ETV Bharat / state

ଲଗେଜ୍ ପାଇଁ ଲଙ୍କାକାଣ୍ଡ, ମହିଳାଙ୍କୁ ମରଣାତ୍ମକ ଆକ୍ରମଣ

ବରଗଡ଼ ରେଲୱେ ଷ୍ଟେସନରେ ଲଗେଜ ଉଠାକୁ ନେଇ ଉଗ୍ର ହୋଇଛି ଗଣ୍ଡଗୋଳ । ଚାରି ମହିଳାଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ ।

author img

By

Published : Jun 18, 2019, 6:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ବରଗଡ଼: ରେଲୱେ ଷ୍ଟେସନରେ ଘଟିଛି ଏକ ଅଭାବନୀୟ ଘଟଣା। । ଛୋଟ କଥାକୁ ନେଇ ବଡ଼ କାଣ୍ଡ । ଘଟଣାରେ ଚାରିଜଣ ଯୁବକ 4 ଜଣ ମହିଳାଙ୍କ ସମେତ ଜଣେ ଗର୍ଭବତୀ ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ଥାନାରେ ପହଞ୍ଚିଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ଼

ସୂଚନା ଅନୁଯାୟୀ ସୋମବାର ରାତି ପ୍ରାୟ୧୧ ଟା ୧୫ ମିନିଟ ସମୟରେ କୁରଲା ଭୁବନେଶ୍ବର ଏଲଟିଟି ଟ୍ରେନରେ ମୁମ୍ବାଇରୁ ବରଗଡ଼ ଆସିଥିଲେ ଭଟଲିର ସମୀର ଅଲ୍ଲୀ ଖାଁଙ୍କ ସମ୍ପର୍କୀୟ । ସମୀର ନିଜ ପରିବାରର ମହିଳା ମାନଙ୍କ ସହିତ ସେମାନଙ୍କୁ ନେବାପାଇଁ ପହଞ୍ଚିଥିଲେ ଷ୍ଟେସନରେ । କିନ୍ତୁ ସମ୍ପର୍କୀୟଙ୍କ ଲଗେଜ ଅଧିକ ଥିବାରୁ ସେ ଷ୍ଟେସନରେ ଥିବା ଟ୍ରଲିକୁ ବ୍ୟବହାର କରିଥିଲେ । ତେବେ ବିନା ଅନୁମତିରେ ଟ୍ରଲି କାହିଁକି ବ୍ୟବହାର କରିଥିବା ନେଇ ଜଣେ ବ୍ୟକ୍ତି ଅଭଦ୍ର ଭାଷାରେ ସମୀରଙ୍କୁ ଗାଳିଗୁଲଜ କରିଥିଲେ । ପରେ ଉକ୍ତ ବ୍ୟକ୍ତିଜଣଙ୍କ ଷ୍ଟେସନ ବାହାରେ ଥିବା ୧୫ ଜଣ ଯୁବକଙ୍କ ସହାୟତାରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ମହିଳା ମାନେ ଆକ୍ରମଣକାରୀଙ୍କୁ ଅଟକାଇବାକୁ ଚେଷ୍ଟାକରିଥିବା ବେଳେ ଆକ୍ରମଣକାରୀ ମାନେ ସମସ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ଏପରିକି ୫ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇନଥିଲେ । ଗର୍ଭବତୀ ମହିଳା ଜଣକ ଭାଗ୍ୟବଶତଃ ସୁସ୍ଥଥିବା ବେଳେ ଅନ୍ୟମାନେ ଆହତ ଅବସ୍ଥାରେ ବରଗଡ଼ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ତେବେ ବରଗଡ଼ ଭଳି ଶାନ୍ତିପ୍ରିୟ ଅଞ୍ଚଳରେ ମହିଳା ମାନଙ୍କୁ ଏପରି ମରଣାତ୍ମକ ଆକ୍ରମଣ କରିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ନିନ୍ଦା କରାଛନ୍ତି ଏବଂ ଆକ୍ରମଣକାରୀଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଦାବିକରିଛନ୍ତି ।

ବରଗଡ଼ରୁ ରାଜେଶ ସରାପ୍, ଇଟିଭି ଭାରତ

Intro:ବରଗଡ଼ ରେଲୱେ ଷ୍ଟେସନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଛୋଟ କଥାକୁ ନେଇ ଯୁକ୍ତିତର୍କ , ଗଣ୍ଡଗୋଳ ଓ ପରେ ଭୟାବହ ରୂପ ନେଇଥିବା ଗଣ୍ଡଗୋଳ ଘଟଣା ବରଗଡ଼ ଟାଉନ ଥାନାରେ ପହଞ୍ଚିଥିଲା। ଗଣ୍ଡଗୋଳ ଘଟଣାରେ 4 ଜଣ ଯୁବକ ଓ ଚାରିଜଣ ମହିଳାଙ୍କ ସମେତ ଜଣେ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ସଙ୍ଗିନ ଅଭିଯୋଗ ହୋଇଛି ।

