ETV Bharat / state

ବେଆଇନ ଟୋଲ୍‌ ଟ୍ୟାକ୍ସ ଆଦାୟକୁ ବରଗଡ ଓକିଲ ସଙ୍ଘର ବିରୋଧ - ବେଆଇନ ଟୋଲ୍‌ ଟ୍ୟାକ୍ସ

ବରଗଡ଼ ଜିଲ୍ଲାର ସମସ୍ତ ଗାଡିକୁ ବରାହାଗୋଡା ଟୋଲଗେଟ୍‌ରେ ଦେୟମୁକ୍ତ କରିବା ଦାବିରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି l ଅଧିକ ପଢନ୍ତୁ

ବରଗଡରେ ବେଆଇନ ଟୋଲ ଟେକ୍ସ ଆଦାୟକୁ ବିରୋଧ, ଓକିଲ ସଙ୍ଘର ଆନ୍ଦୋଳନ

author img

By

Published : Sep 16, 2022, 12:20 PM IST

ବରଗଡ: ବେଆଇନ ଭାବେ ନିର୍ମିତ ଅଶୋକ ବିଲ୍ଡକନର ବରାହାଗୋଡା ଟୋଲ ଗେଟକୁ ବିରୋଧ । ବରଗଡ଼ ଜିଲ୍ଲାର ସମସ୍ତ ଗାଡିକୁ ଟୋଲଗେଟରେ ଦେୟମୁକ୍ତ କରିବା ଦାବିରେ ଜିଲ୍ଲା ଓକିଲ ସଂଘ(Bargarh Bar association) ପକ୍ଷରୁ ଆନ୍ଦୋଳନ କରାଯାଇଛି l ଜାତୀୟ ରାଜପଥ ଉପରେ ଅଶୋକା ବିଳିକନ କମ୍ପାନୀର ଟୋଲ ପ୍ଲାଜାକୁ ଓକିଲ ସଂଘ ସମ୍ପୂର୍ଣ ବନ୍ଦ କରି ଦେଇଛି ।

ବରଗଡରେ ବେଆଇନ ଟୋଲ ଟେକ୍ସ ଆଦାୟକୁ ବିରୋଧ, ଓକିଲ ସଙ୍ଘର ଆନ୍ଦୋଳନ

ବରାହଗୁଡ଼ା ଗ୍ରାମର ଆରଡି ରୋଡ଼ ଉପରେ ମଧ୍ୟ ବେଆଇନ ଭାବେ ଲଗାଯାଇଥିବା ଫାଷ୍ଟ ଟ୍ରେକକୁ ମଧ୍ୟ ଭାଙ୍ଗି ଦିଆଯାଇଛି l ଜିଲ୍ଲା ବର୍ହାଗୁଡ଼ା ସ୍ଥିତ ଟୋଲଗେଟ ଠାରେ ଏକ ବିରାଟ ଧରଣର ଆନ୍ଦୋଳନ ବରଗଡ଼ ଜିଲ୍ଲା ଓକିଲ ସଂଘ ପକ୍ଷରୁ କରାଯାଇଛି । ପୂର୍ବରୁ ଅଶୋକା ବିଲଡ଼କନ, ଏନଏଚଏଆଇ କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଓକିଲ ସଂଘ ମଧ୍ୟରେ ହୋଇଥିବା ଆଲୋଚନା ଅନୁସାରେ ପୂର୍ବ ଚୁକ୍ତିକୁ ଭୁଲି ବେଆଇନ ଭାବେ ବରଗଡ଼ ଜିଲ୍ଲାର ଗାଡ଼ିଗୁଡିକରୁ ଟୋଲ୍‌ ଆଦାୟ କରାଯାଉଥିବା ଅଭିଯୋଗ ହୋଇଥିଲା । ପୁଣି ଏକ ସକ୍ରିୟ ଆନ୍ଦୋଳନ ବର୍ତ୍ତମାନ ଜାରି ରହିଛି ।

ଏହା ବି ପଢନ୍ତୁ...ଇନ୍ଦ୍ରାବତୀ ଜଳଭଣ୍ଡାରରେ ଫସିଲେ ୨୫ ଯାତ୍ରୀ, ଉଦ୍ଧାର କଲା ବୋଟ ଆମ୍ବୁଲାନ୍ସ

ତେବେ ଅଶୋକା ବିଲଡ଼କନ ଦ୍ଵାରା ଗଛ ଲଗାଇବାଠୁ ଆରମ୍ଭ କରି ବାଏପାସ ରାସ୍ତା, ରାସ୍ତାର ଉନ୍ନତି କରଣ ଅଞ୍ଚଳର ଉନ୍ନତି ଦିଗରେ ପଦକ୍ଷେପ ଆଦି କ୍ଷେତ୍ରରେ ସେ କୌଣସି ଗୁରୁତ୍ତ୍ବପୂର୍ଣ୍ଣ ପଦକ୍ଷେପ ନେଉନଥିବା ସହ ବେଆଇନ ଟୋଲ୍‌ ଆଦାୟ କରି କୋଟି କୋଟି ଟଙ୍କା ଲୋକଙ୍କଠୁ ଶୋଷଣ କରୁଥିବାରୁ ଏହାକୁ ନିନ୍ଦା କରି ଓକିଲ ସଂଘ ଦୃଢ଼ ବିରୋଧ କରିଛି । ଆହୁରି RD ରାସ୍ତା ଉପରେ ଅଶୋକା ବିଲଡ଼କନ ଦ୍ଵାରା ବେଆଇନ ଟୋଲ୍‌ ଆଦାୟ କରାଯାଉଛି । ଏହି ଦିଗରେ ତୁରନ୍ତ NHAI କର୍ତ୍ତୃପକ୍ଷ ପଦକ୍ଷେପ ନେବା ସହ ବରଗଡ଼ ଜିଲ୍ଲାର ସମସ୍ତ ଗାଡ଼ି ଉପରେ ବେଆଇନ ଟୋଲ ଆଦାୟ ବନ୍ଦ କରିବାକୁ ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.