ETV Bharat / state

ବିନା ସଂକ୍ରମିତ ଚିହ୍ନଟରେ ସଟଡ଼ାଉନ ଓ ସାନିଟାଇଜ ହେଲା ବରପାଲି

author img

By

Published : Jun 17, 2020, 7:41 PM IST

କୋରୋନା ସଂକ୍ରମିତ ଚିହ୍ନଟ ନହୋଇ ମଧ୍ୟ ସଟଡ଼ାଉନ ହେଲା ବରପାଲି ସହର । ବରଗଡ଼ ଜିଲ୍ଲା ବରପାଲି ଟାଉନକୁ ବୁଧବାର ଠାରୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିନା ସଂକ୍ରମିତ ଚିହ୍ନଟରେ ସଟଡ଼ାଉନ ଓ ସାନିଟାଇଜ ହେଲା ବରପାଲି
ବିନା ସଂକ୍ରମିତ ଚିହ୍ନଟରେ ସଟଡ଼ାଉନ ଓ ସାନିଟାଇଜ ହେଲା ବରପାଲି

ବରଗଡ଼: କୋରୋନା ସଂକ୍ରମିତ ଚିହ୍ନଟ ନହୋଇ ମଧ୍ୟ ସଟଡ଼ାଉନ ହେଲା ବରପାଲି ସହର । ବରଗଡ଼ ଜିଲ୍ଲା ବରପାଲି ଟାଉନକୁ ବୁଧବାର ଠାରୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରାଯାଇଛି । ଏପରିକି ଟାଉନକୁ ସେନିଟାଇଜର ମଧ୍ୟ କରାଯାଉଛି । କାରଣ ବରପାଲିର ଗୋଟେ ପରିବାର ବରଗଡ଼ ଡାକ୍ତରଖାନାକୁ ଯାଇ କୋରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଦେଖାକରି ଫେରିଥିଲେ । ଏହି ଘଟଣା ପ୍ରଚାରିତ ହେବାପରେ ବରପାଲି ଏନଏସି ପକ୍ଷରୁ ୭୨ ଘଣ୍ଟା ପାଇଁ ବରପାଲି ସହରକୁ ସମ୍ପୂର୍ଣ୍ଣ ସଟଡ଼ାଉନ କରାଯାଇଛି ।

ସୂଚନା ମୁତାବକ ବରଗଡ ବ୍ଲକ ଅନ୍ତର୍ଗତ କଣ୍ଟାପାଳି ଗ୍ରାମରେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ୭୬ ବର୍ଷର ବୃଦ୍ଧଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ବୃଦ୍ଧ ଜଣଙ୍କ ସଂକ୍ରମିତ ଚିହ୍ନଟ ହେବା ପୂର୍ବରୁ ଡାକ୍ତରଖାନାକୁ ତାଙ୍କର ଝିଅ ଜ୍ୱାଇଁ ଦେଖା କରିବାକୁ ଆସିଥିଲେ । ତେବେ ବୃଦ୍ଧ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିବା ପରେ ପରିବାରର ସମସ୍ତେ ସମ୍ପର୍କରେ ଆସିଥିବାରୁ ଭୟଭୀତ ହୋଇପଡିଛନ୍ତି ପରିବାର ଲୋକେ ।

ଅନ୍ୟପଟେ ତାଙ୍କ ଝିଅ ଜ୍ୱାଇଁ ବରପାଳିକୁ ଫେରିବା ପରେ ବରପାଳିରେ ମଧ୍ୟ ଭୟର ଆତଙ୍କ ଖେଳିଯାଇଥିଲା ଏବଂ ବରପାଲି ସହରକୁ ସାନିଟାଇଜ କରିବା ସହିତ ୭୨ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ସଟଡାଉନ କରାଯାଇଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.