Body:ସୂଚନା ଅନୁଯାୟୀ ଗତ ରାତି ୧୧ ଟା ୧୫ ମିନିଟ ସମୟରେ କୁରଲା ଭୁବନେଶ୍ୱର ଏଲ ଟି ଟି ଟ୍ରେନରେ ମୁମ୍ବାଇ ରୁ ବରଗଡ଼କୁ ଆସୁଥିବା ଟ୍ରେନରେ ଭଟଲି ନିବାସୀ ସମୀର ଅଲ୍ଲୀ ଖାଁଙ୍କ ୯ ଜଣ ସମ୍ପର୍କୀୟ ଆସୁଥିଲେ ଏବଂ ସମୀର ନିଜ ପରିବାର ର ମହିଳା ମାନଙ୍କ ସହିତ ସେମାନଙ୍କୁ ନେବାପାଇଁ ପହଞ୍ଚିଥିଲେ ବରଗଡ଼ ରେଲୱେ ଷ୍ଟେସନକୁ। ତେବେ ଟ୍ରେନଟି ବରଗଡ଼କୁ ପହଞ୍ଚିବା ପରେ ସମ୍ପର୍କୀୟ ଙ୍କ ଅତ୍ୟଧିକ ଲଗେଜ ଥିବାରୁ ସମୀର ଷ୍ଟେସନରେ ଥିବା ଟ୍ରଲୀ କୁ ବ୍ୟବହାର କରିଥିଲେ । ତେବେ ବିନା ଅନୁମତିରେ ଟ୍ରଲି କାହିଁକି ବ୍ୟବହାର କରିଲେ ବୋଲି ଜଣେ ବ୍ୟକ୍ତି ସେମାନଙ୍କ ସହିତ ଝଗଡ଼ା କରିଥିଲେ ଓ ମହିଳା ମାନଙ୍କ ସମ୍ମୁଖରେ ଅଭଦ୍ର ଭାଷାରେ ଗାଳିଗୁଲଜ କରିବାରୁ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା ତେବେ କିଛିସମୟ ପରେ ସେହି ବ୍ୟକ୍ତି ଷ୍ଟେସନ ବାହାରେ ୧୫ ଜଣ ଯୁବକ ମାନଙ୍କ ସହାୟତାରେ ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ମହିଳା ମାନେ ଆକ୍ରମଣକାରୀ ଙ୍କୁ ଅଟକାଇବାକୁ ଚେଷ୍ଟାକରିଥିବା ବେଳେ ଆକ୍ରମଣକାରୀ ମାନେ ସମସ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ ଏପରିକି ୫ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛଘୁଞ୍ଚା ଦେଇନଥିଲେ । ଗର୍ଭବତୀ ମହିଳା ଜଣକ ଭାଗ୍ୟବଶତଃ ଭଲଥିବା ବେଳେ ଅମାନୁଷିକ ଆକ୍ରମଣରେ ଜଣେ ମହିଳାଙ୍କ ଆଙ୍ଗୁଠି ଭାଙ୍ଗିଯାଇଛି ଏବଂ ଅନ୍ୟ ମହିଳା ମାନେ ଆହତ ହୋଇଛନ୍ତି ସେହିପରି ସମୀର ଓ ତାଙ୍କ ସଂପର୍କୀୟ ମାନେ ମଧ୍ୟ ରକ୍ତାକ୍ତ ଅବସ୍ଥାରେ ବରଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ମୁମ୍ବାଇ ରୁ ଆସିଥିବା ପରିବାର ବରଗଡ଼ ରେଲୱେ ଷ୍ଟେସନରେ ଆକ୍ରମଣ ର ଶୀକାର ହେଉଥିବା ବେଳେ ବହୁ ଲୋକ ଘେରିଯାଇ ଦେଖୁଥିଲେ ହେଲେ କେହି ବଞ୍ଚାଇବାକୁ ଉଦ୍ୟମ କରିନଥିଲେ ଯାହା ବରଗଡ଼ ପାଇଁ ଲଜ୍ଜା ର ବିଷୟ ବୋଲି କହିଛନ୍ତି ସେହି ପରିବାର । ତେବେ ବରଗଡ଼ ଭଳିଆ ଶାନ୍ତିପ୍ରିୟ ସ୍ଥାନରେ ଏପରି ମହିଳା ମାନଙ୍କୁ ମରଣାତ୍ମକ ଆକ୍ରମଣ କରିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ଏବଂ ଆକ୍ରମଣକାରୀ ଙ୍କୁ ଶୀଘ୍ର ଗିରଫ କରାଯାଉବୋଲି ଲୋକେ ଦାବିକରିଛନ୍ତି ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.