ETV Bharat / state

ଅଦିନିଆ ବର୍ଷା ଓ କୁଆପଥର ମାଡ ଭାଙ୍ଗିଲା ବରଗଡ ଚାଷୀଙ୍କ ଅଣ୍ଟା

ଲକଡାଉନ କାରଣରୁ ନଇଁ ପଡିଛି ବରଗଡ ଚାଷୀଙ୍କ ଅଣ୍ଟା । ସେପଟେ ଗତ ଦୁଇ ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଓ କୁଆପଥର ମାଡ ଯୋଗୁଁ ଧାନ ଓ ପନିପରିବା ଫସଲ ସବୁ ନଷ୍ଟ ହୋଇଯାଇଛି ।

bargarh latest news, untimely rain in odisha, untimely rain in bargarh, ailstone in bargarh, bargarh farmers in tension, ଅଦିନିଆ ବର୍ଷା, ବରଗଡ ଲାଟେଷ୍ଟ ନ୍ୟୁଜ୍‌, ବରଗଡରେ କୂଆପଥର ମାଡ, ବରଗଡ ଚାଷୀଙ୍କ ଦୁର୍ଦ୍ଦିନ
ଅଦିନିଆ ବର୍ଷା ଓ କୁଆପଥର ମାଡ ଭାଙ୍ଗିଲା ବରଗଡ ଚାଷୀଙ୍କ ଅଣ୍ଟା
author img

By

Published : Apr 9, 2020, 10:18 PM IST

Updated : Apr 10, 2020, 7:56 PM IST

ବରଗଡ: ଲକଡାଉନ କାରଣରୁ ନଇଁ ପଡିଛି ବରଗଡ ଚାଷୀଙ୍କ ଅଣ୍ଟା । ସେପଟେ ଗତ ଦୁଇ ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଓ କୂଆପଥର ମାଡ ଯୋଗୁଁ ଧାନ ଓ ପନିପରିବା ଫସଲ ସବୁ ନଷ୍ଟ ହୋଇଯାଇଛି । ବରଗଡ ଜିଲ୍ଲାର ଭେଡେନ ବ୍ଲକ, ବରପାଲୀ, ବିଜେପୁର ଓ ପଦ୍ମପୁର ଅଞ୍ଚଳରେ ପ୍ରବଳ କୁଆପଥର ମାଡ ଯୋଗୁଁ ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି ।

ଅଦିନିଆ ବର୍ଷା ଓ କୁଆପଥର ମାଡ ଭାଙ୍ଗିଲା ବରଗଡ ଚାଷୀଙ୍କ ଅଣ୍ଟା

କୁଆପଥର ମାଡରେ କେଉଁଠି ଧାନ ଝଡି ତଳେ ପଡିଛି ତ ଆଉ କେଉଁଠି ଲଙ୍କା, ଟମାଟୋ, କୋବି ଓ ମୂଳା ଏପରି ବହୁ ପରିବା ମଧ୍ୟ ପଚି ନଷ୍ଟ ହୋଇଗଲାଣି । ବର୍ତ୍ତମାନ ସମୟରେ ଚାଷୀ ତା’ର ବିଲକୁ ମଧ୍ୟ ସଜାଡିବା ପାଇଁ ମଜୁରିଆ ପାଇ ପାରୁନଥିବା ବେଳେ ବିଭିନ୍ନ ପୋକ ଜୋକ ଲାଗି ଫସଲ ନଷ୍ଟ ହେବାକୁ ବସିଥିଲା । କିନ୍ତୁ ଅଦିନିଆ ବର୍ଷା ସହିତ କୁଆପଥର ମାଡ ଏବେ ଚାଷୀ ପାଇଁ ଚିନ୍ତାର କାରଣ ପାଲଟିଛି ।

କୋରୋନା ମହାମାରୀ ଯୋଗୁଁ ସରକାରୀକଳ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କ ପାଇଁ ବ୍ୟସ୍ତ ରହିଥିବା ବେଳେ ବର୍ତ୍ତମାନ ସମୟରେ ଚାଷୀଙ୍କ ଅବସ୍ଥା ବୁଝିବାକୁ କେହି ନାହାନ୍ତି । ତେବେ ବରଗଡ ଜିଲ୍ଲାର ଚାଷୀଙ୍କ ପାଇଁ ଏବେ ଭଗବାନ ହିଁ ସାହା ଭରସା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Apr 10, 2020, 7:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.