ETV Bharat / state

ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ବରଗଡରେ ସମ୍ବର୍ଦ୍ଧନା - ବରଗଡ ଦୌଡରାଣୀ ଦୂତୀ ଚାନ୍ଦ

ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ବରଗଡରେ ସମ୍ବର୍ଦ୍ଧନା । ମା ସମଲେଶ୍ଵରୀଙ୍କ ଦର୍ଶନ କରିଛନ୍ତି ଏବଂ ନିଜ କ୍ୟାରିୟରର ପ୍ରାରମ୍ଭରେ ଅଭ୍ୟାସ କରିଥିବା ବରଗଡ ମାଟିକୁ ନେଇ ଗର୍ବିତ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ବରଗଡରେ ସମ୍ବର୍ଦ୍ଧନା

author img

By

Published : Sep 14, 2020, 6:24 PM IST

ବରଗଡ: ମାଟିରେ ପହଞ୍ଚିଲେ ଦୌଡରାଣୀ ଦୂତୀ ଚାନ୍ଦ । ମା ସମଲେଶ୍ଵରୀ ଦେବୀଙ୍କ ଦର୍ଶନ ଏବଂ ନିଜର ଅଭ୍ୟାସ ମାଟି ବରଗଡ ମାଟିକୁ ସଫଳତା ନେଇ ପହଞ୍ଚିବା ପରେ ଦୂତୀଙ୍କୁ ଜୋରଦାର ସ୍ଵାଗତ କରାଯାଇଛି ।

ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୂତୀ ଚାନ୍ଦ ନିଜ ଜୀବନର ସଫଳତାର ପ୍ରଥମ ପାହାଚ ଚଢିବା ବରଗଡରୁ ଆରମ୍ଭ କରିଥିଲେ । ଦୌଡ଼ ରାଣୀ ଦୂତି ଚାନ୍ଦ କ୍ରୀଡା କ୍ଷେତ୍ରରେ ରାଜ୍ୟ ତଥା ଦେଶର ନାମ ଉଚ୍ଚ କରି ଆଜି ଅର୍ଜୁନ ପୁରସ୍କାର ପାଇସାରିଛନ୍ତି । ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇବା ପରେ ପ୍ରଥମ ଥର ପାଇଁ ସୋମବାର ବରଗଡ଼ ମାଟିରେ ପାଦ ଦେଇଛନ୍ତି । ଦୂତୀଙ୍କ ପ୍ରତ୍ୟେକ ସଫଳତା ପରେ ବରଗଡ଼ ମାଟିକୁ ଫେରିଥାନ୍ତି ଏବଂ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିଥାନ୍ତି ।

ଅର୍ଜୁନ ପୁରସ୍କାର ପ୍ରାପ୍ତ ଦୌଡରାଣୀ ଦୂତୀ ଚାନ୍ଦଙ୍କୁ ବରଗଡରେ ସମ୍ବର୍ଦ୍ଧନା

ତେବେ ଦୂତୀ ଅର୍ଜୁନ ପୁରସ୍କାର ପାଇବା ପରେ ଆଜି ମାଁ ଙ୍କ ଦର୍ଶନ କରିଥିଲେ । ଏହା ପରେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘରେ ପହଞ୍ଚିଥିଲେ, ଯେଉଁଠାରେ ବରଗଡର ବହୁ ସଙ୍ଗଠନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ମାନିତ କରିଥିଲେ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.