ETV Bharat / state

ମିଳିଲାନି ଠିକ୍‌ ଟୋକନ, ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ - ମଣ୍ଡିରେ ଚାଷୀଙ୍କ ମୃତ୍ୟୁ

ଟୋକନ ବିଭ୍ରାଟର ଏକ କରୁଣ ପରିଣତି ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧୀନ ଜାମସେଠ ନିକଟ ଛିନ୍ଦେକେଲା ଧାନ ମଣ୍ଡିରେ । ୨୪ କ୍ବିଣ୍ଟାଲ ବଦଳରେ ୬ କ୍ବିଣ୍ଟାଲ ଧାନ ବିକ୍ରିର ଟୋକନ ଆସିଥିବା ଦେଖି ହୃଦଘାତରେ ମଣ୍ଡିରେ ହିଁ ଟଳି ପଡିଛନ୍ତି ଚାଷୀ । ମୃତ ଚାଷୀ ଜଣକ ହେଲେ ପ୍ରହଲ୍ଲାଦ ରାଉତ । ଅଧିକ ପଢନ୍ତୁ

ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ
ମଣ୍ଡିରେ ଚାଲିଗଲା ଚାଷୀଙ୍କ ଜୀବନ
author img

By

Published : Dec 17, 2021, 7:45 AM IST

ବରଗଡ: ଖରା ବର୍ଷା ଶୀତ ସହି ଜମିରେ ଫସଲ ହସାଏ ଚାଷୀଟିଏ । କେବେ କେବେ ପ୍ରାକୃତିକ ବିପର୍ଯ୍ୟାୟ ତା ସୁନାର ଫସଲ ଉଜାଡି ଦିଏ । ଦୁଃଖରେ ଭାଙ୍ଗି ପଡେ ଚାଷୀ । ହେଲେ ସେ ଦୁଃଖଠୁ ଅଧିକ ଦୁଃଖ ଦିଏ ଯେତେବେଳେ ଫସଲକୁ ବିକ୍ରି କରି ପାରେନାହିଁ । ଧାନ ବିକ୍ରି ପାଇଁ ଟୋକନ ନ ପାଇ ହତାଶ ହୁଏ । ଟୋକନ ବିଭ୍ରାଟର ଏକ କରୁଣ ପରିଣତି ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅଧୀନ ଜାମସେଠ ନିକଟ ଛିନ୍ଦେକେଲା ଧାନ ମଣ୍ଡିରେ । ୨୪ କ୍ବିଣ୍ଟାଲ ବଦଳରେ ୬ କ୍ବିଣ୍ଟାଲ ଧାନ ବିକ୍ରିର ଟୋକନ ଆସିଥିବା ଦେଖି ହୃଦଘାତରେ ମଣ୍ଡିରେ ହିଁ ଟଳି ପଡିଛନ୍ତି ଚାଷୀ । ମୃତ ଚାଷୀ ଜଣକ ହେଲେ ପ୍ରହଲ୍ଲାଦ ରାଉତ ।

ସୂଚନାଅନୁସାରେ, ପ୍ରହଲ୍ଲାଦ ୫ ଏକର ଜମିରେ ଚାଷ କରି ଧାନ ଅମଳ କରିଛନ୍ତି । ଏ ଯାଏଁ ତାଙ୍କ ପାଖକୁ ଟୋକନ ଆସିନାହିଁ । ତେଣୁ ସେ ଟୋକନ ଯାଞ୍ଚ କରିବାକୁ ଛିନ୍ଦୋକେଲା ଧାନ ମଣ୍ଡିକୁ ଯାଞ୍ଚ ପାଇଁ ଯାଇଥିଲେ । ସେ ମାତ୍ର ୬ କ୍ବିଣ୍ଟାଲ ଧାନ ବିକ୍ରି କରିପାରିବେ ବୋଲି ମଣ୍ଡି ଦାୟିତ୍ବରେ ଥିବା କର୍ମଚାରୀ କହିଥିଲେ। ଏହାଶୁଣି ପ୍ରହଲ୍ଲାଦ ହତାଶ ହୋଇପଡିଥିଲେ । ବାକିତକ ଧାନ କିପରି ବିକ୍ରି କରିବେ ସେ ନେଇ ଚିନ୍ତାରେ ପଡିଯାଇଥିଲେ । କିଛି ସମୟ ପରେ ମଣ୍ଡିରେ ହିଁ ଟଳି ପଡିଥିଲେ ପ୍ରହଲ୍ଲାଦ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଖବର ପାଇ ସ୍ଥାନୀୟ ଚାଷୀ ସଙ୍ଗଠନର ପ୍ରତିନିଧିମାନେ ସେଠାରେ ପହଞ୍ଚିଥିଲେ । ସରକାରଙ୍କ ଟୋକନ ପ୍ରକ୍ରିୟାକୁ ନିନ୍ଦା କରିଥିଲେ। ଟୋକାନ ସିଷ୍ଟମରେ ଚଞ୍ଚକତା ପାଇଁ ଅଯଥାରେ ନିରୀହ ଚାଷୀର ପ୍ରାଣ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ସଙ୍ଗଠନ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ବରଗଡରୁ ରାଜେଶ ସରାପ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.