ETV Bharat / state

ଭୋଟ ଦେବ ବିଜେପୁର, ସମସ୍ତ ପ୍ରସ୍ତୁତି ଶେଷ - ସରକାରୀ ସ୍ତରରେ ପ୍ରସ୍ତୁତି ଶେଷ

ବିଜେପୁର ଉପନିର୍ବାଚନ ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶାନ୍ତି ଶୃଙ୍ଖଳାର ସହିତ ନିରପେକ୍ଷ ମତଦାନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବୁଥ ଠାରୁ ଆରମ୍ଭ କରି ବିଜେପୁର ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ବରଗଡ
author img

By

Published : Oct 19, 2019, 6:26 PM IST

ବରଗଡ: ଆଉ ଗୋଟିଏ ଦିନ ପରେ ବିଜେପୁର ଉପନିର୍ବାଚନ । ସେଥିପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଶାନ୍ତି ଶୃଙ୍ଖଳାର ସହିତ ନିରପେକ୍ଷ ମତଦାନ କରାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବୁଥ ଠାରୁ ଆରମ୍ଭ କରି ବିଜେପୁର ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଉଭୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବରଗଡ

ଉପନିର୍ବାଚନକୁ ନେଇ ଶନିବାର ବରଗଡ ଜିଲ୍ଲାପାଳ ଏବଂ ଏସପି ପଦ୍ମିନୀ ସାହୁ ସାମ୍ବାଦିକ ସମ୍ବିଳନୀରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏବଂ ସମସ୍ତ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ । ବିଜେପୁର ଉପନିର୍ବାଚନରେ ସମୁଦାୟ 2 ଲକ୍ଷ 32 ହଜାର 264 ଭୋଟର ରହିଥିବା ବେଳେ 285 ଗୋଟି ବୁଥରେ ମତଦାନ କରାଯିବାର ବ୍ୟବସ୍ଥା କରାଯାଇଛି ।

ତେବେ 285 ଟି ବୁଥରୁ 135 ବୁଥ ସମ୍ବେଦନଶୀଳ ବୁଥ ରହିଥିବା ବେଳେ ମାଓ ପ୍ରବଣ ଅଞ୍ଚଳରେ 6 ଗୋଟି ବୁଥ ରହିଛି । 28 ଗୋଟି ବୁଥରେ ୱେବ କାଷ୍ଟିଂ ର ବ୍ୟବସ୍ଥା କରାଯାଇଛି । ସେହିପରି 14 ଟି ବୁଥ ରେ ସିସିଟିଭି, 16 ଟି ବୁଥରେ ଭିଡିଓଗ୍ରାଫି ଏବଂ 77 ଗୋଟି ବୁଥରେ ମାଇକ୍ରୋ ଅବଜରଭର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଥିଲେ।

ସେହିପରି ବରଗଡ ଏସପି ପଦ୍ମିନୀ ସାହୁ ମଧ୍ୟ ନିର୍ବାଚନ ସମୟରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବା ଜଣାଇଛନ୍ତି । ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଜଣେ ଅତିରିକ୍ତ ଏସପି , 7 ଜଣ ଡିଏସପି , 25 ଜଣ ଇନ୍ସପେକ୍ଟର , 75 ଏସଆଇ ଓ 113 ଜଣ ଏଏସଆଇଙ୍କ ସହିତ 33 ପ୍ଲାଟୁନ ପୋଲିସ ଓ 3 କମ୍ପାନୀ CRPF କାର୍ଯ୍ୟରତ ରହିବେ । ସେହିଭଳି ମାଓ ପ୍ରଭାବିତ ଅଞ୍ଚଳରେ ରହିଥିବା 6 ଗୋଟି ବୁଥରେ ଡିଭିଏଫ ଓ ଏସଓଜି ଟିମ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଏସପି ପଦ୍ମିନୀ ସାହୁ ଜଣାଇଛନ୍ତି।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro: ବିଜେପୁର ଉପନିର୍ବାଚନ ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି | ଶାନ୍ତି ଶୃଙ୍ଖଳାର ସହିତ ନିରପେକ୍ଷ ମତଦାନ କରେଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଭୋଟ ବୁଥ ଠାରୁ ଆରମ୍ଭ କରି ବିଜେପୁର ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି | ଉଭୟ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।
Body:ବିଜେପୁର ଉପନିର୍ବାଚନକୁ ନେଇ ଆଜି ବରଗଡ ଜିଲ୍ଲାପାଳ ଏବଂ ଏସ ପି ପଦ୍ମିନୀ ସାହୁ ସାମ୍ବାଦିକ ସମ୍ବିଳନୀରେ ପ୍ରଶାସନ ପକ୍ଷରୁ ନିଆଯାଇଥିବା ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଏବଂ ସମସ୍ତ ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ | ବିଜେପୁର ଉପନିର୍ବାଚନରେ ସମୁଦାୟ 2 ଲକ୍ଷ 32 ହଜାର 264 ଭୋଟର ରହିଥିବା ବେଳେ 285 ଗୋଟି ବୁଥରେ ମତ ଦାନ କରାଯିବାର ବ୍ୟବସ୍ଥା କରାଯାଇଛି | ତେବେ 285 ଟି ବୁଥରୁ 135 ବୁଥ ସମ୍ବେଦନଶୀଳ ବୁଥ ରହିଥିବା ବେଳେ ମାଓ ପ୍ରବଣ ଅଂଚଳରେ 6 ଗୋଟି ବୁଥ ରହିଛି | 28 ଗୋଟି ବୁଥ ରେ ୱେବ କାଷ୍ଟିଙ୍ଗ ର ବ୍ୟବସ୍ଥା କରାଯାଇଛି ସେହିପରି 14 ଟି ବୁଥ ରେ cctv 16 ଟି ବୁଥ ରେ ଭିଡିଓଗ୍ରାଫିକ ଏବଂ 77 ଗୋଟି ବୁଥ ରେ ମାଇକ୍ରୋ ଅବଜାରବର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଥିଲେ |
ସେହିପରି ବରଗଡ ଏସପି ପଦ୍ମିନୀ ସାହୁ ମଧ୍ୟ ନିର୍ବାଚନ ସମୟରେ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଥିବା ଜଣାଇଛନ୍ତି | ଶାନ୍ତି ପୂର୍ଣ୍ଣ ନିର୍ବାଚନ ପାଇଁ ଜିଲ୍ଲା ପୋଲସ ପକ୍ଷରୁ ଜଣେ ଅତିରିକ୍ତ SP , 7 ଜଣ dsp , 25 ଜଣ ଇନ୍ସପେକ୍ଟର , 75 SI ଓ 113 ଜଣ ASI ଙ୍କ ସହିତ 33 ପ୍ଲାଟୁନ ପୋଲିସ ଓ 3 କମ୍ପାନୀ CRPF କାର୍ଯରତ ରହିବେ ଏବଂ ମାଓ ପ୍ରଭାବିତ ଅଞ୍ଚଳରେ ରହିଥିବା 6 ଗୋଟି ବୁଥରେ DVF ଓ SOG ଟିମ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଏସପି ପଦ୍ମିନୀ ସାହୁ ଜଣାଇଛନ୍ତି |

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.