ETV Bharat / state

ବରଗଡରେ ନୂଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ, ଅସହାୟଙ୍କ ମୁହଁରେ ଫୁଟାଇଲା ହସ - ନୁଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ କଲା ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚ

ଆସୁଛି ନୂଆଁଖାଇ । ଅସହାୟଙ୍କ ପାଇଁ ନୁଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ କଲା ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚ । ଯୋଗାଇଲେ ଖାଦ୍ୟ ସାମଗ୍ରୀ ଓ ନୂଆ ବସ୍ତ୍ର । ଅଧିକ ପଢନ୍ତୁ....

Bargarh Constitution Protection Forum organized the Nuankhai Yotayat
ନୁଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ କଲା ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚ , ଅସହାୟଙ୍କ ମୁହଁରେ ଫୁଟାଇଲା ହସ
author img

By

Published : Aug 22, 2020, 8:51 AM IST

ବରଗଡ: ଆସନ୍ତାକାଲି(ରବିବାର) ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ। ଗାଁ ଠୁ ସହର ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଥାଏ ପ୍ରତ୍ୟକ ବର୍ଷ । ହେଲେ ଚଳିତ ଥର କୋରୋନା କଟକଣା ଯୋଗୁଁ ଏହି ପର୍ବରେ ଟିକେ ଫିକା ପଡିବ । ଅସହାୟ ଓ ଗରିବଙ୍କ ମୁହଁରେ ହସ ପୁଟାଇବା ପାଇଁ ଆଗେଇ ଆସିଛନ୍ତି ବରଗଡ଼ର ସମ୍ବିଧାନ ସୁରକ୍ଷା ମଞ୍ଚର ସଦସ୍ୟ ମାନେ । ଯୋଟଯାଟ କାର୍ଯ୍ୟକ୍ରମ କରି ଏମାନଙ୍କୁ ଆଠ ଦିନର ଚାଉଳ ଠୁ ଆରମ୍ଭ କରି ପନିପରିବା ଓ ନୁଆଁଖାଇ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଛନ୍ତି ।

ନୁଆଁଖାଇ ଯୋଟଯାଟ କାର୍ଯ୍ୟକ୍ରମ କଲା ବରଗଡ ସମ୍ବିଧାନ ସୁରକ୍ଷା ମଞ୍ଚ , ଅସହାୟଙ୍କ ମୁହଁରେ ଫୁଟାଇଲା ହସ

ଏହା ସହ ମହିଳା ଓ ପୁରୁଷମାନଙ୍କ ପାଇଁ ନୂଆ ବସ୍ତ୍ର ମଧ୍ୟ ପ୍ରଦାନ କରିଛନ୍ତି । ତେବେ ସଂଗଠନର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.