ETV Bharat / state

କୋରୋନାକୁ ହରାଇ କାର୍ଯ୍ୟରେ ଯୋଗଦେଲେ ବରଗଡ IIC ଓ ଅନ୍ୟ ପୋଲିସ କର୍ମୀ

ବରଗଡ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀଙ୍କ ସମେତ ବହୁ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିଲେ । ମାତ୍ର ରବିବାର ସମସ୍ତେ ସୁସ୍ଥ ହୋଇ ନିଜ ନିଜ ଡ୍ୟୁଟିରେ ଯୋଗଦାନ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ହରାଇ କାର୍ଯ୍ୟରେ ଯୋଗଦେଲେ ବରଗଡ IIC ଓ ଅନ୍ୟ କର୍ମଚାରୀ

author img

By

Published : Sep 6, 2020, 7:32 PM IST

ବରଗଡ: ଜିଲ୍ଲାରେ କୋରୋନା ସଂକ୍ରମଣ ସଂଖ୍ୟା ବଢୁଥିବା ବେଳେ ବହୁ କୋରୋନା ଯୋଦ୍ଧା ଏହାର ଶିକାର ହୋଇଛନ୍ତି । ଆଉ ଏଥିରୁ ବାଦ୍ ପଡିନଥିଲେ ବରଗଡ ପୋଲିସ ବିଭାଗର କୋରୋନା ଯୋଦ୍ଧା । ବରଗଡ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀଙ୍କ ସମେତ ବହୁ ପୋଲିସ କର୍ମଚାରୀ କୋରୋନା ସଂକ୍ରମିତ ହୋଇଥିଲେ । ମାତ୍ର ରବିବାର ସମସ୍ତେ ସୁସ୍ଥ ହୋଇ ନିଜ ନିଜ ଡ୍ୟୁଟିରେ ଯୋଗଦାନ କରିଛନ୍ତି ।

ଏହି ଅବସରରେ ବରଗଡ ଏସପି ପଦ୍ମିନୀ ସାହୁ ଏବଂ ଟାଉନ ଥାନାର ସମସ୍ତ ଅଧିକାରୀମାନେ ଉପସ୍ଥିତ ରହି ଆଇଆଇସି ସଦାନନ୍ଦ ପୂଜାରୀଙ୍କ ସହ ଅନ୍ୟ କୋରୋନା ଯୋଦ୍ଧାଙ୍କୁ ଫୁଲତୋଡା ଦେଇ ସ୍ଵାଗତ ଜଣାଇଥିଲେ ।

ପ୍ରକାଶ ଥାଉ କି, ବରଗଡ ଜିଲ୍ଲାରେ ୧୩ ଜଣ ପୋଲିସ କର୍ମଚାରୀ କୋରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ଅଧିକାଂଶ କର୍ମଚାରୀ ସୁସ୍ଥ ହୋଇଛନ୍ତି । ସମସ୍ତ ସଂକ୍ରମିତ ପୋଲିସ କେରୋନା ଯୋଦ୍ଧାମାନେ ଘରେ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିଲେ ଏବଂ ସୁସ୍ଥ ହେବା ପରେ ଆଜି ପୁଣି ନିଜ ନିଜର କର୍ମକ୍ଷେତ୍ରରେ ଯୋଗଦାନ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.