ETV Bharat / state

ଟେଲିକମ ଇଞ୍ଜିନିଅରରୁ ସଫଳ ସିମଲା ଲଙ୍କା ଚାଷୀ - prakash nayak

ଅଟକାଇ ପାରିଲାନି ଉଚ୍ଚ ବେତନ । ଆକର୍ଷିତ କଲାନାହିଁ ସହରର ଆଧୁନିକ ଜୀବନ । ଚାକିରୀ ଛାଡି ଫେରି ଆସିଲେ ଜନ୍ମ ମାଟିକୁ । ନିଜ ପୂର୍ବ ପୁରୁଷଙ୍କ ବୃତ୍ତି ଚାଷରେ ଆରମ୍ଭ କଲେ ନୂଆ ଉଦ୍ୟମ । ପ୍ରଯୁକ୍ତି ବିଦ୍ୟା ସାଙ୍ଗକୁ ଦୃଢ ମନୋବଳ ଉଦ୍ୟମରେ ସେ ଆଜି ସଫଳ ସିମଲା ଲଙ୍କା ଚାଷୀ । ପଢନ୍ତୁ ଜଣେ ଯୁବ ଇଂଜିନିୟରଙ୍କ ପ୍ରେରଣାଦାୟୀ କାହାଣୀ...

ପ୍ରକାଶ ରଞ୍ଜନ ନାଏକ
ପ୍ରକାଶ ରଞ୍ଜନ ନାଏକ
author img

By

Published : Mar 4, 2020, 11:18 PM IST

ବରଗଡ: ଓଡିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ ଜିଲ୍ଲାରେ ପ୍ରଚୁର ମାତ୍ରାରେ ଧାନ ଓ ପନିପରିବା ଚାଷ କରାଯାଉଥିବା ବେଳେ ଏଠାକାର ଚାଷୀ ମାନେ କିନ୍ତୁ ଧୀରେ ଧୀରେ ଚାଷ କାମରୁ ଓହରିବାକୁ ଲାଗିଛନ୍ତି | ବର୍ତ୍ତମାନ ସମୟରେ ଚାଷ କାମ ଆଗପରି ଆଉ ଲାଭଜନକ ବୃତ୍ତି ହୋଇ ରହିନାହିଁ | ରୋଗ ପୋକ, ଅଦିନିଆ ବର୍ଷା, ମରୁଡି ତାପରେ ଧାନର ଅଭାବି ବିକ୍ରି ଏବଂ ଅମଳ ଧାନକୁ ବିକ୍ରି କରିବାର ଯେପରି ସମସ୍ୟା ଲାଗିରହିଛି ଏଠାକାର ଚାଷୀ ମାନେ ନା ନିଜେ ଚାଷ କାରିବାକୁ ଇଚ୍ଛା କରୁଛନ୍ତି ନା ନିଜ ପରବର୍ତ୍ତୀ ପିଢିଙ୍କୁ ଏହି ବୃତ୍ତିରେ ନିୟୋଜିତ କରାଇବାକୁ ଚାହୁଁଛନ୍ତି | ସମସ୍ତ ଯୁବ ଚାଷୀ ମାନେ ଏବେ ଚାକିରୀ ମୁହାଁ ହେଉଥିବା ବେଳେ ଲକ୍ଷାଧିକ ଟଙ୍କା ଦରମା ପାଉଥିବା ଜଣେ ଯୁବ ଇଂଜିନିୟର ତାଙ୍କର ୧୫ ବର୍ଷର ଚାକିରି ଛାଡି ଏବେ ଚାଷକୁ ନିଜର ବୃତ୍ତି ଭାବେ ଆପଣେଇ ଚାଷ ଓ ଚାଷୀଙ୍କ ଉଦାହରଣ ସାଜିଛନ୍ତି ।

