ETV Bharat / state

ବରଗଡ ଧନୁଯାତ୍ରା: ନୂତନ କଳାକାର ଚୟନକୁ ନେଇ ରାଜନୀତି

ଚଳିତବର୍ଷ ଧନୁଯାତ୍ରା ପାଇଁ କଂସ, ମନ୍ତ୍ରୀ, ସେନାପତି ସମେତ ଅନ୍ୟ କିଛି ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ ନିଷ୍ପତ୍ତି ନେଇଛି କମିଟି। ଯାହାକୁ ବିରୋଧ କରିଛନ୍ତି ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଂଘ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ
author img

By

Published : Nov 5, 2019, 11:51 PM IST

ବରଗଡ: ଆସନ୍ତା ଡିସେମ୍ବର 31ରେ ଅନୁଷ୍ଠିତ ହେବ ବିଶ୍ବପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଚଳିତବର୍ଷ ଧନୁଯାତ୍ରା ପାଇଁ କଂସ, ମନ୍ତ୍ରୀ, ସେନାପତି ସମେତ ଅନ୍ୟ କିଛି ମୁଖ୍ୟ ଚରିତ୍ର ପାଇଁ କଳାକାର ଚୟନ ନିଷ୍ପତ୍ତି ନେଇଛି କମିଟି । ଯାହାକୁ ବିରୋଧ କରିଛନ୍ତି ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଂଘ।

ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସ ହୋଇଥିବାବେଳେ ଗତବର୍ଷ କଂସ ଭୂମିକାରେ ନିମ୍ନମାନର ଅଭିନୟକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଥିଲା । ଯାହାକୁ ନେଇ ଧନୁଯାତ୍ରା କମିଟି ପକ୍ଷରୁ କଂସ ଭୂମିକା ସହିତ ଅନ୍ୟ ଭୂମିକାରେ ଥିବା କଳାକାରଙ୍କ ଚୟନ କରି ନୂତନ ପ୍ରତିଭାଙ୍କୁ ମଧ୍ୟ ସୁଯୋଗ ଦେବା ଉଦ୍ଦେଶ୍ୟରେ କମିଟି ଏହି ନିଷ୍ପତ୍ତି ନେଇଥିଲା।

ଗତ ଦୁଇ ବର୍ଷ ହେବ ଭୁବନେଶ୍ବର ପ୍ରଧାନ କଂସ ଭୂମିକାରେ ଅଭିନୟ କରିଆସୁଥିଲେ । ତେବେ ତାଙ୍କର ଅଭିନୟକୁ ନେଇ ଦର୍ଶକଙ୍କ ମଧ୍ୟରେ ନାନା ଚର୍ଚ୍ଚା ହୋଇଥିଲା । ବିଶ୍ଵ ଦରବାରରେ ନିମ୍ନ ମାନର ଅଭିନୟକୁ ହଜମ କରିପାରିନଥିଲେ ଦର୍ଶକ । ଯାହା ଧନୁଯାତ୍ରା କମିଟି ମଧ୍ୟ ଅନୁଭବ କରିଥିଲା ଏବଂ ଲୋକଙ୍କ କଟାକ୍ଷ ମଧ୍ୟ ଶୁଣିବାକୁ ପଡିଥିଲା।

