାସୀ :ବିଜେଡି

ଏହାବି ପଢନ୍ତୁ- Padmapur By Poll: ପଦ୍ମପୁରରେ ଅପରାଜିତାଙ୍କ ଧୂଆଁଧାର ପ୍ରଚାର

ସେମାନେ କହିଛନ୍ତି ଯେ ଆମ ହିନ୍ଦୁ ଧର୍ମ ଏବଂ ଓଡ଼ିଆ ପରମ୍ପରା ଓ ସଂସ୍କୃତିରେ ନାରୀମାନଙ୍କୁ ଉଚ୍ଚ ସମ୍ମାନ ଦିଆଯାଏ । ଘରେ ଘରେ ସମସ୍ତେ ବିଶ୍ୱାସ କରନ୍ତି ଯେ ମା’ମାନେ ହେଉଛନ୍ତି ଲକ୍ଷ୍ମୀ ଓ ଦୁର୍ଗାଙ୍କର ସ୍ୱରୂପ । କିନ୍ତୁ କଥା କଥାକେ ଧର୍ମ ଓ ପରମ୍ପରାର କଥା କହୁଥିବା ଭାରତୀୟ ଜନତା ପାର୍ଟିର ଓଡ଼ିଶାର କିଛି ନେତା ଏବେ ନାରୀଙ୍କୁ ସମ୍ମାନ ଦେବା ଦୂରେ ଥାଉ ନାରୀଙ୍କ ପ୍ରତି ଆଚରଣ ଓ ଉଚ୍ଚାରଣରେ ଶାଳୀନତାର ସମସ୍ତ ସୀମା ଟପି ଯାଇଛନ୍ତି । ଏବେ ପଦ୍ମପୁରରେ ଉପନିର୍ବାଚନ ପାଇଁ ପ୍ରଚାର ଚାଲିଛି । ନିର୍ବାଚନ ଏମିତି ଆସୁଥିବ, ଯାଉଥିବ । ରାଜନୀତିରେ ନୀତି ଓ ଆଦର୍ଶକୁ ନେଇ ସମାଲୋଚନା ହେବା କଥା । ଗଠନମୂଳକ ସମାଲୋଚନା ହିଁ ଆମ ଗଣତନ୍ତ୍ରକୁ ଆଜି ପର୍ଯ୍ୟନ୍ତ ସୁଦୃଢ଼ କରି ରଖିଛି । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହାର ବିଲକ୍ଷଣ ଦେଖିବାକୁ ମିଳୁଛି । ଆଶା କରାଯାଉଥିଲା ଯେ ପଦ୍ମପୁରରେ ବିଜେପି ନେତାମାନେ ରାଜନୈତିକ ମର୍ଯ୍ୟାଦାର ସୀମା ଭିତରେ ରହି ନିର୍ବାଚନ ପ୍ରଚାର କରିବେ । ମାତ୍ର ସେମାନେ କ୍ରମାଗତ ଭାବେ ବିଜେଡି ପ୍ରାର୍ଥୀଙ୍କ ବ୍ୟକ୍ତିଗତ ଜୀବନକୁ ଅଶାଳୀନ ଆକ୍ଷେପ କରୁଛନ୍ତି । ବିଜେପିର ଏହି ବରିଷ୍ଠ ନେତାମାନେ ନିଜ ଝିଅ ବୟସର ବର୍ଷାଙ୍କ ସଂପର୍କରେ କିଏ କେତେ ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇପାରିବ, ତାକୁ ନେଇ ସେମାନଙ୍କ ମଧ୍ୟରେ ସତେ ଯେମିତି ଗୋଟିଏ ପ୍ରତିଯୋଗିତା ଚାଲିଛି ।

