ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି, ବ୍ଲକ ଅଫିସ ସମ୍ମୁଖରେ ବିଜେପିର ଆନ୍ଦୋଳନ

author img

By

Published : Jul 10, 2021, 10:03 AM IST

Updated : Jul 10, 2021, 11:24 AM IST

ବରଗଡ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟେ ମଧ୍ୟ ପକ୍କା ଘର ଆବଣ୍ଟନ ହୋଇନଥିବା ପ୍ରତିବାଦରେ ବିଜେପି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆନ୍ଦୋଳନ କରାଯାଇଥିଲା । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି, ବ୍ଲକ ଅଫିସ ସମ୍ମୁଖରେ ଆନ୍ଦୋଳନ କଲା ଜିଲ୍ଲା ବିଜେପି

ବରଗଡ଼: ବ୍ଲକ ଅଫିସ ସମ୍ମୁଖରେ ଆନ୍ଦୋଳନ କଲେ ବରଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟି । ବରଗଡ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୋଟେ ମଧ୍ୟ ପକ୍କା ଘର ଆବଣ୍ଟନ ହୋଇନଥିବା ପ୍ରତିବାଦରେ ବିଜେପି ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଆନ୍ଦୋଳନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଠାଇଥିବା ୮ ଲକ୍ଷ ୧୭ ହଜାର ୪୪୪ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରୁ ବରଗଡ଼ ଜିଲ୍ଲାକୁ ଗୋଟିଏ ବି ପକ୍କା ଘର ଆବଣ୍ଟନ ନ କରିବା ଏବଂ ସ୍ଥାନୀୟ ନେତା ସବୁ ଜାଣି ବି ନିରବ ଦ୍ରଷ୍ଟା ସାଜିବା ଅତି ଦୁର୍ଭାଗ୍ୟ ଜନକ ବିଷୟ । ତେବେ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇଦେବା ଓ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବରଗଡ଼ ବ୍ଲକ ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଜିଲ୍ଲା ବିଜେପି ଦଳ ।

ଏପଟେ ବ୍ଲକ ଅଧିକାରୀ ବିକ୍ଷୋଭକାରୀଙ୍କୁ ସମସ୍ତ ପ୍ରକାର ତଦନ୍ତ କରି ଦୋଷୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପ୍ରତିଶୃତି ଦେବା ପରେ ଆନ୍ଦୋଳନରୁ ଓହରି ଥିଲା ଦଳ ଏବଂ ଆଗାମୀ ଦିନରେ ଯଦି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନ ନିଆଯାଏ, ତେବେ ଆଗକୁ ବିରାଟ ଆନ୍ଦୋଳନ ହେବ ବୋଲି ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଚେତାବନୀ ଦେଇଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Jul 10, 2021, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.