ETV Bharat / state

ପ୍ରଶାନ୍ତ ଭୂଷଣଙ୍କ ସମର୍ଥନରେ ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚର ଶୋଭାଯାତ୍ରା

author img

By

Published : Aug 21, 2020, 10:35 PM IST

ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କର ସମର୍ଥନରେ ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଶୋଭାଯାତ୍ରା । ରଗଡ ଗାନ୍ଧୀ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସାମ୍ନାରେ ଆଜି ମଞ୍ଚର ସଭ୍ୟମାନେ ଏହି ଶୋଭାଯାତ୍ରା କରିଛନ୍ତି ।

ପ୍ରଶାନ୍ତ ଭୂଷଣଙ୍କ ସମର୍ଥନରେ ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚର ଶୋଭାଯାତ୍ରା
ପ୍ରଶାନ୍ତ ଭୂଷଣଙ୍କ ସମର୍ଥନରେ ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚର ଶୋଭାଯାତ୍ରା

ବରଗଡ: ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କର ସମର୍ଥନରେ ବରଗଡ଼ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ଶୋଭାଯାତ୍ରା । ପ୍ରଶାନ୍ତ ଭୂଷଣଙ୍କର କଣ୍ଠରୋଧ ବିରୋଧରେ ନାରାବାଜି କରାଯିବା ସହ ସୁପ୍ରିମକୋର୍ଟଙ୍କ ଦଣ୍ଡାଦେଶକୁ କଡା ନିନ୍ଦା କରାଯାଇଛି । ବରଗଡ ଗାନ୍ଧୀ ଛକ ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ସାମ୍ନାରେ ଆଜି ମଞ୍ଚର ସଭ୍ୟମାନେ ଏହି ଶୋଭାଯାତ୍ରା କରିଛନ୍ତି ।

ବିଶ୍ବର ସବୁଠୁ ବଡ଼ ଗଣତାନ୍ତ୍ରିକ ଦେଶରେ ବାକ୍ ସ୍ଵାଧିନତାକୁ ପ୍ରାଥମିକତା ଦିଆଯାଉ ବୋଲି ନାରା ଲଗାଇଥିଲେ ସଭ୍ୟମାନେ । ପ୍ରଶାନ୍ତ ଭୂଷଣ କରିଥିବା ଟ୍ବିଟରେ ସେ ନିଜର ମତବ୍ୟକ୍ତ ଦେବା ତାଙ୍କର ଗଣତାନ୍ତ୍ରିକ ଅଧିକାର । କିନ୍ତୁ ତାଙ୍କ କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି ବୋଲି ମଞ୍ଚର ସଦସ୍ୟମାନେ କହିଛନ୍ତି ।

ସୁପ୍ରିମକୋର୍ଟର ବିଚାରପତି ଜଣେ ବିଜେପି କର୍ମୀଙ୍କ 50 ଲକ୍ଷ ଟଙ୍କାର ବାଇକ ଉପରେ ବସିବା ପ୍ରସଙ୍ଗ ସହ ପୂର୍ବ ସୁପ୍ରିମକୋର୍ଟ ବିଚାରପତି ଦୀପକ ମିଶ୍ରଙ୍କ ଉପରେ ଟ୍ବିଟ କରିଥିଲେ ପ୍ରଶାନ୍ତ ଭୂଷଣ । ଯେଉଁଥିପାଇଁ ତାଙ୍କୁ ଦଣ୍ଡାଦେଶ ଦିଆଯାଇଛି । ଏହା ଗଣତନ୍ତ୍ରକୁ ପ୍ରଭାବିତ କରୁଛି ବୋଲି ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତା ଲିଙ୍ଗରାଜ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.