ETV Bharat / state

ସରିଲା ବିଜେପୁର ଉପନିର୍ବାଚନ, 24ରେ ପ୍ରକାଶ ପାଇବ ଫଳାଫଳ

ସରିଲା ବିଜେପୁର ଉପନିର୍ବାଚନ । ତେବେ ବିଜେପୁର ନିର୍ବାଚନମଣ୍ଡଳୀରେ ସର୍ବମୋଟ ମତଦାନ 78.96% ହୋଇଥିବାବେଳେ ବରପାଲି ବ୍ଲକରେ 77.28%, ଗାଇସିଲେଟ ବ୍ଲକରେ 80.43 % ଓ ବିଜେପୁର ବ୍ଲକରେ 82.56 ପ୍ରତିଶତ ମତଦାନ ହୋଇଛି ।

author img

By

Published : Oct 21, 2019, 11:55 PM IST

ଡିଜାଇନ ଫଟୋ

ବରଗଡ: ସରିଲା ବିଜେପୁର ଉପନିର୍ବାଚନ । ତେବେ ବିଜେପୁର ନିର୍ବାଚନ ମଣ୍ଡଳୀରେ ସର୍ବମୋଟ ମତଦାନ 78.96% ହୋଇଥିବାବେଳେ ବରପାଲି ବ୍ଲକରେ 77.28%, ଗାଇସିଲେଟ ବ୍ଲକରେ 80.43 % ଓ ବିଜେପୁର ବ୍ଲକରେ 82.56 ପ୍ରତିଶତ ମତଦାନ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ ଗତ ସାଧାରଣ ନିର୍ବାଚନରେ ବିଜେପୁର ନିର୍ବାଚନ ମଣ୍ଡଳୀରେ 82% ମତ ସଂଗ୍ରହ କରାଯାଇ ଥିବାବେଳେ ଉପନିର୍ବାଚନରେ ଏହି ହାର କମିଛି । ସେପଟେ ମତଦାନ ଶେଷ ହେବାପରେ ତିନି ପ୍ରମୁଖ ଦଳ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି ।

ତେବେ ଭୋଟ ବାକ୍ସ ସିଲ୍‌ ହୋଇଥିବାବେଳେ ବିଜେପୁରବାସୀ କାହା ମୁଣ୍ଡରେ ସୁନା କଳସ ଢାଳିଛନ୍ତି ତାହା ଅକ୍ଟୋବର 24 ତାରିଖରେ ଜଣାପଡିବ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ଆଜି ଶେଷ ହେଲା ବିଜେପୁର ଉପନିର୍ବାଚନ ଏବଂ ସଂଗ୍ରହ କରାଗଲା ୭୮.୯୬% ଭୋଟ । ବରପାଳି ବ୍ଲକରେ ୭୭.୨୮% ମତଦାନ ହୋଇଥିବା ବେଳେ ଗାଇସିଲେଟ ବ୍ଲକରେ ୮୦.୪୩ % ଏବଂ ବିଜେପୁର ବ୍ଲକରେ ସର୍ବାଧିକ ୮୨.୫୬% ମତଦାନ କରାଯାଇଛି ।

Body:ବିଜେପୁର ନିର୍ବାଚନ ମଣ୍ଡଳୀର ବରପାଳି , ବିଜେପୁର ଓ ଗାଇସିଲେଟ ତିନିଟି ଯାକ ବ୍ଲକରେ ଆଜି ମତଦାନ କରାଯାଇଥିବା ବେଳେ ବିଜେପୁର ରେ ସବୁଠାରୁ ଅଧିକ ୮୨.୫୬% ଲୋକେ ମତଦାନ କରିଥିବା ବେଳେ ବରପାଳି ଠାରେ ପ୍ରଚୁର ବର୍ଷା ହେବା କାରଣରୁ ମତଦାନ ପ୍ରତିଶତ କମିଯାଇଥିଲା । ତେବେ ଗତ ସାଧାରଣ ନିର୍ବାଚନରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ୮୨% ମତସଂଗ୍ରହ କରାଯାଇଥିଲା ଏବଂ ବିଜେଡ଼ି ଦଳ ବହୁ ବ୍ୟବଧାନରେ ବିଜୟୀ ହୋଇଥିଲା । ତେବେ ଚଳିତ ଉପନିର୍ବାଚନରେ ମଧ୍ୟ ୭୯ % ମତ ସଂଗ୍ରହ କରାଯାଇଛି ଯାହା ମାତ୍ର ୩% ବ୍ୟବଧାନ ରହିଛି । ତେବେ ମତଦାନ ଶେଷ ହେବାପରେ ବିଜେଡ଼ି ଓ ବିଜେପି ଉଭୟ ଦଳର ପ୍ରାର୍ଥୀ ବିଜୟୀ ହେବାର ଆଶା ରଖୁଥିବା ବେଳେ କିନ୍ତୁ କଂଗ୍ରେସ ଦଳର ପ୍ରାର୍ଥୀ ଦିଲ୍ଲୀପି ପଣ୍ଡାଙ୍କୁ ମଧ୍ୟ ଲୋକେ ଭଲ ପ୍ରାର୍ଥୀ ଭାବେ ପସନ୍ଦ କରିଛନ୍ତି । କେବଳ ଭଲ ପ୍ରାର୍ଥୀ ପାଇଁ ବିଗତ ସାଧାରଣ ନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନରେ କଂଗ୍ରେସ ଦଳ ଭଲ ଭୋଟ ପାଇବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ତେବେ ଜନତା ଜନାର୍ଦନ କେଉଁ ଦଳର ପ୍ରାର୍ଥୀଙ୍କୁ ବିଜୟୀ କରୁଛନ୍ତି ତାହା ଫଳାଫଳ ପରେ ହିଁ ଜଣାପଡିବ ।

ବାଇଟ ୧- ରୀତା ସାହୁ ( ବିଜେଡି ପ୍ରାର୍ଥୀନୀ)
ବାଇଟ୨- ସନଥ ଗଡତିଆ ( ବିଜେପି ପ୍ରାର୍ଥୀ )
ବାଇଟ ୩- ଦିଲ୍ଲୀପି ପଣ୍ଡା ( କଂଗ୍ରେସ ପ୍ରାର୍ଥୀ )

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.