ବରଗଡ: ଅଣାୟତ୍ତ କୋରୋନା ସଂକ୍ରମଣ । ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ସଙ୍କ୍ରିଡା ଗ୍ରାମପଞ୍ଚାୟତର ସାରସପାଳି ଓ ଝରାପାଳି ଗ୍ରାମରେ କୋରୋନା ସଂକ୍ରମିତ ଚିହ୍ନଟ ହେବାପରେ ସଙ୍କ୍ରିଡା ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା । ସରପଞ୍ଚ ସୁଶାନ୍ତ କୁମାର ସାହୁ ଉକ୍ତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରିଛନ୍ତି ।
ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ସାରସପାଳି ଓ ଝରାପାଳି ଅଞ୍ଚଳକୁ ସଟଡ଼ାଉନ ଘୋଷଣା କରିଛନ୍ତି ସରପଞ୍ଚ । ବରଗଡ ଜିଲ୍ଲା ଭେଡ଼େନ ବ୍ଲକରେ ଗୁରୁବାର 3 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଶଙ୍କ୍ରିଡା ପଞ୍ଚାୟତକୁ ମଧ୍ୟ ଛୁଇଁଛି କୋରୋନା । ଏଠାକାର ସଂକ୍ରମିତ କେତେ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ତାହାର କଣ୍ଟାକ୍ଟ ଟ୍ରେସିଙ୍ଗ ଜାରି ରହିଛି ।
ଏହି ଅଞ୍ଚଳରେ ଯେପରି ସଂକ୍ରମିତ ଚାରିଆଡେ ନ ବ୍ୟାପିବ ସେନେଇ ସ୍ଥାନୀୟ ସରପଞ୍ଚ ସୁଶାନ୍ତ ସାହୁ ଆଗୁଆ ପଦକ୍ଷେପ ନେଇ ଅଞ୍ଚଳକୁ ସଟଡ଼ାଉନ କରିଦେଇଛନ୍ତି । ଏହି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ଲୋକେ ପଦାକୁ ବାହାରିବାକୁ ମଧ୍ୟ ଭୟ କରୁଛନ୍ତି ।
ବରଗଡ଼ରୁ ଶେଖ୍ ମହମ୍ମଦ ୱାହୀଦ, ଇଟିଭି ଭାରତ