ETV Bharat / state

ବ୍ଲକ ଅଫିସରେ ବିଜୁ ପକ୍କା ଘର ପୋଷ୍ଟର ଚିରି ବିରୋଧ କଲା ବିଜେପି

author img

By

Published : Dec 28, 2020, 10:40 PM IST

ପିଏମ ଆବାସ ଯୋଜନାକୁ ହଡ଼ପ କରି ବିଜୁ ପକ୍କା ଘର ପୋଷ୍ଟର ମାରିବାକୁ ନେଇ ବିଜେପିର ବିରୋଧ । ବରଗଡ଼ ବ୍ଲକ ଅଫିସ ଘେରାଉ କରି ବିଡ଼ିଓ ଙ୍କ ଉପସ୍ଥିତିରେ ବିଜୁ ପକ୍କା ଘରର ପୋଷ୍ଟରକୁ ବିଜେପିର କାର୍ଯ୍ୟକର୍ତ୍ତା ଚିରିଥିଲେ । ଅଧିକ ପଢନ୍ତୁ...

bargarth bjp protest in front of bargarh block office
ଵରଗଡ ବ୍ଲକ ଅଫିସରେ ବିଜୁ ପକ୍କା ଘର ପୋଷ୍ଟର ଚିରି ବିରୋଧ କଲା ବିଜେପି

ବରଗଡ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡ଼ପ କରି ବିଜୁ ପକ୍କା ଘର ପୋଷ୍ଟର ମାରିବାକୁ ନେଇ ବିଜେପିର ବିରୋଧ । ଏହାକୁ ନେଇ ସୋମବାର ବରଗଡ ବିଧାନସଭା ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ସରକାର ବିଜୁ ପକ୍କା ଘର ନାମରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରି ଦଳୀୟ ପ୍ରଚାର କରୁଛନ୍ତି । ବିଜୁ ପକ୍କା ଘର ନାମରେ ଓଡିଶା ସରକାରଙ୍କ ପୋଷ୍ଟର ମାରିବା ଘଟଣାକୁ ବିରୋଧ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଓଡ଼ିଶାରେ ଆଜି ବ୍ଲକ ଅଫିସ ଘେରାଉ କାର୍ଯ୍ୟକ୍ରମ କରିଥିଲା ।

ତେବେ ଆଜି ବରଗଡ଼ ଜିଲ୍ଲା ସଭାପତି ଅଶ୍ବିନୀ ଷଡଙ୍ଗୀଙ୍କ ନିର୍ଦେଶରେ ବରଗଡ଼ ବ୍ଲକ ଅଫିସ ଘେରାଉ କରି ବିଡ଼ିଓଙ୍କ ଉପସ୍ଥିତିରେ ବିଜୁ ପକ୍କା ଘରର ପୋଷ୍ଟରକୁ ବିଜେପିର କାର୍ଯ୍ୟକର୍ତା ଚିରିଥିଲେ । ଏହାକୁ ବଦଳା ନ ଗଲେ ଆଗାମୀ ଦିନରେ ଗାଁ ଗାଁ ରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.