ବରଗଡ଼: ପେଟ୍ରୋଲ, ଡିଜେଲ ଓ ଏଲପିଜି ଗ୍ୟାସର ଅହେତୁକ ଦର ବୃଦ୍ଧି ସାଙ୍ଗକୁ ଖାଇବା ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆଁ ହେବାରେ ଲାଗିଛି । ଏହାର ପ୍ରତିବାଦରେ ଗତକାଲି(ମଙ୍ଗଳବାର) କେନ୍ଦ୍ର ସରକାର ବିରୋଧରେ ବରଗଡ଼ ଜିଲ୍ଲା ବିଜୁ ମହିଳା ଦଳ ପକ୍ଷରୁ ସ୍ଥାନୀୟ ଗାନ୍ଧିଛକଠାର ଆନ୍ଦୋଳନ କରାଯାଇଥିଲା । ସାଧାରଣ ଜନତାଙ୍କ ଉପରେ ଯେଉଁ ଭାବରେ ଖାଦ୍ୟର ଏବଂ ରୋଷେଇ ଗ୍ୟାସର ଦର ବୃଦ୍ଧିର ପ୍ରଭାବ ପଡ଼ୁଛି, ତାହା ଆଉ ସହ୍ୟ କରି ହେଉନାହିଁ ।
ଏନେଇ ମହିଳାମାନେ ଏହାର ପ୍ରତିବାଦ କରି ପ୍ରଥମେ ଆନ୍ଦୋଳନରେ ବସିଥିଲେ ଏବଂ ପରେ ବରଗଡ଼ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଅନେକ ବିଜେଡ଼ି ନେତା ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