ETV Bharat / state

ପରକୀୟା ପ୍ରୀତିର ପ୍ରତିଶୋଧ, ପତ୍ନୀର ପ୍ରେମିକକୁ ରାସ୍ତାରୁ ହଟାଇ ଦେଲା ସ୍ବାମୀ - MAYURBHANJ MURDER CASE

ସ୍ତ୍ରୀକୁ ଅନ୍ୟ ପୁରୁଷ ସହ ଦେଖି ସହିପାରିଲାନି ସ୍ବାମୀ । ପିଟି ପିଟି ଯୁବକର ଜୀବନ ନେଲା । ମୟୂରଭଞ୍ଜ ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ ।

ପରକୀୟା ପ୍ରୀତିର ପ୍ରତିଶୋଧ
ପରକୀୟା ପ୍ରୀତିର ପ୍ରତିଶୋଧ (ETV Bharat Odisha)
author img

By ETV Bharat Odisha Team

Published : Dec 15, 2024, 4:14 PM IST

ରାଇରଙ୍ଗପୁର: ସହିପାରିଲେନି ପତ୍ନୀର ପରକୀୟା ପ୍ରୀତି । ପ୍ରତିଶୋଧ ନିଆଁରେ ଜଳି ସନ୍ଦେହରେ ଯୁବକଙ୍କୁ ରାସ୍ତାରୁ ହଟାଇ ଦେଲେ ସ୍ବାମୀ । ଗତ ସୋମବାର ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଧୋବାଧୋବଣୀ ଗାଁରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା ଉପରୁ ପରଦା ହଟାଇଛି ପୋଲିସ । ପରକୀୟା ପ୍ରୀତି ସନ୍ଦେହରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଅଭିଯୁକ୍ତକୁ ଝାଡ଼ଖଣ୍ଡରୁ ଗିରଫ କଲା ପୋଲିସ ।

କଣ ଥିଲା ପୂରା ମାମଲା:

ପରକୀୟା ପ୍ରୀତିର ପ୍ରତିଶୋଧ (ETV Bharat Odisha)

ଗତ ସୋମବାର ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଧୋବାଧୋବଣୀ ଗାଁର ମାଞ୍ଜୁରା ଶୁଣ୍ଡିଙ୍କ ରକ୍ତାକ୍ତ ମୃତଦେହ ପଡିଥିଲା । ସ୍ବାମୀଙ୍କୁ ରକ୍ତାକ୍ତ ଅବସ୍ଥା ଦେଖି ପତ୍ନୀ ମାଳତୀ ଶୁଣ୍ଡି ପ୍ରଥମେ ତିରିଂ ବ୍ଲକ ଚେୟାରମ୍ୟାନକୁ ଖବର ଦେଇ ତାଙ୍କ ସହାୟତାରେ ତୁରନ୍ତ ରାଇରଙ୍ଗପୁର ମେଡିକାଲ ଚିକିତ୍ସା ପାଇଁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ତିରିଂ ଥାନାରେ ଏତଲା ଦେଇଥିଲେ ପତ୍ନୀ । ଏତଲାକୁ ଆଧାର କରି ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ପୋଲିସ ।

ଝାଡ଼ଖଣ୍ଡରୁ ଧରାପଡିଲା ଅଭିଯୁକ୍ତ:

ତେବେ ମାଳତୀଙ୍କ ଅଭିଯୋଗକୁ ଗୁରୁତ୍ବର ସହ ନେଇ ତିରିଂ ପୋଲିସ ତଦନ୍ତ ଜାରି ରଖିଥିଲା । ତଦନ୍ତରେ ଜଣାପଡିଥିଲା ଗାଁର ଦୁଲମୁ ହେମ୍ବ୍ରମ ଫେରାର ରହିଛି । ଟ୍ରାକିଂ କରିବା ପରେ ସେ ଝାଡ଼ଖଣ୍ଡ ପଳାଇଥିବା ପୋଲିସ ସୂଚନା ପାଇଥିଲା । ଏକ ଟିମ୍‌ ଝାଡ଼ଖଣ୍ଡରୁ ଅଭିଯୁକ୍ତକୁ ଧରିଥିଲା ପୋଲିସ ।

ଦୋଷ ସ୍ବୀକାର କଲା ଦୁଲମୁ:

