ETV Bharat / state

ତିନି ଦିନ ଧରି ଧାରଣାରେ ବସିଛି ଚାଷୀ, ପାଖ ମାଡୁନି ଜିଲ୍ଲା ପ୍ରଶାସନ

ଦୀର୍ଘ ତିନି ଦିନ ଧରି ବରଗଡ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅହରାତ୍ର ଧାରଣାରେ ବସିଛନ୍ତି ଚାଷୀ । ହେଲେ ଚାଷୀଙ୍କ ପ୍ରତି କର୍ଣ୍ଣପାତ କରୁନାହିଁ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

ତିନି ଦିନ ଧରି ଧାରଣାରେ ବସିଛି ଚାଷୀ, ପାଖ ମାଡୁନି ଜିଲ୍ଲା ପ୍ରଶାସନ
ତିନି ଦିନ ଧରି ଧାରଣାରେ ବସିଛି ଚାଷୀ, ପାଖ ମାଡୁନି ଜିଲ୍ଲା ପ୍ରଶାସନ
author img

By

Published : Jun 30, 2021, 8:20 PM IST

ବରଗଡ଼: ଜିଲ୍ଲା ମୁଖ୍ୟାଳୟରେ ତୃତୀୟ ଦିନରେ ପହଞ୍ଚିଲା ଚାଷୀଙ୍କ ଆନ୍ଦୋଳନ । ବରଗଡ ଜିଲ୍ଲାପାଳ ଅଫିସ ଏବଂ ଜିଲ୍ଲା ଯୋଗାଣ ଅଫିସ ସମ୍ମୁଖରେ ଧାନ ବସ୍ତା ରଖି ଦୀର୍ଘ ତିନି ଧରି ଅହୋରାତ୍ର ଧାରଣାରେ ବସିଛନ୍ତି ବରଗଡ ରେଶମ ମାର୍କେଟ ୟାର୍ଡର ଚାଷୀ । ମାତ୍ର ଜିଲ୍ଲା ପ୍ରଶାସନ ଆଦୌ ଆନ୍ଦୋଳନକାରୀଙ୍କ ପାଖ ମାଡୁ ନାହିଁ । ଫଳରେ ଜିଲ୍ଲା ପ୍ରଶାସନର ଏଭଳି ଆଚରଣରେ ଉତକ୍ଷିପ୍ତ ହୋଇ ଚାଷୀମାନେ ନିଜ ଉଗ୍ର ରୂପ ଦେଖେଇବେ ବୋଲି ବୁଧବାର ଚେତାବନୀ ଦେଇଛନ୍ତି ।

ତିନି ଦିନ ଧରି ଧାରଣାରେ ବସିଛି ଚାଷୀ, ପାଖ ମାଡୁନି ଜିଲ୍ଲା ପ୍ରଶାସନ
ରବି ଋତୁର ଅମଳ ଧାନ ଏ ଯାଏଁ ଚାଷୀ ବିକ୍ରି କରି ପାରିନଥିବାବେଳେ ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଥିଲେ ସୁଦ୍ଧା ଟୋକନ ଅବଧି ଶେଷ, ଟୋକନରେ ତ୍ରୁଟି, ଧାନରେ ଆର୍ଦ୍ରତା, ଟାର୍ଗେଟ ଅଭାବ ଆଦି ଆଳ ଦେଖାଇ ଧାନ କିଣାଯାଉ ନଥିବା ଅଭିଯୋଗ ହୋଇଛି । ଯାହଫଳରେ ରେଶମ ମାର୍କେର ୟାର୍ଡର ବହୁ ଚାଷୀ ଧାନ ବୋଝେଇ ଟ୍ରାକ୍ଟର ଧରି ଜିଲ୍ଲା ଯୋଗାଣ ଏବଂ ଜିଲ୍ଲାପାଳ ଅଫିସରେ ସମ୍ମୁଖରେ ତିନି ଦିନ ଧରି ଧାରଣାରେ ବସିଛନ୍ତି । ତେବେ ସେମାନଙ୍କ ଦାବି ପୂରଣ ନ ହେଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଆଜି ଜିଲ୍ଲା ପ୍ରଶାସନକୁ ଶେଷ ସମୟ ସୀମା ଦିଆଯାଇଥିବା ବେଳେ ଦାବି ପୂରଣ ନ ହେଲେ ବରଗଡ଼ ସହରର ସମସ୍ତ କାର୍ଯ୍ୟାଳୟକୁ ତାଲା ପକାଇ ଆନ୍ଦୋଳନକୁ ବ୍ୟାପକ କରିବାକୁ ଚାଷୀମାନେ ଅଣ୍ଟା ଭିଡିଛନ୍ତି ।

ବରଗଡରୁ ରାଜେଶ ସରାପ୍, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.