ETV Bharat / state

ବିଜେପୁର ଉପନିର୍ବାଚନ: କଂଗ୍ରେସର ପ୍ରଚାର ଆରମ୍ଭ

ବିଜେପୁର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ଦିଲ୍ଲୀପ ପଣ୍ଡାଙ୍କ ପ୍ରଚାର ପାଇଁ ଲାଗିପଡିଛନ୍ତି କଂଗ୍ରେସ ନେତୃବୃନ୍ଦ । ଦଳ ପକ୍ଷରୁ ବିଜେପୁରର ପଡ଼ାଗ୍ରାମରେ ଏକ ଜନସମାବେଶର ଆୟୋଜନ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Oct 4, 2019, 8:08 AM IST

ବରଗଡ: ବାଜି ସାରିଛି ବିଜେପପୁର ଉପନିର୍ବାଚନ ନିର୍ବାଚନୀ ବିଗୁଲ । ତିନି ପ୍ରମୁଖ ଦଳ ସେମାନଙ୍କ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଆରମ୍ଭ ହୋଇଛି ପ୍ରଚାର ଅଭିଯାନ । ଏହିକ୍ରମରେ ବିଜେପୁର ପଡାଗ୍ରାମରେ ଆୟୋଜିତ ଜନସମାବେଶରେ ଯୋଗ ଦେଇଛନ୍ତି କଂଗ୍ରେସର ବହୁ ତୁଙ୍ଗ ନେତା ।

ବିଜେପୁର ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପ୍ରଚାର ପ୍ରସାର ପାଇଁ ଲାଗିପଡିଛି ରାଜ୍ୟ କଂଗ୍ରେସ । ଦଳ ପକ୍ଷରୁ ବିଜେପୁରର ପଡ଼ାଗ୍ରାମରେ ଜନସମାବେଶର ଆୟୋଜନ କରାଯାଇଥିଲା । ଯେଉଁଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂ, ଜାତୀୟ ପ୍ରଭାରୀ ମୁସ୍ତାକ ଅଲ୍ଲୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜଗନ୍ନାଥ ପଟ୍ଟନାୟକ , ପ୍ରଦୀପ ମାଝୀ, ପ୍ରଦୀପ ଦେବତା, ପ୍ରକାଶ ଦେବତା ପ୍ରମୁଖ ଯୋଗ ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଗୁରୁବାର ଅୟୋଜିତ ହୋଇଥିବା ଜନସମାବେଶରେ ବିଜେପୁରବାସୀ ବୋକା ନୁହନ୍ତି ଯେ, ବାରମ୍ବାର ବିଜେଡ଼ି ପ୍ରତିଶୃତି ଉପରେ ପ୍ରତିଶ୍ରୁତି ଦେଇଚାଲିଥିବ ଏବଂ ଲୋକେ ବୋକା ପରି ଦେଖି ଚାଲିଥିବେ । ଏଥର ବିଜେପୁରବାସୀ ବିଜେଡ଼ିକୁ ଉଚିତ ଜବାବ ଦିଅନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଇଛି।

ବିଜେପି ଏବଂ ବିଜେଡ଼ି ଉଭୟ ଭାଇ ଭାଇ ଓ ଟିମ B ଭାବେ କାର୍ଯ୍ୟ କରୁଥିବାବେଳେ ବିଜେପି ବିଜେଡିକୁ ବ୍ୟବହାର କରୁଛି । ବିଜେପି ଏବଂ ବିଜେପୁରବାସୀଙ୍କ ଭାବନା ଓ ସମ୍ମାନ ସହିତ ଖେଳ ଖେଳିଥିବା ଦଳକୁ ଉଚିତ ଶିକ୍ଷା ଦେବାକୁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କୁ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ କଂଗ୍ରେସ ନେତୃବୃନ୍ଦ ନିବେଦନ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଜେପୁର ଉପନିର୍ବାଚନ ପାଇଁ ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ସମସ୍ତ ଦଳ ଆରମ୍ଭ କରିଦେଇଛନ୍ତି ପ୍ରଚାର ପ୍ରସାର କାର୍ଯ୍ୟକ୍ରମ। ତେବେ ଆଜି ବିଜେପୁର ବ୍ଲକ ପଡ଼ା ଗ୍ରାମରେ କଂଗ୍ରେସ ଦଳର ପ୍ରଚାର ପାଇଁ ପହଞ୍ଚିଥିଲେ କଂଗ୍ରେସର ବହୁ ତୁଙ୍ଗ ନେତା ।

ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପ୍ରଚାର ପ୍ରସାର ପାଇଁ ଲାଗିପଡିଛି କଂଗ୍ରେସ ଦଳ । କଂଗ୍ରେସ ଦଳ ପକ୍ଷରୁ ଆଜି ବିଜେପୁର ର ପଡ଼ା ଗ୍ରାମରେ ଏକ ଜନସମାବେଶ ର ଆୟୋଜନ କରାଯାଇଥିଲା ଯେଉଁଥିରେ କଂଗ୍ରେସ ଦଳର ପିସିସି ସଭାପତି ନିରଞ୍ଜନ ପଟନାୟକ, ଓଡ଼ିଶା ପ୍ରଭାରୀ ଜୀତେନ୍ଦ୍ର ସିଂ , ଜାତୀୟ ପ୍ରଭାରୀ ମୁସ୍ତାନ ଅଲି , ନରସିଂହ ମିଶ୍ର , ସଂନ୍ତୋଷ ସିଂ ସାଲୁଜା , ଜଗନ୍ନାଥ ପଟ୍ଟନାୟକ , ପ୍ରଦୀପ ମାଝୀ , ପ୍ରଦୀପ ଦେବତା , ପ୍ରକାଶ ଦେବତା ଆଦି କଂଗ୍ରେସ ଦଳର ତୁଙ୍ଗ ନେତା ମାନେ ଯୋଗଦାନ କରିଥିଲେ ।

Body:ବିଜେପୁର ବାସୀ ବୋକା ନୁହନ୍ତି ଯେ ବାରମ୍ବାର ବିଜେଡ଼ି ଦଳ ପ୍ରତିଶୃତି ଉପରେ ପ୍ରତିଶ୍ରୁତି ଦେଇଚାଲିଥିବ ଏବଂ ଲୋକେ ବୋକା ପରି ଦେଖିଚାଲିଥିବେ ଏଥର ବିଜେପୁର ବାସୀ ବିଜେଡ଼ିକୁ ଉଚିତ ଜବାବ ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଥିଲା। ବିଜେପୁର ବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭରଷା କରି ବିଜୟୀ କରିଥିବା ବେଳେ ସେ କାହିଁକି ବିଜେପୁର ଛାଡିଲେ ବୋଲି ବିଜେଡ଼ି କୁ ଲୋକେ ପ୍ରଶ୍ନ କରନ୍ତୁ ବୋଲି କହିଥିଲେ ନରସିଂହ ମିଶ୍ର ।

ବିଜେପି ଏବଂ ବିଜେଡ଼ି ଉଭୟ ଭାଇ ଭାଇ ଓ ଟିମ B ଭାବେ ବିଜେଡିକୁ ଓଡ଼ିଶାରେ ବ୍ୟବହାର କରୁଛି ବିଜେପି ଏବଂବିଜେପୁର ବାସୀଙ୍କ ଭାବନା ଓ ସମ୍ମାନ ସହିତ ଖେଳ ଖେଳିଥିବା ଦଳକୁ ଉଚିତ ଶିକ୍ଷା ଦେବା ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ଦିଲ୍ଲୀପି ପଣ୍ଡାଙ୍କୁ ଭୋଟ ଦେବାପାଇଁ ପାଇଁ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ କଂଗ୍ରେସ ନେତା ମାନେ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.