ETV Bharat / state

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ ହେଲେ ଏଏସଆଇ - rape

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସଆଇ ବନମାଳି କୁଅଁରଙ୍କୁ ନିଲମ୍ବିତ କରାଯାଇଛି । ବରଗଡ ଏସପି ମୁକେଶ କୁମାର ଭାମୋ ତାଙ୍କୁ ନିଲମ୍ବିତ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
author img

By

Published : Feb 11, 2019, 10:41 AM IST

ବରଗଡ଼: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ବରଗଡ଼ ଜିଲ୍ଲା ସୋହେଲା ଥାନା ଏଏସଆଇ ବନମାଳି କୁଅଁରଙ୍କୁ ନିଲମ୍ବିତ କରାଯାଇଛି । ଗତକାଲି ଏ ଅଭିଯୋଗ ଆସିବା ପରେ ସମ୍ପୃକ୍ତ ପୋଲିସଙ୍କୁ ଗିରଫ କରିବା ସହ ବରଗଡ ଏସପି ମୁକେଶ କୁମାର ଭାମୋ ତାଙ୍କୁ ନିଲମ୍ବିତ କରିଛନ୍ତି ।

ଝିଅ ସହ ଦୁଷ୍କର୍ମ ହୋଇଥିବାର ଜାଣିବା ପରେ ଅଭିଭାବକ ସମ୍ପୃକ୍ତ ଯୁବକ କୈବଲ୍ୟ ଏବଂ ପୋଲିସ ଏଏସଆଇଙ୍କ ନାଁରେ ସୋହେଲା ଥାନାରେ ଏତଲା ଦିଆଯାଇଥିଲା । ମାମଲା ରୁଜୁ ହେବାପରେ ଆଜି ସୋହେଲା ପୋଲିସ କୈବଲ୍ୟ ନାଗକୁ ଗିରଫ କରିବା ସହ ନିଲମ୍ବିତ କରାଯାଇଛି । ଉଭୟଙ୍କୁ ଡାକ୍ତରୀମାଇନା କରାଯିବା ପରେ କୋର୍ଟକୁ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼
undefined

ସେପଟେ, ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୋଲିସ ଏଏସଆଇ ବନମାଲି କୁଅଁର ରୀତିମତ ଭାବରେ ଏପରି କାର୍ଯ୍ୟରେ ଜଡ଼ିତ ରହୁଥିଲେ । ହେଲେ ସେ ପୋଲିସ ହୋଇଥିବାରୁ ଭୟରେ କେହି ପାଟି ଖୋଳୁନଥିବା ଜଣାଇଛନ୍ତି । ଅଭିଯୁକ୍ତ ପୋଲିସ ଏଏସଆଇ ବନମାଲି କୁଅଁରଙ୍କ ପରିବାର ବରଗଡ଼ ଜିଲ୍ଲା ଭେଡେନରେ ଏକ ଭଡ଼ା ଘରେ ରହୁଥିବା ବେଳେ ବନମାଲି କୁଅଁର ସୋହେଲା ଥାନାର ଏକ କ୍ୱାର୍ଟରରେ ରହୁଥିବା ସତ୍ତ୍ୱେ କାହିଁକି ଅନ୍ୟ ଏକ ଘର ଭଡ଼ାରେ ନେଇଥିଲେ ?
କେଉଁ ଉଦ୍ଦେଶ୍ୟରେ ଆଉ ଏକ ଘର ଭଡ଼ାରେ ନେଇଥିଲେ ? ସେ କଣ କରୁଥିଲେ ଏହି ଭଡ଼ା ଘର ଭିତରେ ? ନିଜର ଯୌନ ଲାଳସା ମେଣ୍ଟାଇବା ପାଇଁ ଏହି ଭଡ଼ା ଘରକୁ ବ୍ୟବହାର କରୁଥିଲେ କି ? ଏପରି ବହୁ ପ୍ରଶ୍ନ ପୋଲିସ ବାବୁଙ୍କ କାର୍ଯ୍ୟକଳାପ ଓ ଚରିତ୍ର ଉପରେ ସନ୍ଦେହ ସୃଷ୍ଟି କରିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

slug-cm visit hope and security
format-avb
report-sadasiba patra
place-Phulabani(Kandhamal)
date-9.2.2019
 ରବିବାର ଫୁଲବାଣୀ ଆସୁଛନ୍ତି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । କନ୍ଧମାଳ ବୌଦ୍ଧ ନୟାଗଡ ଗଞ୍ଜାମ ଓ ଗଜପତି ଜିଲାର ତିରିଶ ହଜାରରୁ ଅଧିକ ବିଜୁ ଯୁବ ବାହିନୀର ଯୁବକ ଯୁବତୀଙ୍କ ଆଞ୍ଚଳିକ ସମ୍ମିଳନୀରେ ଯୋଗଦେବେ ମୂଖ୍ୟମନ୍ତ୍ରୀ  । ଜିଲାରେ ପ୍ରାୟ 232 କୋଟି ଟଙ୍କା ମୂଲ୍ୟର 66ଟି ବିଭିନ୍ନ ପ୍ରକଳ୍ପକୁ ଉଦଘାଟନ ଓ ଶିଳାନ୍ୟାସ କରିବେ ମୂଖ୍ୟମନ୍ତ୍ରୀ  । ନକ୍ସଲ ପ୍ରବଣ ହୋଇଥିବାରୁ କନ୍ଧମାଳ ଷ୍ଟାଡିୟମକୁ ସେଥିପାଇଁ ଏକ ଦୁର୍ଗରେ ପରିଣତ କରିଛି ପୋଲିସ  । ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂ ଫୁଲବାଣୀରେ ରହି ସୁରକ୍ଷାର ତଦାରଖ କରୁଛନ୍ତି  । ପଚାଶ ପ୍ଲାଟୁନରୁ ଅଧିକ ଫୋର୍ସ ମୃତୟନ ହେବା ସହିତ ଡିବିଏଫ,ଏସଓଜି ପ୍ରଭୃତି ନକ୍ସଲ ବିରୋଧି ଯବାନଙ୍କୁ ମୃତୟନ କରାଯାଇଛି  । ତିନିଟାରେ ମୂଖ୍ୟମନ୍ତ୍ରୀ ଆସିବା ପରେ ଚାରିଟା ଯାଏଁ ରହିବେ ସମାବେଶରେ  ।
ତେବେ ସବୁଠାରୁ ବଡ ଆକର୍ଷଣ ରହିଛି ବଲିଉଡ୍ ପପୁଲାର ସିଙ୍ଗର ସୋନୁ ନିଗମଙ୍କ ଯୋଗଦାନକୁ ନେଇ  । ସାଢେ ପାଞ୍ଚଟାରେ ସୋନୁ ନିଗମ ଓ ତାଙ୍କ ଟିମ୍ ପରଫମ୍ କରିବେ ମଞ୍ଚରେ  । ସେଥିପାଇଁ ଲୋକଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି  । ତେବେ ମୂଖ୍ୟମନ୍ତ୍ରୀ କନ୍ଧମାଳ ପାଇଁ କିଛି ଘୋଷଣା କରିବେ ବୋଲି ଲୋକେ ଉତ୍ସାହିତ ଅଛନ୍ତି  ।
ବାଇଟ୍(1) ପଙ୍କଜ ବେହେରା,ବିଜେଡି ନେତା
         (2) ପିଟିସି,ସଦାଶିବ ପାତ୍ର,ଇଟିଭି ପ୍ରତିନିଧି
..........
ଫିଡ୍ ଏଫଟିପିରେ ଯାଇଛି  ।
         
--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.