ବରଗଡ: ଜିଲ୍ଲା ପୋଲିସକୁ ମିଳିଛି ବଡ ସଫଳତା । ତାର ଚୋରା ରାକେଟକୁ ଗିରଫ କରିବାର ସଫଳ ହୋଇଛି ପୋଲିସ । ଦୀର୍ଘ ମାସ ଧରି ଜିଲ୍ଲାରେ ବିଦ୍ୟୁତ ବିଭାଗର ଖୁଣ୍ଟମାନଙ୍କରୁ ଲକ୍ଷ ଲକ୍ଷ ଟଙ୍କାର ତାର ଚୋରି କରୁଥିଲା ଏହି ରାକେଟ୍ ।
![Bargarh police arrested 6 people in connection with electric wire](https://etvbharatimages.akamaized.net/etvbharat/prod-images/od-bar-chori-photo1-dry-7203682_07072020221844_0707f_1594140524_148.jpeg)
ପୋଲିସ ଏହି ଚୋରି କରୁଥିବା ରାକେଟର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସମୁଦାୟ ୬ ଜଣକୁ ଗିରଫ କରିଛି । ଏହାସହ ୮ ଲକ୍ଷ ଟଙ୍କାର ତାର ଏବଂ ଦୁଇଟି ଟାଟା ଏସି ମଧ୍ୟ ଜବତ କରିଛି । ସୂଚନା ଅନୁଯାୟୀ ଜିଲ୍ଲାରେ ତାର ଚୋରି କରୁଥିବା ରାକେଟକୁ କାବୁ କରିବା ପାଇଁ ଏସପି ପଦ୍ମିନୀ ସାହୁ ଏକ ଟିମ୍ ଗଠନ କରିଥିଲେ । ବହୁ ଦିନର ଖୋଳତାଡ ପରେ ସୋମବାର ରାକେଟକୁ ଧରିବାରେ ସଫଳ ହୋଇଛି ପୋଲିସ ।
ଏହି ରାକେଟର ମାଷ୍ଟର ମାଇଣ୍ଡ କୁସୁଡା ଗ୍ରାମର ମହେଶ ପ୍ରଧାନ ଏବଂ ଚକରକେନ୍ଦ ଗ୍ରାମର ରିଙ୍କୁ ନାଏକକୁ ପୋଲିସ କାବୁ କରିଛି । ଏହାପରେ ଅନ୍ୟ ସମସ୍ତ ସହଯୋଗୀଙ୍କୁ ମଧ୍ୟ ଧରିବାରେ ସକ୍ଷମ ହୋଇଥିଲା ପୋଲିସ । ତେବେ ସମସ୍ତଙ୍କଠାରୁ ୮ ଲକ୍ଷ ଟଙ୍କାର ତାର ସହିତ ଚୋରିରେ ବ୍ୟବହୃତ 2ଟି ଗାଡି ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତମାନଙ୍କୁ ପୋଲିସ ମଙ୍ଗଳବାର କୋର୍ଟ ଚାଲାଣ କରିଛି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