ETV Bharat / state

ସୂତା ଓ ରଙ୍ଗର ଅହେତୁକ ଦର ବୃଦ୍ଧି: ଜିଲ୍ଲାପାଳଙ୍କ ଅଫିସ ଘେରିଲେ ବୁଣାକାର ସଙ୍ଘ - ସୂତା ଓ ରଙ୍ଗର ଅହେତୁକ ଦର ବୃଦ୍ଧି

ଜିଲ୍ଲାପାଳ ଅଫିସକୁ ଘେରାଉ କଲେ ବୁଣାକାର ସଂଘ । ପାଞ୍ଚ ଦଫା ଦାବି ନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ । ଅଧିକ ପଢନ୍ତୁ...

ସୂତା ଓ ରଙ୍ଗର ଅହେତୁକ ଦର ବୃଦ୍ଧି;ଜିଲ୍ଲାପାଳଙ୍କ ଅଫିସ ଘେରିଲେ ବୁଣାକାର ସଙ୍ଘ

author img

By

Published : Nov 8, 2021, 7:25 PM IST

ବରଗଡ଼ : ଜିଲ୍ଲାପାଳ ଅଫିସକୁ ଘେରାଉ କଲେ ବୁଣାକାର ସଂଘ । ବରଗଡ଼ ହସ୍ତତନ୍ତ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବୁଣାକାର ସଂଘର କର୍ମକର୍ତ୍ତା । ପାଞ୍ଚ ଦଫା ଦାବି ନେଇ ବରଗଡ଼ ଜିଲ୍ଲାପାଳଙ୍କ ମାଧ୍ୟମରେ ହସ୍ତତନ୍ତ ବସ୍ତ୍ର ମନ୍ତ୍ରଣାଳୟ ଓଡିଶା ସରକାର ଓ କେନ୍ଦ୍ର ସରକାର ଉଭୟଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ସୂତା ଓ ରଙ୍ଗର ଅହେତୁକ ଦର ବୃଦ୍ଧି;ଜିଲ୍ଲାପାଳଙ୍କ ଅଫିସ ଘେରିଲେ ବୁଣାକାର ସଙ୍ଘ

ବୁଣାକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ସୂତା, ରଙ୍ଗର ଦର ଅହେତୁକ ବୃଦ୍ଧି ପାଇଛି । ଜିଲ୍ଲାର 15 ହଜାର ତଥା ଓଡ଼ିଶାର 45 ହଜାର ବୁଣାକାର ପରିବାର ଉପରେ ଗଭୀର ପ୍ରଭାବ ପଡୁଛି । ବଢିଥିବା ସୂତା ଦରକୁ ଅତିଶୀଘ୍ର ହ୍ରାସ କରାଯାଉ । ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ଓଡ଼ିଶାରେ ମଧ୍ୟ ସୂତା ଉପରେ 40/50 ପ୍ରତିଶତ ରିହାତି ଦିଆଯାଉ । ସୂତା କିଣିବାର ପ୍ରକ୍ରିୟାକୁ ସରଳିକରଣ କରାଯାଉ ବୋଲି ମା' ସମଲେଇ ସମ୍ବଲପୁରୀ କପଡା ବଜାର ବୁଣାକାର ସଂଘ ପକ୍ଷରୁ କୁହାଯାଇଛି ।

ମେଗା ଟେକ୍ସଟାଇଲ ପାର୍କ ସହ ସୂତାକଳ ସ୍ଥାପନା କରିବା ପାଇଁ ସଂଘ ଦାବି କରିଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଆସି ଆନ୍ଦୋଳନ କରିବା ସହ ବାଧ୍ୟ ହୋଇ ଆତ୍ମହତ୍ୟା କରିବୁ ବୋଲି ସଂଘ ଚେତାବନୀ ଦେଇଛି। ବୁଣାକର ସଂଘର ଏହି ଦାବିପତ୍ରକୁ ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ଗ୍ରହଣ କରିବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ପଠାଇ ଦିଆଯିବ ବୋଲି କହିଛନ୍ତି ।

ବରଗଡରୁ ରାଜେସ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.