ETV Bharat / state

କୋଶମ୍ବ ମେଳାରେ ମହିଳାଙ୍କ ସାମଗ୍ରୀ ବ୍ରାଣ୍ଡିଂ ପାଇଁ କରାଯିବ ପ୍ରୟାସ: ଜିଲ୍ଲାପାଳ - KOSHAMBA MELA 2025 PREPARATION

ବାଲେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା 'କୋଶମ୍ୱ-୨୦୨୫' । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

KOSHAMBA MELA 2025 PREPARATION
KOSHAMBA MELA 2025 PREPARATION (ETV Bharat Odisha)
author img

By ETV Bharat Odisha Team

Published : Dec 15, 2024, 4:31 PM IST

ବାଲେଶ୍ୱର: ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା 'କୋଶମ୍ୱ-୨୦୨୫' ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଜାନୁଆରୀ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ସ୍ଥାନୀୟ ପୋଲିସ ଲାଇନ୍ ପଡିଆରେ ଆୟୋଜିତ ହେବ ଏହି ମେଳା । ସଂଧ୍ୟାରେ କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ ।

ମେଳାରେ ଖୋଲିବ ୨୫୦ରୁ ଅଧିକ ଷ୍ଟଲ:

KOSHAMBA MELA 2025 PREPARATION (ETV Bharat Odisha)

ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଓ ବିପଣନ ସମିତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା 'କୋଶମ୍ୱ-୨୦୨୫' ଆଗାମୀ ଜାନୁଆରୀ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୭ ଦିନ ବ୍ୟାପୀ ସ୍ଥାନୀୟ ପୋଲିସ ଲାଇନ୍ ପଡିଆରେ ଆୟୋଜିତ ହେବାକୁ ଯାଉଛି । ଏହି ମେଳାରେ ବିଭିନ୍ନ ବିଭାଗର ପ୍ରାୟ ୨୫୦ ଷ୍ଟଲ୍ ଖୋଲିବାର ବ୍ୟବସ୍ଥା କରାଯାଇଛି । ପୂର୍ବାହ୍ନ ଏବଂ ଅପରାହ୍ନ ସମୟରେ ବିଭିନ୍ନ କର୍ମଶାଳା ମାନ ଆୟୋଜିତ ହେବ । ବିଭିନ୍ନ କୃଷିଜାତ, ଗ୍ରାମୀଣ, ହସ୍ତଶିଳ୍ପ, କୁଟୀର ଶିଳ୍ପ ଆଦି ଅନେକ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନ ସହ ବିକ୍ରୟ ହେବ । ସଂଧ୍ୟାରେ କଳାକାରମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯିବ । ଏହାସହ ପୁରସ୍କାର, ସମ୍ବର୍ଦ୍ଧନା, ସମ୍ମାନ ପ୍ରଦାନ ଆଦି ପର୍ବ ସହ କୃଷି ଯନ୍ତ୍ରପାତି ମେଳା ମଧ୍ୟ ଏହି ଅବସରରେ ଆୟୋଜିତ ହେବ ।

ଏହାମଧ୍ୟ ପଢନ୍ତୁ...

'ପରବ-2024' ଉଦଘାଟିତ, କୋରାପୁଟକୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ବର୍ଷା

କଳିଙ୍ଗ ଆନ୍ତର୍ଜାତିକ ଫିଲ୍ମ ମହୋତ୍ସବ ଉଦଘାଟିତ, ଜଣାଶୁଣା ନିର୍ଦ୍ଦେଶକ-କଳାକାର ସାମିଲ

ଏହି ମେଳାର ସବିବିଶେଷ ତଥ୍ୟ ଦେଇ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ କହିଛନ୍ତି," ଆମର 13ରୁ 19 ତାରିଖ ଯାଏ କରିବାର ଯୋଜନା ରହିଛି। ସବୁ ଆମର ସବ ଟିମ, ସବ କମିଟି ହୋଇଯାଇଛି । ଯେତେବେଳେ 'କୋଶମ୍ବ' ହେବ ଆମର ଯେଉଁସବୁ ହ୍ୟାଣ୍ଡଲୁମ, ହ୍ୟାଣ୍ଡକ୍ରାଫ୍ଟ ଅଛନ୍ତି ସେମାନେ ଯେମିତି ଭଲ ଭାବେ ପ୍ରଦର୍ଶିତ ହୋଇ ପାରିବ ସେଥିପାଇଁ ଆମର ଚେଷ୍ଟା ଚାଲିଛି । ଏହାଛଡା ପ୍ରତିଦିନ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ଏଥିରେ ଆମର ଚେଷ୍ଟା ଚାଲିଛି କି ଓଡ଼ିଶାର କଳା ସଂସ୍କୃତି କେମିତି ପ୍ରଦର୍ଶିତ ହେବ । ବାଲେଶ୍ୱରକୁ ନେଇ କଣ ଭଲ ଜିନିଷ ରହିଛି ଲୋକମାନଙ୍କୁ ସେନେଇ କିଛି ନୂଆ କଥା ପ୍ରଦର୍ଶିତ ହେବ। ଏଥର ସବୁଠାରୁ ଭଲ କରିବା ପାଇଁ ଚେଷ୍ଟା ଚାଲିଛି ।"

ସେ ଆଉ ମଧ୍ୟ କହିଛନ୍ତି, "ଯେଉଁ ନୂଆ ଜିନିଷ ମହିଳାମାନେ କରୁଛନ୍ତି ତାକୁ କେମିତି ପ୍ରଦର୍ଶନ କରାଯିବ ତାକୁ ନେଇ ଆମେ ଚିନ୍ତା କରିବୁ ଏବଂ ନିଶ୍ଚିତ ଭାବେ ବାଲେଶ୍ୱରର ଯେଉଁ ସ୍ଥାନୀୟ ଏବଂ ରାଜ୍ୟର ଯେ କୌଣସି ଜାଗାର ବି କିଛି ନୂଆ ଜିନିଷ କରୁଛନ୍ତି ତାକୁ କେମିତି ସ୍ଥାନ ଦିଆଯିବ ସେନେଇ ଆମର ଚେଷ୍ଟା ଚାଲିଛି । ମହିଳାମାନଙ୍କୁ ଆମର ଓରମାସ, ମିଶନ ଶକ୍ତି ସବୁ ବିଭାଗର ଯେଉଁ ସବୁ ଲୋକ ଅଛନ୍ତି, ଲାଇନ ବିଭାଗ ମଧ୍ୟ ଏ ଦିଗରେ ଭାଗ ନେବାକୁ ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଚେଷ୍ଟା କରିବ । ଏଥିରେ ଆମର ସ୍ୱତନ୍ତ୍ରତା ରହିବ ଯେ ଯାହା ଆମର ଲୁକାୟିତ ଜିନିଷ ରହୁଛି ତାହା କେମିତି ଲୋକଙ୍କ ସାମ୍ନାରେ ପ୍ରଦର୍ଶିତ ହେବ ତାର ବ୍ରାଣ୍ଡିଙ୍ଗ ହେବ ସେ ଦିଗରେ ଦୃଷ୍ଟି ଦିଆଯିବ ।"

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.