ପୋଲିସ ଆଗରେ ଦୋଷ ସ୍ବୀକାର କରିଛି ଅଭିଯୁକ୍ତ ଦୁଲମୁ । ତାର ପତ୍ନୀ ସହ ମୃତ ମାଞ୍ଜୁରାଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରୁଥିଲା ଦୁଲମୁ । ପ୍ରତିଶୋଧ ପରାୟଣ ହୋଇ ଏକ କାଠ ଫାଳିଆରେ ମାଞ୍ଜୁରାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ତେବେ ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ । ଏଥିସହ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା କାଠ ଫାଳିଆକୁ ଜବତ କରିଛି ।

ସହିପାରିଲେନି ପତ୍ନୀର ପରକୀୟା ପ୍ରୀତି:

ରାଇରଙ୍ଗପୁର ଏଏସପି ନାରାୟଣ ନାୟକ କହିଛନ୍ତି, ‘ତିରିଂ ଥାନା ଅଞ୍ଚଳରେ ଧୋବାଧୋବଣୀ ଗାଁର ମାଳତୀ ଶୁଣ୍ଡି ନାମକ ଜଣେ ମହିଳା ଅଭିଯୋଗ କଲେ, ତାଙ୍କ ସ୍ବାମୀ ମାଞ୍ଜୁରା ଏକ ଟେଣ୍ଟ ହାଉସରେ କାମ କରନ୍ତି । ସେ ଘରକୁ ଫେରିନଥିଲେ । ପରେ ତାଙ୍କୁ ଖବର ମିଳିଥିଲା । ତାଙ୍କ ରକ୍ତାକ୍ତ ଶରୀର ଏକ ସ୍ଥାନରେ ପଡିଛି । ଏହାପରେ ସେ ସ୍ଥାନୀୟ ବ୍ଲକ ଚେୟାରମ୍ୟାନଙ୍କୁ ଫୋନ ଯୋଗେ ଜଣାଇଥିଲେ । ସେ ପହଞ୍ଚିବା ପରେ ମାଞ୍ଜୁରାଙ୍କୁ ରାଇରଙ୍ଗପୁର ହସ୍ପିଟାଲ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ସେ ତିରିଂ ଥାନାରେ ଲିଖିତ ଆକାରରେ ଜଣାଇଥିଲେ ଯାହାର କେସ ନଂ ହେଉଛି, 178, ଦଫା 103 BNS । ସେହି ଗାଁର ଦୁଲମୁ ହେମ୍ବ୍ରମ ସନ୍ଦେହ କରୁଥିଲା ତାଙ୍କ ପତ୍ନୀଙ୍କ ସହ ମୃତକଙ୍କ କୌଣସି ଅନୈତିକ ସମ୍ପର୍କ ଅଛି । ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ମାରିବାକୁ ଯୋଜନା କରିଥିଲେ । ଘଟଣା ଦିନ ସନ୍ଧ୍ୟା ସମୟରେ ପତ୍ନୀ ଆଉ ମୃତ ମାଞ୍ଜୁରାଙ୍କୁ ଏକାଠି ଦେଖି ଉତ୍ୟକ୍ତ ହୋଇପଡିଥିଲେ । ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ । ପୋଲିସ ଅଭିଯୁକ୍ତ ଦୁଲମୁକୁ ଗିରଫ କରିଛି । ସେ ତାଙ୍କ ଦୋଷ ସ୍ବୀକାର ମଧ୍ୟ କରିଛନ୍ତି । ହତ୍ୟାରେ ବ୍ୟବହୃତ କାଠ ଫାଳିଆ ବି ଜବତ କରାଯାଇଛି ।’

ଏହା ମଧ୍ୟ ପଢନ୍ତୁ:

କନେଷ୍ଟବଳ ସ୍ୱାମୀଙ୍କ ଉନ୍ମକ୍ତ କାଣ୍ଡ, ସ୍ତ୍ରୀକୁ ହତ୍ୟା ଉଦ୍ୟମ

ରାଇରଙ୍ଗପୁର ଯୁବକ ଝାଡ଼ଖଣ୍ଡରେ ନିଖୋଜ, ଗାଁଲୋକେ ହତ୍ୟା କରିଥିବା ସନ୍ଦେହ

ନଦୀ ପଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ଶରୀରରେ ରହିଛି ଗଭୀର କ୍ଷତ

ନାବାଳିକାକୁ ହତ୍ୟା ପରେ କାଟିବା ଘଟଣା, ଅପରାଧ ପୂର୍ବରୁ କ୍ରାଇମ ସୋ' ଦେଖିଥିଲା ଅଭିଯୁକ୍ତ !

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.