ବରଗଡ: ହାଇଦ୍ରାବାଦ ମହିଳା ପଶୁ ଡ଼ାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା । ଏହି ମାମଲାରେ ସମ୍ପୃକ୍ତ ଚାରିଜଣ ଅପରାଧୀଙ୍କୁ ଶୁକ୍ରବାର ହାଇଦ୍ରାବାଦ ପୋଲିସ ଏନକାଉଣ୍ଟର କରିଛି । ଯେଉଁଥିରେ 4 ଚାରିଜଣ ଯାକ ଅପରାଧୀଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଘଟଣାରେ ସାରା ଦେଶବାସୀ ହାଇଦ୍ରାବାଦ ପୋଲିସ ବିଭାଗକୁ ପ୍ରଶଂସା କରି ସ୍ୟାଲୁଟ ମାରୁଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଛୁଟୁଛି ପ୍ରଶଂସାର ସୁଅ ।
ଏହି ଘଟଣା ପରେ ବରଗଡ଼ ଜିଲ୍ଲା ପୋଲିସ ବିଭାଗର ମହିଳା ଏସପି ପଦ୍ମିନୀ ସାହୁ ମହିଳା ମାନଙ୍କୁ ନିଜର ସୁରକ୍ଷାକୁ ନେଇ ବାର୍ତ୍ତା ଦେଇଛନ୍ତି । ଏଥିସହ ଅଜଣା ବ୍ୟକ୍ତିଙ୍କ ସହଯୋଗ ଆଶା ନକରି ପୋଲିସର ହେଲ୍ପ ଡେସ୍କ ସହିତ ଯୋଗାଯୋଗ ରଖିବାକୁ କହିଛନ୍ତି । କୌଣସି ଅସାମାଜିକ ଲୋକଙ୍କ ସାମ୍ନା ହେଲେ ନିଜକୁ ନିଜେ କେମିତି ସୁରକ୍ଷା ଦେଇପାରିବେ ସେପରି ଦିଗରେ ଫିଟ ରହିବାକୁ ପରାମର୍ଶ ଦେଇଛନ୍ତି ଏସପି ।
ବରଗଡରୁ ରାଜେଶ ସରାପ, ଇଟିଭି ଭାରତ