ଧନୁଯାତ୍ରାରେ ଅଭିନୟ କରିବାକୁ ଇଚ୍ଛୁକ ଥିବା କଳାକାର ନିଜ ନିଜର ରେଜିଷ୍ଟ୍ରେସନ ନଭେମ୍ବର ୧୬ ତାରିଖ ଭିତରେ କରିବେ । ନଭେମ୍ବର ୨୦ରୁ ୨୫ ତାରିଖରେ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ କରାଯିବାର ଘୋଷଣା କରାଯିବ । ତେବେ ନୂତନ କଂସକୁ ନେଇ ଗୋଟିଏ ପ୍ରକାର ରାଜନୀତି ଆରମ୍ଭ ହୋଇଯାଇଛି । ଭୁବନେଶ୍ବର ପ୍ରଧାନଙ୍କ କଂସ ଭୂମିକାକୁ ଦୁଇବର୍ଷ ହୋଇଥିବା ବେଳେ କେଉଁ ଆଧାରରେ ତିନି ବର୍ଷ ପୂର୍ବରୁ ନୂତନ କଳାକାର ଚୟନ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଭୁବନେଶ୍ବରଙ୍କ ସମର୍ଥକ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବିଶ୍ଵପ୍ରସିଦ୍ଧ ବରଗଡର ୭୧ ତମ ଧନୁଯାତ୍ରା ଆସନ୍ତା ଡିସେମ୍ବର ୩୧ ତାରିଖରେ ହେବାକୁ ଥିବାବେଳେ ଧନୁଯାତ୍ରା କମିଟି ପକ୍ଷରୁ ନୂତନ କଳାକାର ଚୟନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ପଶ୍ଚିମ ଓଡିଶା ଧନୁଯାତ୍ରା କଳାକାର ସଂଘ | ମୁଖ୍ୟତଃ ଏହି ଧନୁଯାତ୍ରା ର ଆକର୍ଷଣୀୟ ଭୂମିକା କଂସ ହୋଇଥିବା ବେଳେ କଂସ ଭୂମିକାର ନିମ୍ନ ମାନର ଅଭିନୟକୁ ନେଇ ଲୋକଙ୍କ ଅସନ୍ତୋଷ ବଢି ଚାଲିଥିଲା | ଯାହାକୁ ନେଇ ଧନୁଯାତ୍ରା କମିଟି ପକ୍ଷରୁ କଂସ ଭୂମିକା ସହିତ ଅନ୍ୟ ଭୂମିକାରେ ଥିବା କଳାକାର ମାନଙ୍କ ମଧ୍ୟ ନୂତନ ଚୟନ କରାଯାଇ ଅନ୍ୟ ପ୍ରତିଭା କଳାକାର ମାନଙ୍କୁ ମଧ୍ୟ ସୁଯୋଗ ଦେବା ଉଦ୍ୟେଶରେ ନିଷ୍ପତ୍ତି ନେଇଥିଲା |
Body: ଭୁବନେଶ୍ବର ପ୍ରଧାନ ଗତ ଦୁଇ ବର୍ଷ ହେଲା କଂସ ଭୂମିକାରେ ଅଭିନୟ କରିଆସୁଥିବା ବେଳେ ତାଙ୍କର ଅଭିନୟକୁ ନେଇ ଦର୍ଶକ ମାନଙ୍କ ମଧ୍ୟରେ ନାନା ଚର୍ଚ୍ଚା ହୋଇଥିଲା |ବିଶ୍ଵ ଦରବାରରେ ନିମ୍ନ ମାନର ଅଭିନୟକୁ ହଜମ କରିପାରିନଥିଲେ ଦର୍ଶକ | ଯାହା ଧନୁଯାତ୍ରା କମିଟି ମଧ୍ୟ ଅନୁଭବ କରିଥିଲା ଏବଂ ଲୋକଙ୍କ କଟାକ୍ଷ ମଧ୍ୟ ଶୁଣିବାକୁ ପଡିଥିଲା | ତେବେ ଚଳିତ ବର୍ଷ ଧନୁଯାତ୍ରା ପୂର୍ବରୁ ପ୍ରସ୍ତୁତି ବୈଠକରେ ନୂତନ କଳାକାର ଚୟନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା |
ତେବେ କଳାକାର ମାନେ ନିଜ ନିଜର ରେଜିଷ୍ଟ୍ରେଶନ ନଭେମ୍ବର ୧୬ ତାରିଖ ଭିତରେ କରିବେ ଏବଂ ୨୦ ରୁ ୨୫ ତାରିଖରେ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ କରାଯିବାର ଘୋଷଣା କରାଯିବାପରେ ଗୋଟିଏ ପ୍ରକାର ରାଜନୀତି ଆରମ୍ଭ ହୋଇଯାଇଛି | ଭୁବନେଶ୍ବର ପଧାନଙ୍କ କଂସ ଭୂମିକା କୁ ଦୁଇବର୍ଷ ହୋଇଥିବା ବେଳେ କେଉଁ ଆଧାରରେ ତିନି ବର୍ଷ ପୂର୍ବରୁ ନୂତନ କଳାକାର ଚୟନ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଭୁବନେଶ୍ବରଙ୍କ ସମର୍ଥକ ମାନେ |Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.