ETV Bharat / state

ବିଜେପୁରରେ ବିଜେପିର ପ୍ରଚାର, ସନତଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର - ମୁଖ୍ୟମନ୍ତ୍ରୀକୁ ସିଧା ନିଶାନା କଲେଧର୍ମେନ୍ଦ୍ର

ପ୍ରାର୍ଥୀ ଘୋଷଣା ପରେ ପଥ ପ୍ରସ୍ତୁତ । ଆରମ୍ଭ ହୋଇଛି ଉଷ୍ମତା । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ମୈଦାନକୁ ପଦାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାଧାରଣ ସଭା, ପ୍ରଚାର ଓ ପଥପ୍ରାନ୍ତ ସଭାକରି ମୁଖ୍ୟମନ୍ତ୍ରୀକୁ ସିଧା ନିଶାନା କରିଛନ୍ତି ଧର୍ମେନ୍ଦ୍ର ।

ଡ଼ିଜାଇନ୍ ଫଟୋ
author img

By

Published : Oct 11, 2019, 5:33 PM IST

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ରଣାଙ୍ଗନକୁ ଓହ୍ଲାଇଛି ବିଜେପି । ଆରମ୍ଭ କରିଛି ପ୍ରଚାର । ଦଳୀୟ ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର ମୈଦାନକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମନ୍ତ୍ରୀ ପ୍ରଥମେ ଗାଇସିଲେଟ ବ୍ଲକ ତାଲପାଲିରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦେଇ ସାଧାରଣ ସଭାକୁ ଉଦବୋଧନ ଦେଇଥିଲେ ।

ସନତଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ଧର୍ମେନ୍ଦ୍ର

ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ୨୦୧୮ ଉପର୍ନିବାଚନ ସମୟରେ ଏଠାକାର ଲୋକଙ୍କ ସହିତ ଛଳନା କରି ନିର୍ବାଚନ ଜିତିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ବିଜେପୁରର ବାସୀଙ୍କ ସହ ମୁଖ୍ୟମନ୍ତ୍ରୀ ବିଶ୍ବାସଘାତ କରିଛନ୍ତି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ବିଜେପୁରବାସୀ ତାଙ୍କ ଉପରେ ଭରସା କରି ଭୋଟ ଦେଇ ଜିତାଇଥିଲେ । ମାତ୍ର ନବୀନ ହିଞ୍ଜିଳି ଆସନକୁ ଛାଡି ବିଜେପୁର ଆସନକୁ କାହିଁକି ଛାଡି ଦେଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟ, ଜଳସେଚନ, ପାନୀୟ ଜଳଯୋଗାଣ ବ୍ୟବସ୍ଥା ଭୁଶୁଡି ପଡ଼ିଛି । ତେଣୁ ବିଜେପି ପ୍ରାର୍ଥୀ ବିଜୟୀ ହେଲେ ଏହି ଅଞ୍ଚଳର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଦଳୀୟ ପ୍ରାର୍ଥୀଙ୍କୁ ଉପନିର୍ବାଚନରେ ଜିତାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଉପସ୍ଥିତ ବରିଷ୍ଠ ନେତା । ସଭାରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ ଲୋକସଭା ସାସଂଦ ସୁରେଶ ପୂଜାରୀ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କେ. ଭି ସିଂଦେଓ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବରଗଡ଼ରୁ ରାଜେଶ ସରାପ୍, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ପ୍ରଚାର ଆରମ୍ଭ କରିଦେଇଛନ୍ତି ।

ଆଜି ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଗାଇସିଲେଟ ବ୍ଲକ ତାଲପାଲିରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଯୋଗଦାନ ଦେଇଥିଲେ ଏବଂ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ୨୦୧୮ ଉପର୍ନିବାଚନ ସମ଼ୟରେ ଏଠାକାର ଲୋକଙ୍କ ସହିତ ଛଳନା କରି ନିର୍ବାଚନ ଜିତିଥିଲେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ବିଶ୍ୱାସଘାତ କରିଛନ୍ତି ବିଜେପୁରର ବାସୀଙ୍କୁ।

Body:ବିଜେପୁରବାସୀ ତାଙ୍କ ଉପରେ ଭରସା କରି ଭୋଟ ଦେଇ ଜିତାଇଥିଲେ। ମାତ୍ର ନବୀନ ହିଞ୍ଜିଳି ଆସନକୁ ନ ଛାଡି ବିଜେପୁର ଆସନକୁ କାହିଁକି ଛାଡି ଦେଲେ ବୋଲି ସେ ପ୍ରଶ୍ନ କରିଥିଲେ।

ଏହି ନିର୍ବାଚନ ମଣ୍ଡଳୀରେ ସ୍ବାସ୍ଥ୍ୟ, ଜଳସେଚନ, ପାନୀୟ ଜଳଯୋଗାଣ ବ୍ୟବସ୍ଥା ଭୁଶୁଡି ପଡ଼ିଛି ତେଣୁ ବିଜେପି କୁ ବିଜୟୀ କଲେ ଏହି ଅଞ୍ଚଳର ବିକାଶ ହେବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ।

ଦଳୀୟ ପ୍ରାର୍ଥୀ ସନଥ ଗଡତିଆଙ୍କ ସପକ୍ଷରେ ମତଦାନ କରିବାକୁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । ବରଗଡ ଲୋକସଭା ଏମ୍‌ପି ସୁରେଶ ପୂଜାରୀ, ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, କେ. ଭି ସିଂଦେଓ, ରାଜ୍ୟ ଉପସଭାପତି ଅଶ୍ବିନୀ ଷଡଙ୍ଗୀ, ଜିଲା ସଭାପତି ଅରୂପାନନ୍ଦ ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ଦଳୀୟ ପ୍ରାର୍ଥୀ ଶ୍ରୀ ସନତ ଗଡତିଆ ପ୍ରମୁଖ ଏହି ସମାରୋହରେ ମଞ୍ଚାସୀନ ଥିଲେ।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.