ଏହାବି ପଢନ୍ତୁ- 2047 ସୁଦ୍ଧା ଆତ୍ମନିର୍ଭର ହେବ ନୌସେନା: ନୌସେନା ମୁଖ୍ୟ

ଏହି ଅସୁସ୍ଥ ପ୍ରତିଯୋଗିତାରେ ସାଂସଦ ଜୁଏଲ ଓରାମ, ବିଧାୟକ ଜୟନାରାୟଣ ମିଶ୍ର ଏବଂ ଖୋଦ ପଦମପୁରର ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପ୍ରମୁଖ ସାମିଲ ହୋଇଛନ୍ତି । ଓଡ଼ିଆ ଘରର ବିଶ୍ୱାସ ଅଛି, ମାର୍ଗଶୀର ଗୁରୁବାରରେ ଘରକୁ ଲକ୍ଷ୍ମୀ ଆସନ୍ତି । କିନ୍ତୁ ମାର୍ଗଶୀର ମାସ ଗୁରୁବାର ଭଳି ଏକ ପବିତ୍ର ଦିନରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପଦ୍ମପୁର ଝିଅ ବର୍ଷାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଅତ୍ୟନ୍ତ ଅଶାଳୀନ ଓ ଅରୁଚିକର ଟିପ୍ପଣୀ ଦେଇଛନ୍ତି । ଅବଶ୍ୟ ଜୁଏଲ ଓରାମଙ୍କ ଚରିତ୍ର କ’ଣ ତାହା ସାରା ଓଡ଼ିଶା ଜାଣିଛି । କିଛି ମାସ ପୂର୍ବରୁ ସେ ତାଙ୍କରି ଦଳର ତାଙ୍କ ଝିଅ ବୟସର ଜଣେ ନାରୀନେତ୍ରୀଙ୍କୁ ଅସଦାଚରଣ କରିଥିଲେ । ଏଥିପାଇଁ ପୀଡ଼ିତା ନାରୀ ନେତ୍ରୀ ଜଣକ ଥାନାରେ ଏତଲା ଦେବା ସହ ଜୁଏଲଙ୍କ ଭଦ୍ରମୁଖା ତଳେ ଥିବା କୁତ୍ସିତ ଚେହେରାକୁ ପଦାରେ ପକାଇ ଦେଇଥିଲେ । ଆଉ ଅକଳରେ ପଡ଼ି ଜୁଏଲଙ୍କୁ ବେଶ କିଛିଦିନ ପାଇଁ ମୁହଁ ଲୁଚାଇବାକୁ ପଡ଼ିଥିଲା । ନିଶାସକ୍ତ ଅବସ୍ଥାରେ ସଂପୃକ୍ତ ନାରୀନେତ୍ରୀଙ୍କ ସହ ଜୁଏଲଙ୍କ ଅଶ୍ଳୀଳ ଟେଲିଫୋନ ବାର୍ତ୍ତାଳାପ ସାରା ଦୁନିଆ ଶୁଣିବା ପରେ ବି ଜୁଏଲ ଏଥିପାଇଁ ଭୁଲ ସ୍ୱୀକାର କରି ନଥିଲେ କି ତାଙ୍କୁ କ୍ଷମା ମାଗି ନଥିଲେ । ତେଣୁ ଅଭ୍ୟାସଗତ ଭାବେ ବାରମ୍ବାର ମହିଳାମାନଙ୍କୁ ଅଶାଳୀନ ଆଚରଣ କରୁଥିବା ଏଭଳି ଜଣେ କୁତ୍ସିତ ମାନସିକତା ସମ୍ପନ୍ନ ଏହି ବରିଷ୍ଠ ନେତାଙ୍କ ଠାରୁ ଆଉ କ’ଣ ଅଧିକ ଆଶା କରାଯାଇପାରେ ?

ଏହାବି ପଢନ୍ତୁ- Make In Odisha Conclave: ସବୁ ଜିଲ୍ଲାରେ ହେବ ଛୋଟ ଶିଳ୍ପ ପାର୍କ: ମୁଖ୍ୟମନ୍ତ୍ରୀ

ସେହିପରି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ । ବିଜେପୁର ଉପନିର୍ବାଚନ ବେଳେ ହତ୍ୟା ଉଦ୍ୟମ ଓ ମରଣାନ୍ତକ ଆକ୍ରମଣ ଭଳି ସଂଗିନ ଅପରାଧରେ ଅଭିଯୁକ୍ତ ଜୟ ଗିରଫ ହୋଇ ଜେଲ ଯାଇଥିଲେ । ଜାମିନରେ ଆସିଥିବା ଜୟ ଏବେ ପଦ୍ମପୁରରେ ବିଜେପିର ଷ୍ଟାର ପ୍ରଚାରକ ସାଜି ହୀନ ରାଜନୀତି କରୁଛନ୍ତି । ସେ ତାଙ୍କ ପୁରୁଣା ଅଭ୍ୟାସ ଛାଡ଼ି ନପାରି ବର୍ଷାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ ପୁଣିଥରେ ତାଙ୍କର ଘୋର ନାରୀ ବିରୋଧୀ ମାନସିକତାର ପରିଚୟ ଦେଇଛନ୍ତି । ଅନ୍ୟପକ୍ଷରେ ପଦ୍ମପୁରରେ ପରାଜୟ ଭୟରେ ହତାଶ ହୋଇ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ବର୍ଷାଙ୍କ ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ଅଶାଳୀନ ମନ୍ତବ୍ୟ ଦେଉଛନ୍ତି । ଯିଏ ନାରୀଙ୍କୁ ସମ୍ମାନ ଦେବା ଜାଣି ନାହିଁ, ମାତୃଜାତି ଏବଂ ଓଡ଼ିଶାର ସଂସ୍କୃତିକୁ ଅପମାନ କରୁଛି, ସେଭଳି ନେତାଙ୍କୁ ସ୍ୱାଭିମାନୀ ପଦ୍ମପୁରବାସୀ କେବେବି ନିଜର ପ୍ରତିନିଧି ରୂପେ ବାଛିବେ ନାହିଁ । ରାଜନୀତିରେ ହାରଜିତ ଅଛି । ପଦ୍ମପୁର ନିର୍ବାଚନ ପାଇଁ ଏଯାଏ ଭୋଟ ପଡ଼ି ନଥିଲେ ମଧ୍ୟ ବିଜେପି ଏହା ହାରି ସାରିଛି । ତେଣୁ ତାଙ୍କ ଦଳର ନେତାମାନେ ହତାଶ ଓ ବିଚଳିତ ହୋଇ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି ।

ତେବେ ଏକ ସୁସ୍ଥ ଗଣତନ୍ତ୍ରରେ ଏଭଳି ନକାରାତ୍ମକ ରାଜନୀତି‌ର ସ୍ଥାନ ନାହିଁ । ବର୍ଷାଙ୍କ ପ୍ରତି ଜୁଏଲ ଓରାମ, ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତ ପ୍ରମୁଖ ବିଜେପିର ନେତାମାନେ ଯେଭଳି କୁତ୍ସିତ ମନ୍ତବ୍ୟ ଦେଇଛନ୍ତି । ତାହା ଓଡ଼ିଶାବାସୀ କେବେବି ବରଦାସ୍ତ କରିବେ ନାହିଁ । ଏଥିପାଇଁ ପଦ୍ମପୁରବାସୀ ମଧ୍ୟ ସେମାନଙ୍କୁ କ୍ଷମା ଦେବେ ନାହିଁ ଏବଂ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.