ETV Bharat / state

ନିମ୍ନ ମାନର ଗ୍ରାମ୍ୟ ଉଦ୍ୟାନ ପାଚେରୀ, ଜିଲ୍ଲାପାଳ କଲେ ତଦାରଖ

ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ କେର୍ମେଲିଠାରେ ନିମ୍ନମାନର ଠିକା କାମକୁ ନେଇ ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Jul 5, 2023, 1:14 PM IST

Low grade work of a park
Low grade work of a park
Low grade work of a park

ବରଗଡ: ନିମ୍ନମାନର କାର୍ମେଲି ଗ୍ରାମ୍ୟ ଉଦ୍ୟାନ । କାଦୁଅ ଫିଙ୍ଗା ନୀତିରେ ଚାଲିଛି ଗାଇସିଲେଟ ବ୍ଲକ । କେର୍ମେଲିଠାରେ ନିର୍ମାଣ ହେଉଥିବା ଗ୍ରାମ୍ୟ ଉଦ୍ୟାନଟି ଅତି ନିମ୍ନ ମାନର ହୋଇଥିବା ବେଳେ BDO ଏହି କାମଟି ଗ୍ରାମ୍ୟ କମିଟି କରିଥିବା ଦର୍ଶାଇଥିଲେ । ହେଲେ ଅନ୍ୟପଟେ ଗ୍ରାମ୍ୟ କମିଟି ଏହାକୁ ଖଣ୍ଡନ କରି ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡିଛି ।

ତେବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ବରଗଡ଼ ଜିଲ୍ଲାର ଚାଣ୍ଟିପାଲି ଗ୍ରାମପଞ୍ଚାୟତ କେର୍ମେଲି ଗାଁକୁ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ପହଞ୍ଚି ତଦନ୍ତ କରିଥିଲେ । ସେହିପରି ଜିଲ୍ଳାପାଳ ଙ୍କୁ ଗାଇସିଲେଟ ବିଡ଼ିଓ ଦେଇଥିବା ଚିଠି ଅନୁସାରେ କେର୍ମେଲି ଗାଁରେ ନିର୍ମାଣ ହୋଇଥିବା ଗ୍ରାମ୍ୟ ଉଦ୍ୟାନ ନିର୍ମାଣ ପାଇଁ ସରକାରୀ ସ୍ତରରେ କାହାକୁ କାର୍ଯ୍ୟାଦେଶ ଦିଆଯାଇ ନାହିଁ କିମ୍ବା ଖର୍ଚ୍ଚ ପାଇଁ ଟଙ୍କା ମଧ୍ୟ ଦିଆଯାଇ ନାହିଁ । ଏହି ଗ୍ରାମ୍ୟ ଉଦ୍ୟାନଟି କେର୍ମେଲି ଗ୍ରାମ୍ୟ କମିଟି ତରଫରୁ ନିର୍ମାଣ ହୋଇଥିବା ଉଲ୍ଲେଖ କରିଛନ୍ତି । ମାତ୍ର ଜିଲ୍ଲାପାଳଙ୍କୁ ବିଡ଼ିଓ ଦେଇଥିବା ଚିଠିକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛନ୍ତି କେର୍ମେଲି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ- ଚେକ ଡ୍ୟାମ ନିର୍ମାଣରେ ଦୁର୍ନୀତି: ନିମ୍ନମାନର କାମ କରି ଯନ୍ତ୍ରୀ ଠିକାଦାର ମାଲେମାଲ

ଅନ୍ୟପଟେ ବରଗଡ଼ ଜିଲ୍ଳାପାଳ ଙ୍କ ଗାଇସିଲେଟଠାରେ ଅଭିଯୋଗ ଶୁଣାଣୀ ବେଳେ କେର୍ମେଲି ଗ୍ରାମବାସୀ ବିଡ଼ିଓଙ୍କ ଚିଠିର ଜବାବରେ ବିଡ଼ିଓଙ୍କ ବିରୁଦ୍ଧରେ ଗ୍ରାମବାସୀ ତରଫରୁ ଏକ ଦରଖାସ୍ତ ଦିଆଯାଇଥିଲା । ସେହି ଦରଖାସ୍ତରେ ଗ୍ରାମବାସୀ ସ୍ପଷ୍ଟ ଭାବେ ଉଲ୍ଳେଖ କରିଛନ୍ତି ଯେ, ନିର୍ମାଣ ହୋଇଥିବା ନିମ୍ନମାନର କାମଟି ଗ୍ରାମ୍ୟ କମିଟି କରିନାହାନ୍ତି । ଏନେଇ ନିର୍ମାଣଧିନ ଗ୍ରାମ୍ୟ ଉଦ୍ୟାନକୁ ଜିଲ୍ଳାପାଳ ପରିଦର୍ଶନରେ ଯାଇ ପାଚେରୀ ନିର୍ମାଣ କାମ ଅତି ନିମ୍ନମାନର ହୋଇଥିବା ଦେଖିବାକୁ ପାଇଥିଲେ । ବିନା ଫାଉଣ୍ଡେସନ ଓ ପିଲରରେ ନିମ୍ନମାନର ଲମ୍ବା ପାଚେରୀ ତିଆରି ହୋଇଥିବା ଦେଖି ଭବିଷ୍ୟତରେ ଏହି ପାଚେରୀ କାମ କଲେ ପାଚେରୀକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବାକୁ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ । ତେବେ ସରକାରୀ କାର୍ଯ୍ୟାଦେଶ ପାଇ ନିର୍ମାଣ ହେଉ କିମ୍ବା ଅନ୍ୟ କିଏ ନିଜସ୍ଵ ପାଣ୍ଠିରୁ ନିର୍ମାଣ କରୁ ଏହି ପଞ୍ଚାୟତରେ କାର୍ଯ୍ୟରତ ଥାଇ ମଧ୍ୟ ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ କେମିତି ଏହି ବେଆଇନ ନିର୍ମାଣ ବିଷୟରେ ଜାଣିପାରିଲେ ନାହିଁ ତାହା ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.