ETV Bharat / state

GST ଫାଙ୍କିବା ଅଭିଯୋଗ, ବରଗଡ ଜିଏସଟି ବିଭାଗର ଚଢାଉ - ବରଗଡ ଜିଏସଟି ବିଭାଗର ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ ଅମରପାଲିରେ ଜିଏସଟି(GST) ବିଭାଗ ପକ୍ଷରୁ ଚଢାଉ । ଜିଏସଟି(GST) ଫାଙ୍କିବା ଅଭିଯୋଗରେ ବରଗଡ ଜିଲ୍ଲା ଜିଏସଟି(GST) ବିଭାଗ ପକ୍ଷରୁ ଚଢାଉ । ପାଇକମାଳ ସ୍ଥିତ ଅମରପାଲିରେ ଥିବା ରେଜେଶ ଟ୍ରେଡ଼ର୍ସ ନାମକ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା । ଅଧିକ ପଢନ୍ତୁ

GST ଫାଙ୍କିବା ଅଭିଯୋଗ, ବରଗଡ ଜିଏସଟି ବିଭାଗର ଚଢାଉ

author img

By

Published : Mar 15, 2022, 10:45 PM IST

ବରଗଡ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଲକ ଅମରପାଲିରେ ଜିଏସଟି(GST) ବିଭାଗ ପକ୍ଷରୁ ଚଢାଉ । ଜିଏସଟି(GST) ଫାଙ୍କିବା ଅଭିଯୋଗରେ ବରଗଡ ଜିଲ୍ଲା ଜିଏସଟି(GST) ବିଭାଗ ପକ୍ଷରୁ ଚଢାଉ । ପାଇକମାଳ ସ୍ଥିତ ଅମରପାଲିରେ ଥିବା ରେଜେଶ ଟ୍ରେଡ଼ର୍ସ ନାମକ ଏକ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢାଉ କରାଯାଇଥିଲା ।

ତେବେ ଏହି ଚଢାଉ ଦୁଇ ଦିନ ଧରି ହେବାକୁ ଥିବା ବେଳେ ଜିଏସଟି(GST) ବିଭାଗକୁ ଏହି ଚଢାଉରେ କଣ ସବୁ ତଥ୍ୟ ହାତକୁ ଆସିଛି ତାହା ବିଭାଗ ପକ୍ଷରୁ ସୂଚନା ଦିଆଯାଇନାହିଁ । ଏଥିସହ ବରଗଡ ଜିଲ୍ଲାରେ ଏପରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଜିଏସଟି(GST) ଫାଙ୍କୁଥିବାବେଳେ ବିଭାଗ ପକ୍ଷରୁ ଲଗାତାର ଚଢାଉ ଜାରି ରହିଛି ।

ସେହିପରି ପାଇକମାଳର ବ୍ୟବସାୟୀଙ୍କ ଦୋକାନ ଓ ଘରେ ଚାଲିଥିବା ଏହି ଚଢାଉରେ ବ୍ୟାପକ ମାତ୍ରାରେ ଗୃହ ନିର୍ମାଣ ସାମଗ୍ରୀ ଓ ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଥିବାବେଳେ ଅନେକ ବ୍ଯାଙ୍କ ଆକାଉଣ୍ଟର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ବୋଲି ଜିଏସଟି(GST) ପକ୍ଷରୁ କୁହାଯାଇଛି । ସମସ୍ତ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯାଇ ବ୍ୟବସାୟୀ ଜଣକ କେତେ ମାତ୍ରାରେ ବ୍ୟବସାୟ କରୁଛନ୍ତି ଏବଂ କେତେ ମାତ୍ରାରେ ଜିଏସଟି(GST) ଫାଙ୍କିଛନ୍ତି ବିଭାଗ ପକ୍ଷରୁ ସୂଚନା ଦିଆଯିବ ବୋଲି ଜିଏସଟି(GST) ମୁଖ୍ୟ ଅଧିକାରୀ ରଜନୀକାନ୍ତ ସେଠ କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.