ETV Bharat / state

ବିଜେପୁରରେ ନବୀନଙ୍କ ବିରୋଧରେ ବିଷ ଓଗାଳିବେ ଦାମ

ନବୀନଙ୍କ ବିରୋଧରେ ପ୍ରଚାର ପାଇଁ ବର୍ତ୍ତମାନ ବିଜେପି ଦଳର ଅସ୍ତ୍ର ହୋଇଛନ୍ତି ଦାମ ରାଉତ। ଏହି ଅସ୍ତ୍ରକୁ ବିଜେପି ଦଳ ଆଜି ପ୍ରଥମେ ବ୍ୟବହାର କରିବାକୁ ଯାଉଛି ବରଗଡ଼ ଜିଲ୍ଲା ବିଜେପୁର ଠାରେ।

author img

By

Published : Mar 20, 2019, 2:51 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବରଗଡ: ଆଗାମୀ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଲଢ଼ିବେ ବୋଲି ଘୋଷଣା କରିବା ପରେ ବିଜେପି ଦଳ ତାର ରଣନୀତି ଆରମ୍ଭ କରିଦେଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ବିଜେପି ଦଳ ପକ୍ଷରୁ ବିଜେପୁର ନିର୍ବାଚନ ମଣ୍ଡଳୀରେ ଏଯାଏଁ ପ୍ରାର୍ଥୀ ଘୋଷଣା କରାଯାଇନଥିଲେ ମଧ୍ୟ ଏଠାରେ ହାଇ ଭୋଲଟେଜ ଡ୍ରାମା ଆରମ୍ଭ ହୋଇଯାଇଛି । ବିଜେଡ଼ିରୁ ଇସ୍ତଫା ଦେଇ ବିଜେପି ଦଳରେ ସାମିଲ ହୋଇଥିବା ବରିଷ୍ଠ ନେତା ଦାମ ରାଉତ ଯିଏକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇବା ପାଇଁ ଖୋଲାଖୋଲି ଚ୍ୟାଲେଞ୍ଜ କରୁଛନ୍ତି ଆଜି ସେ ବିଜେପୁର ନିର୍ବାଚନ ମଣ୍ଡଳୀକୁ ଯିବେ ।

ନବୀନଙ୍କ ବିରୋଧରେ ପ୍ରଚାର ପାଇଁ ବର୍ତ୍ତମାନ ବିଜେପି ଦଳର ଅସ୍ତ୍ର ହୋଇଛନ୍ତି ଦାମ ରାଉତ। ଏହି ଅସ୍ତ୍ରକୁ ବିଜେପି ଦଳ ଆଜି ପ୍ରଥମେ ବ୍ୟବହାର କରିବାକୁ ଯାଉଛି ବରଗଡ଼ ଜିଲ୍ଲା ବିଜେପୁର ଠାରେ। ବିଜେପୁର ବ୍ଲକ ଲାଉମୁଣ୍ଡା ପଞ୍ଚାୟତ ପଡ଼ିଆ ଠାରେ ବିଜେପି ପକ୍ଷରୁ ହେବାକୁ ଥିବା ଏକ ସାଧାରଣ ସଭାରେ ଦାମ ରାଉତଙ୍କ ସହ ଅନୁପ ଚୌଧୁରୀ, ବିଶ୍ବଭୂଷଣ ହରିଚନ୍ଦନ ଓ ପିତାମ୍ବର ଆଚାର୍ଯ୍ୟ ଯୋଗ ଦାନ ଦେବାର କାର୍ଯ୍ୟକ୍ରମ ରହିଛି।

ଏହି ସଭାରେ ଅନ୍ୟ ଦଳର ବହୁ କର୍ମୀମାନେ ବିଜେପିରେ ମିଶିବାର କାର୍ଯ୍ୟକ୍ରମ ରହିଛି। ତେବେ ଗୋଟେ ପଟେ ନବୀନ ପଟ୍ଟନାୟକ ବିଜେପୁରରେ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି ଏବଂ ବିଜେପି ଦଳ ମଧ୍ୟ ବିଜେପୁର ଠାରେ ନିଜର ପ୍ରାର୍ଥୀ ଚୟନ କରିନାହିଁ ଏପରି ପରିସ୍ଥିତିରେ ଦାମ ରାଉତଙ୍କ ବିଜେପୁର ଗସ୍ତ କରିବା, ଆଗକୁ ସଙ୍କେତ ଦେଇଛି ଯେ, ପୁଣିଥରେ ବିଜେପୁର ଉପନିର୍ବାଚନ ପରି ଏଥର ମଧ୍ୟ ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଫୁଲଦମରେ ଲଢ଼ିବ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.