ETV Bharat / state

ବିଜେପୁର ଉପନିର୍ବାଚନ: ଦଳରେ ସାମିଲ ନହୋଇ ବିଜେଡି ପାଇଁ ଅଶୋକ ପାଣିଗ୍ରାହୀଙ୍କ ପ୍ରଚାର

ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ଏବେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ଏଭଳି ସ୍ଥିତିରେ ଅସନ୍ତୁଷ୍ଟ ହୋଇ ବିଜେପି ଛାଡିଥିବା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ, ଏବେ ବିଜେଡି ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

ଅଶୋକ ପାଣିଗ୍ରାହୀଙ୍କ ବିଜେଡି ପ୍ରଚାର
author img

By

Published : Oct 16, 2019, 12:05 PM IST

Updated : Oct 17, 2019, 7:11 AM IST

ବରଗଡ: ଅକ୍ଟୋବର 21 ତାରିଖରେ ହେବାକୁ ଥିବା ଉପନିର୍ବାଚନ ପାଇଁ ସରଗରମ ହୋଇଉଠିଛି ବିଜେପୁର ନିର୍ବାଚନମଣ୍ଡଳୀ । ମତଦାନ ପାଖେଇ ଆସୁଥିବାରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି ସବୁ ଦଳ । ଏଥିପାଇଁ ବହୁ ନେତା ଓ ମନ୍ତ୍ରୀଙ୍କ ଭିଡ ସେଠାରେ ଜମିବାରେ ଲାଗିଛି । ବର୍ତ୍ତମାନ ବିଜେପୁରରେ ନିର୍ବାଚନ ମାହୋଲ ଥିବା ବେଳେ, ଏଭଳି ସ୍ଥିତିରେ ଅସନ୍ତୁଷ୍ଟ ହୋଇ ବିଜେପି ଛାଡିଥିବା ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଏବେ ବିଜେଡି ପାଇଁ ପ୍ରଚାର କରୁଥିବା ଚର୍ଚ୍ଚା ହେଉଛି।

ଅଶୋକ ପାଣିଗ୍ରାହୀଙ୍କ ବିଜେଡି ପ୍ରଚାର

ସେ ତାଙ୍କ ସମର୍ଥକଙ୍କ ସହ ବରପାଲି, ବିଜେପୁର ଏବଂ ଗାଇସିଲେଟ ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି ବିଜେଡି ପାଇଁ ପ୍ରଚାର କରୁଥିବା କୁହାଯାଉଛି | ଯଦିଓ ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇନାହାଁନ୍ତି, ତଥାପି ବିଜେପୁର ଉପନିର୍ବାଚନରେ ଶାସକ ଦଳର ପ୍ରଚାର ପ୍ରସାରରେ ଲାଗିଛନ୍ତି । ଏପରିକି ବିଜେଡିକୁ ଭୋଟ ଦେବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି । ଦଳ ପକ୍ଷରୁ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗରେ ସେ ତାଙ୍କ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି।

ଏହା ଉପରେ ପ୍ରତିକ୍ରିୟା ରଖି ଅଶୋକ ପାଣିଗ୍ରାହୀ କହିଛନ୍ତି, ‘ସେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରୁନାହାନ୍ତି ବରଂ ଦଳକୁ ସମର୍ଥନ କରୁଛନ୍ତି’ । ପ୍ରଚାର ମୈଇଦାନରେ ବିଜେଡିର କୌଣସି ନେତା କିମ୍ବା ମନ୍ତ୍ରୀଙ୍କୁ ତାଙ୍କ ସହ ଦେଖିବାକୁ ମିଳୁ ନଥିଲେ ମଧ୍ୟ କେବଳ ସେ ନିଜ ସମର୍ଥକଙ୍କ ସହ ବିଜେଡି ପାଇଁ ପ୍ରଚାର କରିବା ସହ ଲୋକଙ୍କୁ ଭୋଟଦେବା ପାଇଁ କହୁଛନ୍ତି |

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପୂର୍ବରୁ ବିଜେପି ଦଳର ଅଶୋକ ପାଣିଗ୍ରାହୀ ବିଜେପି ଦଳ ଛାଡି ବିଜେଡି ଦଳର ପ୍ରଚାର ଆରମ୍ଭ କରିଦେଇଛନ୍ତି | ଅଶୋକ ପାଣିଗ୍ରାହୀ ତାଙ୍କର ସମର୍ଥକ ମାନଙ୍କ ସହିତ ବରପାଲି , ବିଜେପୁର ଏବଂ ଗାଇସିଲେଟ ବ୍ଲକର ବିଭିନ୍ନ ପଞ୍ଚାୟତ ଗୁଡିକୁ ବୁଲୁଛନ୍ତି ଏବଂ ବିଜେଡି ଦଳର ପ୍ରଚାର କରୁଛନ୍ତି |
Body:ଅଶୋକ ପାଣିଗ୍ରାହୀ ବିଜେଡି ଦଳରେ ମିସିନଥିଲେ ମଧ୍ୟ ବିଜେଡି ଦଳର ପ୍ରଚାର ପ୍ରସାରରେ ବାହାରିଛନ୍ତି ଏବଂ ଲୋକଙ୍କୁ ବିଜେଡି କୁ ଭୋଟ ଦେବା ପାଇଁ ଅନୁରୋଧ କରୁଛନ୍ତି | ତେବେ ସେ ବିଜେଡି ପ୍ରାର୍ଥିନୀ ରୀତା ସାହୁଙ୍କ ସମର୍ଥନ କରୁନାହାନ୍ତି ବରଂ ବିଜେଡି ଦଳକୁ ସମର୍ଥନ ଜଣାଉଛନ୍ତି ଏବଂ ତାଙ୍କର ପ୍ରଚାର କେବଳ ବିଜେଡି ଦଳ ପାଇଁ ବୋଲି କହିଛନ୍ତି ଅଶୋକ ପାଣିଗ୍ରାହୀ | ବିଜେଡି ଦଳର କୌଣସି ନେତା ଓ ମନ୍ତ୍ରୀଙ୍କ ସହ ପ୍ରଚାରରେ ଦେଖିବାକୁ ମିଳୁନାହି ଅଶୋକ ଙ୍କୁ, ସେ କେବଳ ନିଜ ସମର୍ଥକ ମାନଙ୍କ ସହ ଏକା ବିଜେଡି ର ପ୍ରଚାର ରେ ଲାଗିଛନ୍ତି | ତେବେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନରେ ନିଜ ସମର୍ଥକଙ୍କ ସହ ବିଜେଡି ଦଲକୁ ସମର୍ଥନ କରନ୍ତୁ ବୋଲି ଲୋକଙ୍କ ପାଖକୁ ଯାଇ ବିଜେଡି ଦଳର ପ୍ରଚାର କରୁଛନ୍ତି ଅଶୋକ |

ବାଇଟ 1- ଅଶୋକ ପାଣିଗ୍ରାହୀConclusion:
Last Updated : Oct 17, 2019, 7:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.