ଇଂଜିନିୟର ଚାକିରୀ ଛାଡି, ସଫଳ ସିମଲା ଲଙ୍କା ଚାଷୀ; ପ୍ରେରଣାଦାୟୀ ଉଦ୍ୟମ

ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ବନହର ଗ୍ରାମର ୪୦ ବର୍ଷୀୟ ପ୍ରକାଶ ରଞ୍ଜନ ନାଏକ । ବୃତ୍ତିରେ ଜଣେ ଟେଲିକମ ଇଂଜିନିୟର । ୨୦୦୨ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ୧୫ ବର୍ଷ ଧରି ଇଂଜିନିୟର ଭାବେ ଭୁବନେଶ୍ବର, କଟକ, ରାଉରକେଲା ଏବଂ ସମ୍ବଲପୁରରେ ଚାକିରୀ କରୁଥିଲେ । କିନ୍ତୁ ଇଂଜିନିୟର ଭଳି ଲୋଭନୀୟ ଦରମା ଥିବା ଚାକିରୀ ପରିତ୍ୟାଗ କରି ନିଜ ଗ୍ରାମକୁ ଫେରି ଆସି ଚାଷ କାମ ଆରମ୍ଭ କରିଛନ୍ତି । ପ୍ରଥମେ ଅଧା ଏକର ଜମିରେ ସିମଲା ଲଙ୍କା ବା (କ୍ୟାପସିକମ) ଚାଷ ଆରମ୍ଭ କରି ଆଜି ଏକ ସଫଳ ଚାଷୀ ହୋଇପାରିଛନ୍ତି ।

ବରଗଡ ଜିଲ୍ଲାରେ ସିମଳା ଲଙ୍କା ଚାଷ ପାଇଁ ପରିବେଶ ଅନୁକୂଳ ନଥିଲେ ମଧ୍ୟ ପ୍ରକାଶ ନାଏକ ନୂତନ ଜ୍ଞାନ କୌଶରେ ସିମଳା ଚାଷ ପାଇଁ ଅନୁକୂଳ ପରିବେଶ ସୃଷ୍ଟିକରିଛନ୍ତି । ତେବେ ଗତ ନଭେମ୍ବର ୨୦୧୯ ରେ ପ୍ରକାଶ ୩ ହଜାରରୁ ଅଧିକ ଚାରା ଲଗାଇଥିବା ବେଳେ ମାତ୍ର ୩ ମାସ ଭିତରେ ସେ ୯ କୁଇଣ୍ଟାଲ ସିମଳା ଲଙ୍କା ଉତ୍ପାଦନ କରି ସେ ଲକ୍ଷାଧିକ ଟଙ୍କା ରୋଜଗାର କରିସାରିଲେଣି ।

ଜାତୀୟ ହର୍ଟିକଲଚର ମିଶନ ଯୋଜନାରେ ପ୍ରକାଶ ଅଧା ଏକର ଚାଷ ଜମିରେ ପ୍ରଥମେ ପରୀକ୍ଷା ମୂଳକ ଭାବରେ ସିମଳା ଲଙ୍କା ପରି ଲାଭଜନକ ଚାଷର ଆରମ୍ଭ କରିଥିଲେ । ଯେଉଁଥିରେ ସେ ସଫଳ ହୋଇଛନ୍ତି । ଏହାସହ ବ୍ୟବସାୟକୁ ଆହୁରି ବଢାଇବାକୁ ମନସ୍ଥ କରିଛନ୍ତି ପ୍ରକାଶ । ସବୁଠାରୁ ବଡକଥା ହେଉଛି ପ୍ରକାଶ ଏହି ଚାଷ ଆରମ୍ଭ କରି ନିଜେ ଆର୍ଥିକ କ୍ଷେତ୍ରରେ ସ୍ଵାବଲମ୍ବୀ ହେବା ସହିତ ସ୍ଥାନୀୟ ୪ ଜଣ ଲୋକଙ୍କୁ କର୍ମନିଯୁକ୍ତି ମଧ୍ୟ ଯୋଗାଇ ଦେଇଛନ୍ତି ।

ପ୍ରକାଶଙ୍କ କାର୍ଯ୍ୟ ପାଇଁ ଆଜି ପରିବାର ଗର୍ବ ଅନୁଭବ କରୁଛନ୍ତି । ଏହାସହ ପରିବାର ଭିତରେ ସମସ୍ତେ ଏକାଠି ରହିପାରୁଥିବାରୁ ବେଶ ଖୁସି ଅନୁଭବ କରୁଛନ୍ତି । ପ୍ରକାଶଙ୍କ ପରିବାର ଏକ ଚାଷୀ ପରିବାର ହୋଇଥିବା ବେଳେ ବାପା ଓ ଭାଇ ଚାଷ କାମରେ ନିୟୋଜିତ ଥିଲେ । ହେଲେ ପ୍ରକାଶ ଚାକିରୀ କରି ବାହାରେ ୧୫ ବର୍ଷ ଧରି ବୁଲୁଥିଲେ କିନ୍ତୁ ଏବେ ସେ ନିଜ ପରିବାର ସହ ଦିନ କଟାଉଛନ୍ତି ଏବଂ ଚାକିରି ଠାରୁ ଅଧିକ ଆତ୍ମ ସନ୍ତୋଷ ପାଉଥିବା କହିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.