ETV Bharat / state

କୋଭିଡ ରୋଗୀଙ୍କ ମୃତଦେହ ଅନ୍ତିମ ସଂସ୍କାର ନେଇ ଅସନ୍ତୋଷ, ଚିନ୍ତାରେ ପ୍ରଶାସନ - tension of funeral of Covid patients body

ବରଗଡରେ କୋଭିଡ ରୋଗୀଙ୍କ ମୃତଦେହ ଅନ୍ତିମ ସଂସ୍କାରକୁ ନେଇ ଦେଖାଦେଇଛି ଅସନ୍ତୋଷ । ଲୋକେ ପ୍ରବଳ ବିରୋଧ କରୁଥିବା ବେଳେ ଯାହା ଏବେ ବରଗଡ ପ୍ରଶାସନକୁ ଚିନ୍ତାରେ ପକାଇ ଦେଇଛି ।

କୋଭିଡ ରୋଗୀଙ୍କ ମୃତଦେହ ଅନ୍ତିମ ସଂସ୍କାର ନେଇ ଅସନ୍ତୋଷ, ଚିନ୍ତାରେ ପ୍ରଶାସନ

author img

By

Published : Sep 10, 2020, 7:06 AM IST

ବରଗଡ: କୋଭିଡ ଆକ୍ରାନ୍ତଙ୍କ ମୃତଦେହ ଅନ୍ତିମ ସଂସ୍କାରକୁ ନେଇ ଅସନ୍ତୋଷ । ବିଭିନ୍ନ ସମୟରେ ପ୍ରଶାସନ-ସାଧାରଣଲୋକେ ମୁହାଁମୁହାଁ ହେବା ଘଟଣା ସାମ୍ନାକୁ ଆସୁଥିବା ବେଳେ ଏବେ ତାହା ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଯାହାକୁ ନେଇ ବରଗଡ ଜିଲ୍ଲା ପ୍ରଶାସନ ଚିନ୍ତାରେ ।

କୋଭିଡ ରୋଗୀଙ୍କ ମୃତଦେହ ଅନ୍ତିମ ସଂସ୍କାର ନେଇ ଅସନ୍ତୋଷ, ଚିନ୍ତାରେ ପ୍ରଶାସନ

କୋଭିଡ ହସ୍ପିଟାଲରେ ପ୍ରାଣ ହରାଉଥିବା ମୃତକଙ୍କ ସତ୍କାର କରିବାକୁ ଦେଉନାହାନ୍ତି ଲୋକେ | ଗୋଟେ ପଟେ ମହାମାରୀରେ ବହୁ ଲୋକ ପ୍ରାଣ ହରାଉଥିବା ବେଳେ ତାଙ୍କର ମୃତଦେହକୁ ସତ୍କାର କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ସାଧନ ନାହିଁ | ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ନିର୍ମାଣ କରିଥିବା ବେଳେ କିନ୍ତୁ କୋଭିଡ଼ ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ସୁବିଧା କରିପାରି ନାହିଁ ପ୍ରଶାସନ ।

ଯାହାଫଳରେ କୌଣସି ଶ୍ମଶାନ ଘାଟରେ କୋଭିଡ଼ ରୋଗୀଙ୍କ ମୃତଦେହକୁ ଦାହ କରିବାକୁ ଦେଉନାହାନ୍ତି ଲୋକେ | ତେବେ ବରଗଡ ସହରରେ ମଧ୍ୟ ଲୋକଙ୍କ ବିରୋଧ ଦେଖିବାକୁ ମିଳିଛି । ଏପରିକି ମୃତଦେହ ଦାହ କରିବାକୁ କାଠ ଅଣାଯାଇଥିବା ଗାଡିକୁ ପଥର ମାରି ଭାଙ୍ଗି ଦେଇଥିବା ବେଳେ ଡ୍ରାଇଭରକୁ ମଧ୍ୟ ଆକ୍ରମଣ କରିଛନ୍ତି ଲୋକେ | ଅନ୍ୟପଟେ କୋଭିଡ଼ ହସ୍ପିଟାଲରେ ଅନେକ ମୃତଦେହ ସତ୍କାର ପାଇଁ ପଡିରହିଛି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.