ETV Bharat / state

ବରଗଡ ସିମେଣ୍ଟ କାରଖାନାର ଦାଦାଗିରି; ଗେଟରେ ତାଲା ପକାଇଲେ ଗ୍ରାମବାସୀ - ସିମେଣ୍ଟ କାରଖାନା

ବରଗଡ ସିମେଣ୍ଟ କାରଖାନାର କେତେକ କର୍ମଚାରୀ ବିଶାଲଟିକ୍ରା ଗ୍ରାମର ୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବୁଧବାର ଗ୍ରାମବାସୀ କାରଖାନା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି | ଉତ୍ତେଜିତ ଶତାଧିକ ଗ୍ରାମବାସୀ କାରଖାନା ନିକଟକୁ ଆସି ଦାଦାଗିରିର ପ୍ରତିବାଦ ମଧ୍ୟ କରିଛନ୍ତି ।

baragarh-cement-company-violance
baragarh-cement-company-violance
author img

By

Published : Jan 8, 2020, 10:10 PM IST

ବରଗଡ଼: ସିମେଣ୍ଟ କାରଖାନାର କର୍ମଚାରୀଙ୍କ ଦାଦାଗିରି ମହଙ୍ଗା ପଡିଛି | ବରଗଡ ସିମେଣ୍ଟ କାରଖାନାର କେତେକ କର୍ମଚାରୀ ବିଶାଲଟିକ୍ରା ଗ୍ରାମର ୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ବୁଧବାର ଗ୍ରାମବାସୀ କାରଖାନା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି | ଉତ୍ତେଜିତ ଶତାଧିକ ଗ୍ରାମବାସୀ କାରଖାନା ନିକଟକୁ ଆସି ଦାଦାଗିରିର ପ୍ରତିବାଦ ମଧ୍ୟ କରିଛନ୍ତି ।

ବରଗଡ ସିମେଣ୍ଟ କାରଖାନାର ଦାଦାଗିରି; ଗେଟରେ ତାଲା ପକାଇଲେ ଗ୍ରାମବାସୀ

ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ବିଶାଲଟିକ୍ରାର ୪ ଯୁବକ ନିଆଁ ପୁଇଁବା ସମୟରେ କାରଖାନାର ସୁରକ୍ଷା କର୍ମଚାରୀମାନେ ସେଠାରୁ ସେମାନଙ୍କୁ କାରଖାନା ଭିତରକୁ ଉଠାଇ ନେଇଥିଲେ । କାରଖାନା ଭିତରେ ନିସ୍ତୁକ ମାଡ଼ ମାରି ପୋଲିସରେ ଜିମା ଦେଇଥିଲେ । ପରେ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିଲା । ସିମେଣ୍ଟ କାରଖାନା ସୁରକ୍ଷା କର୍ମଚାରୀଙ୍କ ଏଭଳି ଦାଦାଗିରି ଲୋକଲୋଚନକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ଆଜି ଗ୍ରାମର ଶହ ଶହ ମହିଳା ଓ ପୁରୁଷ ଏସିସି ସିମେଣ୍ଟ କାରଖାନାର ଗେଟରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି |

ଆନ୍ଦୋଳନ ସମୟରେ କାରଖାନା ଭିତରକୁ କୌଣସି କର୍ମଚାରୀଙ୍କୁ ଯିବା ଆସିବାକୁ ଦିଆଯାଇନଥିଲା ଓ ସିମେଣ୍ଟ କାରଖାନାକୁ ଅଚଳ କରିଦିଆଯାଇଥିଲା | ସକାଳ ୮ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଗ୍ରାମବାସୀ ଆନ୍ଦୋଳନ କରିଥିଲେ ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ | ତେବେ ଘଟଣା ସ୍ଥଳକୁ ବରଗଡ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଦୋଷୀ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ଵାସନା ଦେବାପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ |

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Intro: ବରଗଡ଼ ସିମେଣ୍ଟ କାରଖାନାର କର୍ମଚାରୀଙ୍କ ଦାଦାଗିରି ମହଙ୍ଗା ପଡିଛି | ବରଗଡ ସିମେଣ୍ଟ କାରଖାନାର କେତେକ କର୍ମଚାରୀ ବିଶାଲଟିକ୍ରା ଗ୍ରାମର ୪ ନିର୍ଦ୍ଦୋଷ ଯୁବକଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ଆଜି ଗ୍ରାମବାସୀ କାରଖାନା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି | ଉତ୍ତେଜିତ ଶତାଧିକ ଗ୍ରାମବାସୀ କାରଖାନା ନିକଟକୁ ଆସି ଦାଦାଗିରିର ପ୍ରତିବାଦ କରିଛନ୍ତି ।
Body:ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ବିଶାଲଟିକ୍ରାର ୪ ଯୁବକ ନିଆଁ ତାପୁଥିବା ସମୟରେ କାରଖାନାର ସୁରକ୍ଷା କର୍ମଚାରୀମାନେ ସେଠାରୁ ସେମାନଙ୍କୁ କାରଖାନା ଭିତରକୁ ଉଠାଇ ନେଇଥିଲେ । କାରଖାନା ଭିତରେ ନିସ୍ତୁକ ମାଡ଼ ମାରି ପୋଲିସରେ ଜିମା ଦେଇଥିଲେ । ପରେ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିଲା । ସିମେଣ୍ଟ କାରଖାନା ସୁରକ୍ଷା କର୍ମଚାରୀଙ୍କ ସେଭଳି ଦାଦାଗିରି ଲୋକଲୋଚନକୁ ଆସିବା ପରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ଆଜି ଗ୍ରାମର ଶହ ଶହ ମହିଳା ଓ ପୁରୁଷ ଏସିସି ସିମେଣ୍ଟ କାରଖାନାର ଗେଟ ରେ ତାଲା ପକାଇ ଆନ୍ଦୋଳନ କରିଥିଲେ | କାରଖାନା ଭିତରକୁ କୌଣସି କର୍ମଚାରୀଙ୍କୁ ଯିବା ଆସିବାକୁ ଦିଆଯାଇନଥିଲା ଓ ସିମେଣ୍ଟ କାରଖାନାକୁ ଅଚଳ କରିଦିଆଯାଇଥିଲା | ସକାଳ ୮ ଟାରୁ ସନ୍ଧ୍ୟା ୪ ଟା ପର୍ଯ୍ୟନ୍ତ ଗ୍ରାମବାସୀ ଆନ୍ଦୋଳନ କରିଥିଲେ ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ | Conclusion:ତେବେ ଘଟଣା ସ୍ଥଳକୁ ବରଗଡ ପୋଲିସ ଫୋର୍ଷ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ଏବଂ ଦୋଷୀ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ଵାସନା ଦେବାପରେ ଯାଇ ଲୋକେ ଆନ୍ଦୋଳନରୁ ଓହରିଥିଲେ |

ବାଇଟ ୧ - ସମିତ୍ରି ବେହେରା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.