ETV Bharat / state

ଡିସେମ୍ବର 31ବିଶ୍ବପ୍ରସିଦ୍ଧ ଧନୁଯାତ୍ରା, ସମଲେଶ୍ବରୀଙ୍କ ପୂଜାର୍ଚ୍ଚନା କଲେ କଂସ - ଦେବୀପୀଠରେ ଭୁବନେଶ୍ବର

ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ପାଇଁ ତୃତୀୟଥର ଚୟନ ହେଇଥିବା ଭୁବନେଶ୍ବର ପ୍ରଧାନ ବରଗଡର ଦେବୀପୀଠକୁ ଯାଇ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ।

ଡିସେମ୍ବର 31ବିଶ୍ବପ୍ରସିଦ୍ଧ ଧନୁଯାତ୍ରା
author img

By

Published : Nov 16, 2019, 3:15 AM IST

ବରଗଡ: ଚଳିତ ବର୍ଷ ଶେଷ ଦିନରୁ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା । ଏଥିଲାଗି କଂସ ପାଇଁ ତୃତୀୟଥର ଚୟନ ହେଇଥିବା ଭୁବନେଶ୍ବର ପ୍ରଧାନ ବରଗଡର ଦେବୀପୀଠକୁ ଯାଇ ଦର୍ଶନ ସହ ପୂଜାର୍ଚ୍ଚନା କରିଛନ୍ତି ।

ବୁଧବାର ଧନୁଯାତ୍ରା ମହୋତ୍ସବ ସମିତିର କୋର କମିଟି ବୈଠକରେ ଆଲୋଚନା କରାଯାଇ ନୂତନ କଳାକାର ଚୟନ ନିଷ୍ପତ୍ତିକୁ ସ୍ଥଗିତ କରି ଭୁବନଶ୍ବରଙ୍କୁ ହିଁ କଂସ ପାଇଁ ମନୋନୀତ କରାଯାଇଛି । ଏଥିସହ ଚଳିତ ଧନୁଯାତ୍ରା ପାଇଁ ଆସନ୍ତା ମାସ ପହିଲାରେ ଶୁଭସ୍ତମ୍ଭ ସ୍ଥାପନ ନେଇ ଘୋଷଣା ହୋଇଛି |

ଡିସେମ୍ବର 31ବିଶ୍ବପ୍ରସିଦ୍ଧ ଧନୁଯାତ୍ରା

ତେବେ ଚଳିତ ୭୧ ତମ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଉ ଅଳ୍ପ ଦିନ ସମୟ ରହିଥିଛି । ଏଥିପାଇଁ କଂସ ଭୂମିକାରେ ଅଭିନୟର ସୁଯୋଗ ପାଇଥିବା କଳାକାର ଭୁବନେଶ୍ବର ପ୍ରଧାନ ପ୍ରଥମେ ବରଗଡ଼ ତଳିପଡ଼ା ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହାପରେ ହାଟପଦା ସ୍ଥିତ ଦୂର୍ଗାଙ୍କ ମନ୍ଦିର ଓ ମାଁ ଶ୍ୟାମାକାଳୀଙ୍କ ପୀଠକୁ ଯାଇ ମାଁ ଙ୍କର ଦର୍ଶନ କରିଥିଲେ ।ଏହି ଅବସରରେ ତାଙ୍କ ସହିତ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘର ସଭାପତି ଦୟାନିଧି ପ୍ରଧାନ ଏବଂ ବରିଷ୍ଠ କଳାକାର ଲଳିତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଚଳିତ ଧନୁଯାତ୍ରା ମହୋତ୍ସବରେ ଭୁବନେଶ୍ବର ଆହୁରି ଉଚ୍ଚ କୋଟିର ଅଭିନୟ କରି ୭୧ ତମ ଧନୁଯାତ୍ରାକୁ ଏକ ଐହାସିକ ରୂପରେଖା ଦେଇ ଆହୁରି ଆକର୍ଷଣୀୟ କରିବେ ବୋଲି କହିଛନ୍ତି |

