ETV Bharat / state

ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ କଲା ବରଗଡ ପୋଲିସ - ବରଗଡ ଖବର

ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ । ବରଗଡ ଟାଉନ ଥାନା ଅଞ୍ଚଳରେ ଦୀର୍ଘ ଦିନ ଧରି ଚାଲିଥିବା ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ କରିଲା ପୋଲିସ । ଅଧିକ ପଢନ୍ତୁ

ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ କଲା ବରଗଡ ପୋଲିସ

author img

By

Published : Oct 14, 2022, 8:55 PM IST

ବରଗଡ: ବରଗଡ଼ ଟାଉନ ପୋଲିସକୁ ମିଳିଲା ବଡ଼ ଧରଣର ସଫଳତା । ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ । ଦୀର୍ଘ ଦିନ ଧରି ଚାଲିଥିବା ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ କରିଲା ବରଗଡ ଟାଉନ ପୋଲିସ । ଏହି ଘଟଣାରେ ସମ୍ପୃକ୍ତ ୧୦ ଜଣକୁ ଚୋରକୁ ପୋଲିସ ଗିରଫ କରିଛି । ଏହା ସହିତ ସେମାନଙ୍କଠାରୁ ବାଇକ, ମୋବାଇଲ , ଟାୟାର, କ୍ରେନ ଏପରି ଅନେକ ସାମଗ୍ରୀ ଜବଦ କରିଛି ଟାଉନ ପୋଲିସ । ଗିରଫ ଚୋର ମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଥିବା ବେଳେ ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଯାଇଛି । ଅନ୍ୟମାନଙ୍କୁ କୋର୍ଟ ଚାଲାଣ କରାଯାଇ ବରଗଡ଼ ଜେଲ ପଠାଯାଇଥିବା ବରଗଡ ଟାଉନ ଥାନା ପୋଲିସ ସୂଚନା ଦେଇଛି ।

ସିରିଜ ଚୋରି ଘଟଣାର ପର୍ଦ୍ଦାଫାଶ କଲା ବରଗଡ ପୋଲିସ

ଦୀର୍ଘ ଧରି ବରଗଡରେ ସିରିଜ ଚୋରି ଚାଲିଥିବା ଅଭିଯୋଗ ହୋଇଥିଲା । ଏହା ପରେ ବରଗଡ ଟାଉନ ଥାନା ପୋଲିସ ଏନେଇ ସ୍ବତନ୍ତ୍ର ଅପରେସନ ଆରମ୍ଭ କରିଥିଲା । ସିରିଜ ଚୋରିରେ ସମ୍ପୃକ୍ତ ଥିବା ଚୋରମାନଙ୍କୁ ଧରିବା ପାଇଁ ଆରମ୍ଭ ହୋଇଥିଲା ସ୍ବତନ୍ତ୍ର ଅପରେସନ । ବିଭିନ୍ନ ଜାଗାରେ ସ୍ପାଏ କ୍ୟାମେରା ଲଗାଇ ସିରିଜ ଚୋରିରେ ସମ୍ପୃକ୍ତ ଥିବା ଚୋରମାନଙ୍କୁ ଧରିବାରେ ସଫଳ ହୋଇଥିବା କହିଛନ୍ତି ବରଗଡ ଏସଡିପିଓ । ଏହା ସହିତ ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ଚୋରମାନଙ୍କର ରାକେଟ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ରହିଛି ।

ବରଗଡ଼ ଟାଉନ ଥାନା ଅଞ୍ଚଳରୁ ଚୋରି ହୋଇଥିବା ୫ଟି ଘଟଣାରେ ପୋଲିସ ଦୁଇ ଜଣ ନାବାଳକଙ୍କ ସହିତ ଅନ୍ୟ ୮ଜଣ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବରଗଡ଼ ସହରର ବାଞ୍ଜିଝୁପୁଡ଼ିର ରାଜ ଛତରିଆ, ଲରମ୍ଭା ଗାଁର ଫ୍ରାନସିସ କୁମ୍ଭାର, ଗୋବିନ୍ଦପାଲି ଗାଁର ଇନ୍ଦ୍ରେସ ସିଂ, ବରଗଡ଼ ଓ୍ବାର୍ଡ଼ ନମ୍ବର ୧୧ର ହରିହର ଭୋଇ, ସରୋଜ ନାଗ, ତଳିପଡ଼ା ଅଶୋକ ଠେଲା । ପୋଲିସ ଅଭିଯୁକ୍ତମାନଙ୍କ ପାଖରୁ ୩ଟି ବାଇକ, ଦୁଇଟି ଚକ, ୪ଟି ବିଦ୍ୟୁତ ଖୁଣ୍ଟ, 2ଟି ମୋବାଇଲକୁ ଜବତ କରିଛି । ଏହି ଚୋରି ଘଟଣାର ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସଡିପିଓ ଅମ୍ରିତ ପଣ୍ଡା କହିଛନ୍ତି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.