ETV Bharat / state

ଡମ୍ପିଂୟାର୍ଡ ପାଇଁ ସଂଘର୍ଷ କରୁଛନ୍ତି ବରଗଡବାସୀ - dump yard

ଡମ୍ପିଂୟାର୍ଡ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଲେକେ ବହୁବାର କହିବା ସତ୍ତ୍ୱେ ଏ ଦିଗରେ ଧ୍ୟାନ ଦେଉନାହିଁ ପ୍ରଶାସନ । ଶେଷରେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ବରଗଡ ସହରର ମୁଣ୍ଡାପଡାବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : May 5, 2019, 1:29 AM IST

ବରଗଡ: ଡମ୍ପିଂୟାର୍ଡ ପାଇଁ ଚାଲିଛି ସଂଘର୍ଷ । ଏହି ଆବର୍ଜନାରୁ ନିର୍ଗତ ଦୂଷିତ ଜଳବାୟୁ ଓ ଧୂଆଁ ଦିନକୁ ଦିନ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିଗାଡିବାରେ ଲାଗିଛି । ତେଣୁ ଡମ୍ପିଂୟାର୍ଡକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ଲୋକେ ବହୁବାର କହିବା ସତ୍ତ୍ବେ ଏଦିଗରେ ଧ୍ୟାନ ଦେଉନାହିଁ ପ୍ରଶାସନ । ଶେଷରେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଛନ୍ତି ବରଗଡ ସହରର ମୁଣ୍ଡାପଡାବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ସହରର ମୁଣ୍ଡାପଡା ନିକଟରେ ରହିଥିବା ପୌରପରିଷଦ ବିଭାଗ ନିକଟରେ ରହିଛି ଏହି ଡମ୍ପିଂୟାର୍ଡ । ଯାହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ବିର୍ସାମୁଣ୍ଡା ସଂଘର୍ଷ ବାହିନୀ 2017 ମସିହାରୁ ଜାରି ରଖିଛନ୍ତି ଆନ୍ଦୋଳନ । ଅନେକ ଲୋକ ବିଭିନ୍ନ ପ୍ରକାରର ଚର୍ମ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ମଧ୍ୟ ହରାଇ ସାରିଲେଣି । କିନ୍ତୁ ଲୋକଙ୍କ ଦାବିକୁ କେହି କର୍ଣ୍ଣପାତ କରୁନାହାଁନ୍ତି । ନା ପୌରପରିଷଦ ନା ଜିଲ୍ଲା ପ୍ରଶାସନ କେହି ମଧ୍ୟ ଏହି ଦିଗରେ ଧ୍ୟାନ ଦେଉନାହାଁନ୍ତି । ଓଲଟା ଆନ୍ଦୋଳନରତ ମହିଳା ମାନଙ୍କୁ ପୋଲିସ ଲଗାଇ ଜୋର ଜବରଦସ୍ତ ଗିରଫ କରାଯାଉଛି ।

ତେବେ ଶେଷରେ ବାଧ୍ୟ ହୋଇ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ ସ୍ଥାନୀୟ ବାସିନ୍ଦା । ଉଚ୍ଚନ୍ୟାୟାଳୟରୁ ବରଗଡ ଜିଲ୍ଲାପାଳଙ୍କ ନିକଟକୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶନାମା ଦିଆଯାଇଥିବା ବେଳେ ପୁଣି ପୂର୍ବପରି ଜିଲ୍ଲାପ୍ରଶାସନ ନିକଟକୁ ନ୍ୟାୟ ପାଇଁ ଦୌଡୁଛନ୍ତି ଲୋକେ ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.