ବରଗଡରୁ ରାଜେଶ ସରାଫ, ଇଟିଭି ଭାରତ

Intro:ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ନୂତନ କଳାକାର ଚୟନ ସ୍ଥଗିତ ହେବାପରେ ଦୁଇ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ଵର ପ୍ରଧାନ ପୁଣି ତୃତୀୟ ଥର ପାଇଁ କଂସ ହେବାର ଗତକାଲି ସ୍ଥିରୀକୃତ ହେବା ପରେ ଆଜି ସେ ବରଗଡର ଦେବୀ ମନ୍ଦିର ଗୁଡିକୁ ଯାଇ ମାଁ ଙ୍କର ଦର୍ଶନ ସହିତ ପୂଜାର୍ଚନା କରିଥିଲେ |
Body:ଗତକାଲି ଧନୁଯାତ୍ରା ମହୋତ୍ସବ ସମିତିର କୋର କମିଟି ବୈଠକ ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇ ପୂର୍ବରୁ ହୋଇଥିବା ନୂତନ କଳାକାର ଚୟନର ନିଷ୍ପତ୍ତିକୁ ସ୍ଥଗିତ କରାଯାଇଥିଲା ଏବଂ ଚଳିତ ବର୍ଷ ଧନୁଯାତ୍ରା ପାଇଁ ଆସନ୍ତା ଡ଼ିସେମ୍ବର ୧ ତାରିଖରେ ଶୁଭସ୍ତମ୍ଭ ସ୍ଥାପନ କରାଯିବାର ଘୋଷଣା କରାଯାଇଥିଲା | ତେବେ ଚଳିତ ୭୧ ତମ ବିଷ୍ପପ୍ରସିଦ୍ଧ ଧନୁଯାତ୍ରା ପାଇଁ ଆଉ ଅଳ୍ପ ଦିନ ସମୟ ରହିଥିବା ବେଳେ ତୃତୀୟ ବର୍ଷ ପାଇଁ ମହାରାଜ କଂସ ଭୂମିକାରେ ଅଭିନୟର ସୁଯୋଗ ପାଇଥିବା କଳାକାର ଭୁବନେଶ୍ୱର ପ୍ରଧାନ ଆଜି ପ୍ରଥମେ ବରଗଡ଼ ତଳିପଡ଼ା ସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି । ଏହାପରେ ହାଟପଦା ସ୍ଥିତ ଦୂର୍ଗାଙ୍କ ମନ୍ଦିର ଓ ମାଁ ଶ୍ୟାମାକାଳୀଙ୍କ ପୀଠକୁ ଯାଇ ମାଁ ଙ୍କର ଦର୍ଶନ କରିଥିଲେ ।ଏହି ଅବସରରେ ତାଙ୍କ ସହିତ ପଶ୍ଚିମ ଓଡ଼ିଶା ଧନୁଯାତ୍ରା କଳାକାର ସଂଘର ସଭାପତି ଦୟାନିଧି ପ୍ରଧାନ ଏବଂ ବରିଷ୍ଠ କଳାକାର ଲଲିତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଚଳିତ ଧନୁଯାତ୍ରା ମହୋତ୍ସବରେ ଶ୍ରୀ ଭୁବନେଶ୍ବର ପ୍ରଧାନ ଆହୁରି ଉଚ୍ଚ କୋଟିର ଅଭିନୟ କବିବେ ଏବଂ ୭୧ ତମ ଧନୁଯାତ୍ରାକୁ ଏକ ଏଇତିହାସିକ ରୂପରେଖା ଦେଇ ଆହୁରି ଆକର୍ଷଣୀୟ କରିବେ ବୋଲି କହିଥିଲେ |
ବାଇଟ ୧- ଭୁବନେଶ୍ବର ପ୍ରଧାନ ( କଂସ , କଳାକାର )Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.