ETV Bharat / state

ବରଗଡ ଜିଲ୍ଲା ପ୍ରଶାସନର ଅସହାୟତାରେ ସାହା ‘ସଂକଳ୍ପ ପରିବାର’ - ସଂକଳ୍ପ ପରିବାର

ରାଜ୍ୟ ସୀମାନ୍ତରେ ପ୍ରତିଦିନ ଆସି ପହଞ୍ଚୁଛନ୍ତି ହଜାର ହଜାର ପ୍ରବାସୀ । ସମସ୍ତଙ୍କୁ ସୁବିଧା ଯୋଗାଇ ଦେବା ବରଗଡ ଜିଲ୍ଲା ପ୍ରଶାସନ ପାଇଁ ଅସମ୍ଭବ ହୋଇ ପଡିଥିବା ବେଳେ ସୀମାନ୍ତ ଲୁହୁରାଚଟିଠାରେ ଖାଦ୍ୟ ଓ ପାନୀୟ ନପାଇ ଛଟପଟ ହୋଇପଡିଛନ୍ତି ପ୍ରବାସୀ ।

migrants problem in bargarh, sankalpa parivar of bargarh, bargarh's social worker team, sankalpa parivar, bargarh latest news, ବରଗଡରେ ପ୍ରବାସୀଙ୍କ ଦୂରାବସ୍ଥା, ବରଗଡର ସଂକଳ୍ପ ପରିବାର, ବରଗଡରେ ସମାଜସେବୀ ସଙ୍ଗଠନ, ସଂକଳ୍ପ ପରିବାର, ବରଗଡ ଲାଟେଷ୍ଟ ନ୍ୟୁଜ୍‌
ବରଗଡ ଜିଲ୍ଲା ପ୍ରଶାସନର ଅସହାୟତାରେ ସାହା ‘ସଂକଳ୍ପ ପରିବାର’
author img

By

Published : May 28, 2020, 8:47 PM IST

ବରଗଡ: ରାଜ୍ୟ ସୀମାନ୍ତରେ ପ୍ରତିଦିନ ଆସି ପହଞ୍ଚୁଛନ୍ତି ହଜାର ହଜାର ପ୍ରବାସୀ । ସମସ୍ତଙ୍କୁ ସୁବିଧା ଯୋଗାଇ ଦେବା ବରଗଡ ଜିଲ୍ଲା ପ୍ରଶାସନ ପାଇଁ ଅସମ୍ଭବ ହୋଇ ପଡିଥିବା ବେଳେ ସୀମାନ୍ତ ଲୁହୁରାଚଟିଠାରେ ଖାଦ୍ୟ ଓ ପାନୀୟ ନପାଇ ଛଟପଟ ହୋଇପଡିଛନ୍ତି ପ୍ରବାସୀ । ଏମିତିରେ କ୍ଷୁଧାର ଜ୍ବାଳା ସହି ନପାରି ଏହି ପ୍ରବାସୀମାନେ ଚାଲି ଚାଲି ନିକଟସ୍ଥ ସୋହେଲା ପର୍ଯ୍ୟନ୍ତ ପହଞ୍ଚିଥିବା ଦେଖାଯାଇଛି । ଆଉ ଏହି ଅସହାୟଙ୍କ ପାଇଁ ସାହାରା ପାଲଟିଛନ୍ତି ଜିଲ୍ଲାର ସମାଜସେବୀ ସଙ୍ଗଠନ ।

ବହୁ ଗର୍ଭବତୀ ମହିଳା ଓ ଛୋଟ ଛୋଟ ପିଲା ଛୁଆଙ୍କୁ ଧରି ଫେରୁଥିବା ବହୁ ପରିବାରଙ୍କ ଦୁଃଖ ଓ ଯନ୍ତ୍ରଣାକୁ ସହି ନପାରି ବିଫଳ ହୋଇ ପଡିଥିବା ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇଛନ୍ତି ଜିଲ୍ଲାର ସମାଜସେବୀ ସଂଗଠନ ‘ସଂକଳ୍ପ ପରିବାର’ । ସଂକଳ୍ପ ପରିବାର ପକ୍ଷରୁ ଓଡିଶା ସୀମାନ୍ତ ଲୁହୁରାଚଟିଠାରେ ରନ୍ଧା ଖାଦ୍ୟ ବଣ୍ଟା ଯାଇଥିଲା | ଜନ ସମୁଦ୍ରକୁ ଆୟତ୍ତ କରିବା ପାଇଁ ସମସ୍ତଙ୍କୁ ଧାଡି କରି ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହିତ ସାମାଜିକ ଦୁରତ୍ଵକୁ ରକ୍ଷା କରି ଖାଦ୍ୟ ଓ ପାନୀୟ ବଣ୍ଟା ଯାଇଥିଲା ।

ବରଗଡ ଜିଲ୍ଲା ପ୍ରଶାସନର ଅସହାୟତାରେ ସାହା ‘ସଂକଳ୍ପ ପରିବାର’

ସେପଟେ ରାଜ୍ୟ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବହୁ ପ୍ରବାସୀଙ୍କ ଜୀବନ ହରାଇଲା ପରି ପରିସ୍ଥିତି ହୋଇ ପଡିଥିବା ବେଳେ ସଂକଳ୍ପ ପରିବାର ଯୋଗୁଁ ଖାଦ୍ୟ ଟିକେ ପାଇ ବହୁ ପ୍ରବାସୀଙ୍କ ଜୀବନ ବଞ୍ଚିଯାଇଛି । ସମାଜସେବୀ ସଙ୍ଗଠନର ଏପରି ମହତ କାର୍ଯ୍ୟକୁ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ବେଶ ପ୍ରଶଂସା କରାଯାଇଛି । ମହାମାରୀ ସମୟରେ ପ୍ରକୃତରେ ସଂକଳ୍ପ ପରିବାର ଯେଉଁ ପ୍ରକାରର ସମାଜସେବା ଦେଖାଇଛି ତାହା ସମାଜସେବା ନାମରେ ରାଜନୀତି କରୁଥିବା ଲୋକଙ୍କ ମୁହଁକୁ ବନ୍ଦ କରିବ ନିଶ୍ଚୟ ବୋଲି ଆଶା କରାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.