ETV Bharat / state

Padmapur By Poll: ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବଢିଛି BJDର ବିଜୟ ଆଶା - Naveen campaign in padamapur

ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଝାରବନ୍ଧ, ପାଇକମାଲ ଓ ପରେ ପଦ୍ମପୁରରେ ତିନିଗୋଟି ବିରାଟ ଜନସଭାକୁ ସମ୍ବୋଧନ କରିଥିଲେ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପରେ ବଢିଛି ବିଜେଡିର ବିଜୟ ଆଶା

author img

By

Published : Dec 3, 2022, 7:59 AM IST

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଗତକାଲି ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନିଜେ ନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଝାରବନ୍ଧ, ପାଇକମାଲ ଓ ପରେ ପଦ୍ମପୁରରେ ତିନିଗୋଟି ବିରାଟ ଜନସଭାକୁ ସମ୍ବୋଧନ କରିଥିଲେ । ଝାରବନ୍ଦ ଅଞ୍ଚଳରେ ରହିଥିବା ଡେମର ପୁନଃଉଦ୍ଧାର କରାଯିବ, ଏଠାକାର ରହିଥିବା ବିଦ୍ୟୁତ ସମସ୍ୟାର ମଧ୍ୟ ସମାଧାନ ସହିତ ଜନସାଧାରଣଙ୍କ ରହିଥିବା ସମସ୍ତ ଦାବି ନିଶ୍ଚୟ ପୂରଣ ହେବ ଏବଂ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଆଗାମୀ 5 ତାରିଖରେ ଭୋଟ ଦେବାକୁ ଅପିଲ କରିଥିଲେ ।

ସେହିପରି ପାଇକମାଲ ଏମଇ ସ୍କୁଲ ପଡ଼ିଆରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ନିଜ ଗଡରେ ମୁଖ୍ୟମନ୍ତ୍ରୀ ପ୍ରଚାର ରହିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଆମେ କଥାରେ ନୁହେଁ କାମରେ ବିଶ୍ୱାସ କରୁ । ରାଜ୍ୟ ସରକାର କେନ୍ଦୁ ପତ୍ର ତୋଳାଳିଙ୍କ ପାଇଁ ସହାୟତା ଯୋଗେଇଛି ମାତ୍ର କେନ୍ଦ୍ର ସରକାର 18 % GST ଯୋଡି ଗରିବଙ୍କ ପେଟରୁ ଦାନା ଛଡାଇଛି । ରାଜ୍ୟବାସୀଙ୍କୁ ସହାୟତା ପ୍ରଦାନ କରିବାରେ ଓଡିଶା ଆଜି ଦେଶରେ ଏକ ନମ୍ବର ହୋଇପାରିଛି । ବିଜୁ ଜନତା ଦଳ କେବେବି ମିଥ୍ୟା ପ୍ରତିଶୃତି ଦେଇ ଲୋକଙ୍କୁ ଠକିବାର ପ୍ରସାୟ କରେନାହି ବୋଲି କହିଥିଲେ ।

ସେହିଭଳି ପଦ୍ମପୁରରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ପ୍ରବଳ ଜନସମୁଦ୍ର ଦେଖିବାକୁ ମିଳିଥିଲା । ପଦ୍ମପୁରରେ ଚାଷୀଙ୍କ ଦାବି ଓ ଜିଲ୍ଲା ମାନ୍ୟତା ଦାବି ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ପଦ୍ମପୁର ବାସୀଙ୍କ ସମ୍ମୁଖରେ ଘୋଷଣା କରିଥିଲେ ଯେ ‘‘ଆସନ୍ତା 2023ରେ ପଦ୍ମପୁରବାସୀଙ୍କ ଜିଲ୍ଲା ସ୍ଵପ୍ନ ସାକାର ହେବ ।’’ ଏତତ ବ୍ୟତୀତ ଚାଷୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଚାଷୀଙ୍କ ଇନପୁଟ ସବସିଟି ନିର୍ବାଚନ ଆଚରଣ ବିଧି ଶେଷ ହେଲା ପରେ ସମସ୍ତଙ୍କ ଖାତାକୁ ଯିବ।

ଅନ୍ୟପଟେ ବିରୋଧୀ ଦଳ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କୁ ଯେଉଁ ଭାବରେ ବ୍ୟକ୍ତିଗତ ଆକ୍ଷେପ କରୁଛି ତାହାକୁ ନିନ୍ଦା କରୁଛି କହିଥିଲେ । ପଦ୍ମପୁର ଉପନିର୍ବାଚନ ମଣ୍ଡଳୀରୁ ଜଣେ ଉଚ୍ଚ ଶିକ୍ଷିତା ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି । ସେ ଏହି ପଦ୍ମପୁର ମାଟିରେ ଜନ୍ମିତ , ଏହି ମାଟିର ପାଣି ପବନରେ ମଣିଷ ହୋଇ, ନିଜର ପିତାଙ୍କର ଅକାଳ ବିୟୋଗ ପରେ ଅଞ୍ଚଳ ବାସୀଙ୍କର ସେବା କରିବା ପାଇଁ ଦୃଢ଼ ପ୍ରତିଜ୍ଞାବଦ୍ଧ ସ୍ବର୍ଗତ ବିଜୟ ରଞ୍ଜନ ସିଂ ବରିହାଙ୍କ ସୁପୁତ୍ରୀ, ବିଜୁ ଜନତା ଦଳର ପ୍ରାର୍ଥୀନୀ ବର୍ଷା ରାଣୀ ସିଂ ବରିହାଙ୍କୁ ରେକର୍ଡ ସଂଖ୍ୟକ ଭୋଟ ବର୍ଷା କରେଇ ବିଜୟୀ କରେଇବା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ କରିଥିଲେ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.