ବରଗଡ: ବିଭିନ୍ନ ଦାବି ନେଇ ସାରା ଦେଶରେ ବନ୍ଦ ପାଳନ ଜୋରଦାର କରାଯାଉଥିବା ବେଳେ ବରଗଡରେ ବନ୍ଦ ପାଳନ କୋହଳ କରାଯାଇଛି । ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ୍ଦ ପାଳନକୁ କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ତେବେ କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିର ପ୍ରତିବାଦ ସହ 12 ଦଫା ଦାବି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବୁଧବାର ଟ୍ରେଡ ୟୁନିଅନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବାମଦଳ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ 24 ଘଣ୍ଟିଆ ଧର୍ମଘଟ ଡାକରାରେ ବ୍ୟାଙ୍କ, ବୀମା, କେନ୍ଦ୍ର ଓ ରାଜ୍ୟ କର୍ମଚାରୀଙ୍କ ଶ୍ରମିକ ସଙ୍ଗଠନ ସାମିଲ ଥିବାବେଳେ ଏହି ଡାକରାକୁ ବିରୋଧି କଂଗ୍ରେସ ଏହାକୁ ସମର୍ଥନ ଜଣାଇଛି। ଏପଟେ କିନ୍ତୁ ଜିଲ୍ଲାରେ ବନ୍ଦର ପ୍ରଭାବ ଏତେଟା ପଡିନଥିବା ଦେଖିବାକୁ ମିଳିଛି ।
ଜିଲ୍ଲାରେ କଂଗ୍ରେସ ପକ୍ଷରୁ ବନ୍ଦକୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିବା ବେଳେ ଧନୁଯାତ୍ରାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁବିଧାକୁ ଗୁରୁତ୍ବ ଦିଆଯାଇଛି । ଦଳ ପକ୍ଷରୁ ମିଳିତ କର୍ମଚାରୀ ସଂଘର ୧୨ ଦଫା ଦାବିକୁ ପୁର୍ଣ୍ଣ ସମର୍ଥନ ଜଣାଉଥିବାବେଲେ ଉକ୍ତ ସମର୍ଥନରେ ବରଗଡର ସମସ୍ତ ସରକାରୀ ଓ ବେସରକାରୀ ଅଫିସ , କୋର୍ଟ କଚେରୀ , ବ୍ୟାଙ୍କ, ସ୍କୁଲ କଲେଜ ଗୁଡିକୁ ବନ୍ଦ କରାଯାଇଥିବା ବେଳେ ଦୋକାନ ବଜାର ଖୋଲା ରହିଛି । ଏହାସହ ଯାନବାହାନ ଚଳାଚଳ ମଧ୍ୟ ସ୍ବାଭାବିକ ରହିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