ETV Bharat / state

କୃଷି ଆଇନ ସପକ୍ଷରେ ବରଗଡ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ - କୃଷି ଆଇନ ସପକ୍ଷରେ ନେଇ ବରଗଡ ଜିଲ୍ଲା ବିଜେପିର ସମ୍ବାଦିକ ସମ୍ମିଳନୀ

କୃଷି ଆଇନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଛି ବରଗଡ ଜିଲ୍ଲା ବିଜେପି । ଏହି ଆଇନକୁ ନେଇ ରାଜନୀତି କରୁଛନ୍ତି ବିରୋଧୀ, ପ୍ରଭାବିତ ନହେବାକୁ ଚାଷୀଙ୍କୁ ଅନୁରୋଧ କରିଛି ଦଳ । ପଢନ୍ତୁ ଅଧିକ....

କୃଷି ଆଇନକୁ ନେଇ ବରଗଡ ଜିଲ୍ଲା ବିଜେପିର ସମ୍ବାଦିକ ସମ୍ମିଳନୀ

author img

By

Published : Nov 3, 2020, 8:50 PM IST

ବରଗଡ: ଜିଲ୍ଲା ବିଜେପି ପକ୍ଷରୁ କୃଷି ଆଇନକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଛି । କେନ୍ଦ୍ର ସରକାର ଆଣିଥିବା ନୂତନ କୃଷି ଆଇନ ଉପରେ ବିରୋଧି ଦଳ ଯେଉଁ ରାଜନୀତି ଖେଳ ଖେଳୁଛି, ତାହା ନିନ୍ଦନୀୟ ବୋଲି ସମ୍ମିଳନୀରେ କହିଛି ଦଳ । କୃଷକମାନଙ୍କ ସପକ୍ଷରେ ଓ ତାଙ୍କର ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି କୃଷି ଆଇନ ପ୍ରସ୍ତୁତ କରାଯାଇଛି । ମାତ୍ର ଏହାକୁ ଭଲକରି ଅନୁଧ୍ୟାନ ନ କରି ଏହାର ପ୍ରକୃତ ମର୍ମକୁ ନ ବୁଝି ବିରୋଧୀ ଯେଉଁ ଭଳି ରାଜନୀତିକରଣ କରୁଛି ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନା ଦ୍ବାରା ଚାଷୀଙ୍କୁ ଉସୁକାଉଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଦଳ କହିଛି ।

କୃଷି ଆଇନକୁ ନେଇ ବରଗଡ ଜିଲ୍ଲା ବିଜେପିର ସମ୍ବାଦିକ ସମ୍ମିଳନୀ

ସେହିଭଳି ଚାଷୀମାନଙ୍କୁ ଏହି ରାଜନୈତିକ ଛଳନାରେ ପ୍ରଭାବିତ ନ ହେବା ପାଇଁ ଦଳ ପକ୍ଷରୁ ଅନୁରୋଧ କରାଯାଉଛି । ଏହି ଆଇନ ଆଦୌ କୃଷକ ବିରୋଧି ନୁହେଁ ବରଂ ଏହାଦ୍ଵାରା ଚାଷୀ ମାନଙ୍କ ମଧ୍ୟରେ ରହିଥିବା ଦଲାଲ ଓ ମଧ୍ୟସ୍ଥି ବ୍ୟବସ୍ଥାକୁ ସବୁଦିନ ପାଇଁ ଦୂର କରିଦିଆଯାଇଛି । ଯାହା ଫଳରେ ଚାଷୀମାନେ ସଠିକ ଓ ଉଚିତ ମୂଲ୍ୟ ପାଇପାରିବେ ବୋଲି କୁହାଯାଇଥିଲା । ଏହି ଆଇନ ଦ୍ବାରା କୃଷକକୁ କଣ ସବୁ ଫାଇଦା ହେବ, ତାହାର ଆଲୋଚନା କରି ବୁଝିବାକୁ ବିଜେପି ଦଳ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କୁହାଯାଇଛି ।

ବରଗଡରୁ ରାଜେସ ସରାପ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.