ETV Bharat / state

ପୋଲିସ-ମାଓ ଗୁଳିବିନିମୟକୁ ନେଇ ସାମ୍ବାଦିକ ସମ୍ବିଳନୀ

ପୋଲିସ ମାଓ ଗୁଳିବିନିମୟ ଘଟଣାକୁ ନେଇ ସାମ୍ବାଦିକ ସମ୍ବିଳନୀ । ବରଗଡ଼ ଏସପି ଓ ସମ୍ବଲପୁର ଡିଆଇଜି ଘଟଣା ସମ୍ପର୍କରେ ଦେଇଛନ୍ତି ବିସ୍ତୃତ ସୂଚନା । ଅଧିକ ପଢନ୍ତୁ...

author img

By

Published : Jun 12, 2021, 7:24 AM IST

bargarh sp and sambalpur dig pressmeet on moa oparetion
ପୋଲିସ ମାଓ ଗୁଳିବିନିମୟ ଘଟଣାକୁ ନେଇ ସାମ୍ବାଦିକ ସମ୍ବିଳନୀ

ବରଗଡ: ମାଓ ଦମନ ନେଇ ବରଗଡ ପୋଲିସ DVF ଏବଂ SOG ଯବାନଙ୍କ ମିଳିତ ଉଦ୍ୟମରେ ହୋଇଥିବା କମ୍ବିଂ ଅପରେସନ ନେଇ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ବଲପୁର ପୋଲିସ ଡ଼ିଆଇଜି ନରସିଂହ ଭୋଳ ଉପସ୍ଥିତ ରହି ଏହି ଗୁଳିବିନିମୟର ସମସ୍ତ ଘଟଣାବଳୀକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ | ଘେଂସ ରେଞ୍ଜ ଅଧିନସ୍ଥ ଝାଞ୍ଜ ପାହାଡ ଠାରେ ମାଓବାଦୀ କ୍ୟାମ୍ପକୁ ଚଢାଉ କରାଯାଇଥିଲା | ତେବେ ପୋଲିସ ଏବଂ ମାଓବାଦୀ ମଧ୍ୟରେ ଗୁଳିବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିଲା । ଘଟଣାସ୍ଥଳରୁ AK 47 ରାଇଫଲ ସହିତ ବହୁ ସରଞ୍ଜାମ ଜବତ କରାଯାଇଛି |

ମୃତ ମାଓବାଦୀ ଜଣକ ବରଗଡ ବଲାଙ୍ଗୀର-ମହାସମୁନ୍ଦ ଡିଭିଜନର ଛତିଶଗଡ ଅଞ୍ଚଳର ରବୀନ୍ଦ୍ର ବୋଲି ଜଣାପଡିଛି । ଏହି ମାଓବାଦୀ ମୁଣ୍ଡ ଉପରେ 5 ଲକ୍ଷ ଟଙ୍କାର ରାଶି ଘୋଷଣା କରାଯାଇଥିଲା । ରବୀନ୍ଦ୍ର ନାମରେ ବରଗଡ ଜିଲ୍ଲାର ପଦ୍ମପୁର , ପାଇକମାଳ , ବୁଡେନ , ଝାରବନ୍ଦ ଆଦି ଥାନା ମାନଙ୍କରେ ଅନେକ ମାମଲା ରହିଛି । ସେହିପରି ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଏହି ମାଓବାଦୀ 6 ଜଣଙ୍କୁ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି | ତେବେ ଜଙ୍ଗଲ ଭିତରେ 15 ରୁ 20 ଜଣ ମାଓବାଦୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ମହିଳା ମାଓବାଦୀ ମଧ୍ୟ ରହିଥିବା ବରଗଡ ଏସ ପି ପଦ୍ମିନୀ ସାହୁ ଜଣାଇଛନ୍ତି |

ବରଗଡରୁ ରାଜେଶ ସରାପ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.