ETV Bharat / state

NAC Polls: ଅତବିରା ଏନଏସି ନିର୍ବାଚନ ଭୋଟ ଗଣତି ଜାରି - ଏନଏସି ନିର୍ବାଚନ

ବରଗଡ ଅତାବିରା ଏନଏସି ନିର୍ବାଚନ ନେଇ ଗଣତି ଜାରି ରହିଛି । ଆଉ କିଛି ସମୟ ପରେ ଫଳାଫଳ ପ୍ରକାଶ ପାଇବ । ଅଧିର ପଢନ୍ତୁ

ଅତବିରା NAC ନିର୍ବାଚନ
Attabira nac election vote counting
author img

By

Published : Apr 5, 2023, 10:51 AM IST

Attabira nac election vote counting

ବରଗଡ: ଆଜି ଅତାବିରା NAC ନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ଏ ନେଇ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ସକାଳ 8ଟାରୁ ବ୍ଲକ ଅଫିସଠାରେ ଭୋଟ ଗଣତି ଜାରି ରହିଛି । 8 ଗୋଟି ରାଉଣ୍ଡରେ 16 ଗୋଟି ବୁଥର ଭୋଟ ଗଣତି ଚାଲିଛି । ଗୋଟିଏ ରାଉଣ୍ଡରେ ଦୁଇ ଗୋଟି ବୁଥର ୱାର୍ଡ ମେମ୍ବର ଓ ଅଧ୍ୟକ୍ଷ ପାଇଁ ହୋଇଥିବା ମତଦାନର EVM ମେସିନ ଗୁଡିକର ଗଣତି ଚାଲିଛି । ତେବେ ପ୍ରଥମେ ୱାର୍ଡ ନମ୍ବର 1 ଓ ୱାର୍ଡ ନମ୍ବର 2ର EVM ଗୁଡିକର ଗଣତି ଚାଲିଥିବା ବେଳେ ୱାର୍ଡ ନମ୍ବର 1ର କଂଗ୍ରେସ ସମର୍ଥିତ ୱାର୍ଡ ମେମ୍ବର ଅଧିକ ଭୋଟରେ ଆଗୁଆ ରହିଥିବା ଜଣାପଡିଛି । ଭୋଟ ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଆଜି ବ୍ଲକ ଅଫିସ ଠାରେ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପ୍ରଥମ ରାଉଣ୍ଡରେ 1 ନମ୍ବର ୱାର୍ଡର କଂଗ୍ରେସ ସମର୍ଥିତ ୱାର୍ଡ ମେମ୍ବର ପ୍ରାର୍ଥୀ ଦୀପକ ରାୟ ବିଜୟୀ ହୋଇଛନ୍ତି । ସେହିପରି 2 ନମ୍ବର ୱାର୍ଡର ବିଜେଡି ସମର୍ଥିତ ୱାର୍ଡ ମେମ୍ବର ପ୍ରାର୍ଥୀ ଶିବାନନ୍ଦ ତ୍ରିପାଠୀ ବିଜୟୀ ହୋଇଛନ୍ତି । କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଗଣତି ଜାରି ରହିଛି । ଗତ ଏପ୍ରିଲ 3 ତାରିଖରେ ଏନଏସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଅତାବିରା NACରେ ସମୁଦାୟ 13 ହଜାର 520 ଭୋଟର ରହିଥିବା ବେଳେ 10 ହଜାର 49 ଜଣ ଭୋଟର ଭୋଟ ଦେଇଥିଲେ । ମହିଳା ଭୋଟର ସଂଖ୍ୟା 6777 ରହିଥିବା ବେଳେ 4964 ମହିଳା ଭୋଟର ମତଦାନ ସାବ୍ୟସ୍ତ କରିଥିଲେ । ସେହିପରି ପୁରୁଷ ଭୋଟର ସଂଖ୍ୟା 6743 ରହିଥିବା ବେଳେ 5085 ଭୋଟର ଭୋଟ ଦେଇଥିଲେ । ତେବେ ଭାଲୁପାଳିସ୍ଥିତ ବୁଥ ନମ୍ବର 3ରେ ସର୍ବାଧିକ 84.99 % ମତଦାନ ହୋଇଥିବା ବେଳେ 8 ନମ୍ବର ବୁଥରେ ସର୍ବନିମ୍ନ 59.56 % ମତଦାନ ହୋଇଥିଲା ।

ଏହା ବି ପଢନ୍ତୁ...Hindol NAC Polls: ଆଜି ଆସିବ ଫଳାଫଳ, ଚାଲିଛି ଭୋଟ ଗଣତି

12ଟି ୱାର୍ଡରେ 16ଟି ବୁଥରେ ଭୋଟ ଗ୍ରହଣ ହୋଇଥିଲା । ମୋଟ ବୁଥରେ 7ଟି ସମ୍ବେଦନଶୀଳ ଥିବାବେଳେ 3ଟି ଅତି ସମ୍ବେଦନଶୀଳ ରହିଛି ତେଣୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ନିର୍ବାଚନରେ 74.33 ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା । ଅତାବିରା NAC ନିର୍ବାଚନ ପାଇଁ ଅତାବିରା ନିର୍ବାଚନ ମଣ୍ଡଳୀରେ ଗତ 28 ଫେବୃୟାରୀରୁ 5 ତାରିଖ ପର୍ଯ୍ୟନ୍ତ ମଡେଲ କୋର୍ଟ ଅଫ କଣ୍ଡକ୍ଟ ଲାଗିଥିଲା ଏବଂ ଆଜି ଫଳାଫଳ ଘୋଷଣା ପରେ ମଡେଲ କୋର୍ଟ ଅଫ କଣ୍ଡକ୍ଟ ହଟିଯିବ । ମାର୍ଚ୍ଚ 9 ତାରିଖରୁ 15 ତାରିଖ ଦିନ 3ଟା ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟାର ସମୟସୀମା ରହିଥିଲା । 17 ମାର୍ଚ୍ଚରେ ସ୍କୁଟନୀ ଶେଷ ହେବାପରେ 18 ତାରିଖରେ ବାହାରିଥିଲା ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା । ସେହିପରି 20 ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଥିଲା । ଏପ୍ରିଲ 3 ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.