ETV Bharat / state

ଉଠିଲା ଧାରା 370: ଉତ୍ସବମୁଖର ବରଗଡ ବିଜେପି

author img

By

Published : Aug 6, 2019, 12:02 PM IST

ଆତଙ୍କୀକୁ ମୂଳୋତ୍ପାଟନ ନେଇ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ବିକାଶ ଧାରାରେ କାଶ୍ମୀରକୁ ଯୋଡିବାକୁ ଉଠାଇଲେ 370 ଧାରା । ଯାହାକୁ ନେଇ ଦେଶବାସୀ ଖୁସି ମନାଉଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ଼: ଜମ୍ମୁ-କାଶ୍ମୀରରୁ ହଟିଲା ଧାରା 370 । ଜମ୍ମୁ-କାଶ୍ମୀର ଓ ଲଦାଖକୁ ଘୋଷଣା କରାଗଲା କେନ୍ଦ୍ର ଶାସିତ ଅଞ୍ଚଳ । ଦୀର୍ଘ 72 ବର୍ଷ ପରେ ଏକ ହୋଇଛି ଦେଶ । ଭାରତର ଅଖଣ୍ଡତାକୁ ପ୍ରମାଣ କରିଦେଇଛନ୍ତି ମୋଦି ସରକାର । କାଶ୍ମୀରରୁ କନ୍ୟାକୁମାରୀରେ ଉଡିବ ଗୋଟିଏ ପତାକା । ଜମ୍ମୁ-କାଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ଦେଶରେ ଲାଗି ରହୁଥିଲା ଅଶାନ୍ତ । ଆଉ ଏହି ଧାରା ଉଚ୍ଛେଦ ପରେ ଆତଙ୍କୀ ଦମନରେ ଐତିହାସିକ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ସାରା ଦେଶରେ ଏବେ ଖୁସିର ମାହୋଲ । ବରଗଡ଼ ବିଜେପି ପକ୍ଷରୁ ମଧ୍ୟ ବାଣ ଫୋଟକା ଫୁଟାଇ ଲୋକଙ୍କୁ ମିଷ୍ଠାନ୍ନ ବଣ୍ଟନ କରିଛନ୍ତି ଉଚ୍ଛେଦ ଧାରାର ସମର୍ଥନରେ ଉତ୍ସବ ମନାଇଛନ୍ତି । ରାସ୍ତାକୁ ସମସ୍ତ ଦଳୀୟ କର୍ମୀ ଓହ୍ଲାଇ 'ଭାରତ ମାତା କୀ' ଜୟର ସ୍ଲୋଗାନ ଦେଇଛନ୍ତି ଦଳୀୟ କର୍ମୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ଜମ୍ମୁ-କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଧାରା 370କୁ ଉଚ୍ଛେଦ କଲା ପରେ ଦେଶର ସାଧାରଣ ଜନତା ଠୁ ବୁଦ୍ଧିଜୀବୀଙ୍କ ଲାଗି ରହିଛି ସମର୍ଥନ । ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ପରେ ସୋମବାର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସଭାରେ ଧାରା 370କୁ ଉଚ୍ଛେଦକୁ ପ୍ରସ୍ତାବ ଦେଇଥିଲେ । ଆତଙ୍କୀଙ୍କୁ ମୂଳପୋଛ କରିବା ହେଲେ ଏହି ଧାରାକୁ ହଟାଇବାକୁ ପଡିବ । କାଶ୍ମୀରକୁ ବିକାଶ ଧାରାରେ ଆସିବାକୁ ହେଲେ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ହରାଇବାକୁ ପଡିବ ବୋଲି ସେ ମନ୍ତବ୍ୟ ଦେଇଥିଲେ । ଯାହା ପରବର୍ତ୍ତୀ ସମୟରେ ଏହି ବିଲକୁ ଗୃହରୁ ପାରିତ କରାଯାଇଛି । ସପକ୍ଷରେ 125ଟି ଭୋଟ ପଡିଥିବାବେଳେ ବିପକ୍ଷରେ 61 ଜଣ ଭୋଟ ଦେଇଥିଲେ ରାଜ୍ୟସଭାରେ ଲୋକସଭା ବିଲ ପାରିତ ହେବା ପରେ ଆଜି(ମଙ୍ଗଳବାର) ଲୋକସଭାରେ ଉପସ୍ଥାପନା କରାଯିବ ।

ଏଠାରେ ଭାରତୀୟ ସମ୍ବିଧାନର ଧାରା 356 ଓ ଆରଟିଆଇ ନିୟମକୁ ରାଜ୍ୟରେ ଲାଗୁ କରାଯିବ । ଏପରିକି ଦ୍ବୈତ ନାଗରିକତ୍ବର ଫାଇଦାରୁ ବଞ୍ଚିତ ହେବେ ଘାଟିବାସିନ୍ଦା । ଏବଂ ଅନ୍ୟ ରାଜ୍ୟ ପରି ଏଠାରେ ମଧ୍ୟ ଗୋଟିଏ ଆଇନ ବ୍ୟବସ୍ଥା ଲାଗୁ ହେବ । ସେପଟେ, ଏହି ବିଲ ସମ୍ପର୍କିତକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ 7ରେ ତାଙ୍କର ଅଭିଭାଷଣ ରଖିବେ ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro:କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଧାରା ୩୭୦କୁ ଉଚ୍ଛେଦ କଲା ପରେ ସାରା ଦେଶର ଜନସାଧାରଣ ତଥା ବୁଦ୍ଧିଜୀବୀଙ୍କ ଲାଗିରହିଛି ସମର୍ଥନ । ରାଷ୍ଟ୍ରପତି ଏହି ବିଜ୍ଞପ୍ତିକୁ ଅନୁମୋଦନ ଦେଇଥିବା ସମ୍ପର୍କରେ ସୋମବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟ ସଭାରେ କହିବା ପରେ ଚାରିଆଡେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି । ତେବେ ବରଗଡ ଜିଲ୍ଲାରେ ମଧ୍ୟ ବିଜେପି ଦଳ ପକ୍ଷରୁ ବାଣ ଫୋଟକା ଫୁଟାଇ ଲୋକଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା ଏବଂ ଖୁଶିର ଉତ୍ସବ ପାଳନ କରିଥିଲା ବରଗଡ ବିଜେପି ଦଳ | ତେବେ ଜମ୍ମୁ-କଶ୍ମୀର ଧାରା ୩୭୦ର ନିୟମ ଉପରେ ବିସ୍ତ୍ରୁତ ଭାବେ ଲୋକେ ଅବଗତ ନଥିବା ବେଳେ ମୋଦୀ ସରକାର ପକ୍ଷରୁ ନିଆଯାଇଥିବା ଐତିହାସିକ ନିଷ୍ପତ୍ତିର ଚର୍ଚ୍ଚା ସାରା ଦେଶରେ ହଇଚଇ ସୃଷ୍ଟିକରିଦେଇଥିବାରୁ ଦେଶର ଜଣସାଧାରଣଙ୍କ ମୂହରେ ଏବେ ଧାରା 370 ବିଷୟରେ ଚର୍ଚା ଚାଲିଛି |
Body:୩୭୦ ଧାରା କ’ଣ, କାହିଁକି ତାକୁ ନେଇ ଉଠୁଛି ଚର୍ଚ୍ଚା
ଭାରତ ସ୍ବାଧୀନ ହେବା ପରେ ସମସ୍ତ ରାଜ୍ୟ ଭଳି ଜମ୍ମୁ-କଶ୍ମୀରକୁ ମଧ୍ୟ ରାଜ୍ୟ ମାନ୍ୟତା ଦିଆଯାଇଥିଲା । ସେହି ସମୟରେ ସେଠାରେ ଶାସକ ଥିଲେ ହରି ସିଂ । ୧୯୪୭ ଅକ୍ଟୋବର ୨୦ରେ ପାକିସ୍ତାନ ସମର୍ଥକ ଆଜାଦ୍‌ କଶ୍ମୀର ସେନା ପାକିସ୍ତାନ ସେନା ସହ ମିଶି କଶ୍ମୀର ଉପରେ ଆକ୍ରମଣ କରିବା ଆରମ୍ଭ କରିଥିଲେ । ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଶେଖ୍‌ ଅବଦୁଲ୍ଲାଙ୍କ ସହମତିରେ ହରି ସିଂ ସେତେବେଳେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ମିଶି ଜମ୍ମୁ-କଶ୍ମୀରରେ ସ୍ବତନ୍ତ୍ର ଧାରା ୩୭୦ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନେଇଥିଲେ । ୩୭୦ ଧାରା ଅନୁଯାୟୀ କଶ୍ମୀରେ ଦୁଇଟି ପତାକା ଥିଲା । ଗୋଟିଏ ରାଜ୍ୟର ଏବଂ ଅନ୍ୟଟି ଭାରତର । କଶ୍ମୀରବାସୀ ଭାରତୀୟ ଜାତୀୟ ପତାକାକୁ ସମ୍ମାନ ଜଣାଇବା ବାଧ୍ୟତାମୂଳକ ନୁହେଁ । ଦେଶର କୌଣସି ନାଗରିକ ଜମ୍ମୁ-କଶ୍ମୀରରେ ଜାଗା କିଣିପାରିବେ ନାହିଁ । ଏପରିକି ସେଠାରେ ଭାରତର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଚାହିଁଲେ ଇଞ୍ଚେ ଜାଗା ବି କିଣିପାରିବେ ନାହିଁ । ଜମ୍ମୁ-କଶ୍ମୀର ଲୋକଙ୍କୁ ଦୈତ (ଉଭୟ ଭାରତ ଏବଂ ଜମ୍ମୁ-କଶ୍ମୀର) ନାଗରିକତା ପ୍ରଦାନ କରାଯାଉଥିଲା ।ଉଭୟ ରାଜ୍ୟର ସମ୍ବିଧାନକୁ ବରଖାସ୍ତ କରିବା ଅଧିକାର ମଧ୍ୟ ଭାରତର ରାଷ୍ଟ୍ରପତିଙ୍କ ନିକଟରେ ନାହିଁ । ଯଦି କୌଣସି ଜମ୍ମୁ-କଶ୍ମୀର ଝିଅ ରାଜ୍ୟ ଛଡା ଭାରତର ଅନ୍ୟ କୌଣସି ରାଜ୍ୟରେ ବିବାହ କରନ୍ତି, ତେବେ ସେଠାକାର ନାଗରିକତା ତାଙ୍କର ରଦ୍ଦ ହୋଇଯାଏ । କିନ୍ତୁ ପାକିସ୍ତାନରେ ବିବାହ କଲେ ଦୁଇଟି ସ୍ଥାନର ନାଗରିକତା କାଏମ ଥାଏ। ଯଦି ପାକିସ୍ତାନ ପୁରୁଷ କଶ୍ମୀରରେ ବିବାହ କରୁଛନ୍ତି ତେବେ ତାଙ୍କୁ ଭାରତର ନାଗରିକତା ମିଳିଥାଏ । ଜମ୍ମୁ-କଶ୍ମୀରରେ ଯଦି କେହି ଭାରତୀୟ ପତାକାକୁ ଅସମ୍ମାନ କରନ୍ତି, ତେବେ ତାକୁ ଅପରାଧ ବିବେଚନା କରାଯାଏ ନାହିଁ। କୌଣସି ବାହାର ରାଜ୍ୟର ଲୋକ ଚାହିଁଲେ ଜମ୍ମୁ-କଶ୍ମୀରରେ ବ୍ୟବସାୟ କିମ୍ବା କୌଣସି ପ୍ରତିଷ୍ଠାନ ସ୍ଥାୟୀ ଭାବେ କରିପାରିବେ ନାହିଁ।
Conclusion:ତେବେ କେନ୍ଦ୍ର ସରକାରଙ୍କ ଦ୍ଵାରା ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ରେ ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇଛି । ଏବଂ ପୂର୍ବରୁ ଲାଗିରହିଥିବା ଏହି 370 ଧାରାକୁ ଉଚ୍ଛେଦ କରାଯାଇଛି ଯାହାକୁ ନେଇ କଂଗ୍ରେସ ଦଳ ଓ ପିଡିପି ଦଳ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଜନସାଧାରଣ କଂଗ୍ରେସ ଦଳର ଏହି ବିରୋଧକୁ ନାପସନ୍ଦ କରିଛନ୍ତି |

ବାଇଟ ୧- ସୁରେଶ୍ଵର ଶତପଥୀ ( ବିଜେପି )
ବାଇଟ ୨- ଅରୂପା ସାହୁ ( ଜିଲ୍ଲା ସଭାପତି ବିଜେପି )
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.